ETV Bharat / state

Vigilance Raid: ଅବକାରୀ ASIଙ୍କ ଘରେ ଭିଜିଲାନ୍ସ ରେଡ

author img

By ETV Bharat Odisha Team

Published : Sep 7, 2023, 10:12 AM IST

Updated : Sep 7, 2023, 11:43 AM IST

balugan excise asi caught by vigilance
balugan excise asi caught by vigilance

ବାଲୁଗାଁ ଅବକାରୀ ଏଏସଆଇଙ୍କ ଘରେ ଭିଜିଲାନ୍ସ ରେଡ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ । ଅଧିକ ପଢନ୍ତୁ

balugan excise asi caught by vigilance

ଖୋର୍ଦ୍ଧା: ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ । ଅବକାରୀ ଏଏସଆଇଙ୍କ ଘରେ ଭିଜିଲାନ୍ସ ରେଡ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଖୋର୍ଦ୍ଧା ବାଲୁଗାଁର ଅବକାରୀ ASI ସୁଦୀପ୍ତ ଦାଶଙ୍କ ଘରେ ରେଡ କରିଛି ଭିଜିଲାନ୍ସ ଟିମ । ଅଫିସ ସମେତ ମୋଟ 3ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି । 4 ଜଣ ଡିଏସପି ଓ 6 ଜଣ ଇନ୍ସପେକ୍ଟର ଏହି ଚଢାଉରେ ସାମିଲ ଅଛନ୍ତି । ବର୍ତ୍ତମାନ ସୁଦ୍ଧା କେତେ ପରିମାଣରେ ସମ୍ପତ୍ତି ଜବତ ହୋଇଛି ସେନେଇ ସୂଚନା ମିଳିପାରିନାହିଁ ।

ଭିଜିଲାନ୍ସ ଟିମ ସୁଦୀପ୍ତଙ୍କ ନୟାଗଡରେ ଥିବା ନିଜ ଘର, ଭଡା ଘର, ବାଲୁଗାଁରେ ଥିବା ଭଡା ଘର ସହ ଅବକାରୀ କାର୍ଯ୍ୟାଳୟରେ ଏକକାଳୀନ ଚଢ଼ାଉ ଜାରି ରଖିଛି । ଏଥିପାଇଁ ଭିଜିଲାନ୍ସର ସ୍ୱତନ୍ତ୍ର ଜଜ ସର୍ଚ୍ଚ ୱାରେଣ୍ଟ ଜାରି କରିଥିବା ଜଣାପଡ଼ିଛି । ତେବେ ଚଢ଼ାଉ ଶେଷ ପରେ ଅବକାରୀ ଅଧିକାରୀ ଜଣକ କେତେ ଟଙ୍କା ସମ୍ପତ୍ତି ଠୁଳ କରିଛନ୍ତି ତାହା ଜଣାପଡିବ ।

ଏହା ମଧ୍ୟ ପଢନ୍ତୁ-ଭିଜିଲାନ୍ସ ଜାଲରେ ଲାଞ୍ଚୁଆ RI, ୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ସେପ୍ଟେମ୍ବର 1 ତାରିଖରେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ ମୟୂରଭଞ୍ଜ ଜୟପୁର ସର୍କଲର ରାଜସ୍ୱ ନିରୀକ୍ଷକ ରାକେଶ କୁମାର ପାତ୍ର । ଜଣେ ବ୍ୟକ୍ତିଙ୍କ ଠାରୁ କାମ କରିବା ବାବଦକୁ 5 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ । ଫଳରେ ରାକେଶଙ୍କୁ ଗିରଫ କରିଥିଲା ଭିଜିଲାନ୍ସ ବିଭାଗ । ରାଇରଙ୍ଗପୁର ନିବାସୀ ରାମଦାସ ସାହୁ 5ଟି ଜାଗାର ମାପଚୁପ କରିବା ପାଇଁ ପୂର୍ବରୁ ଆରଆଇ ଅଫିସରେ ଆବେଦନ କରିଥିଲେ । ଏନେଇ ଜୟପୁର ଆରଆଇ ରାକେଶ କୁମାର ପାତ୍ର ତାଙ୍କୁ 5 ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ତେବେ ରାମଦାସ ସାହୁ ଅସହାୟ ହୋଇ ବାଲେଶ୍ଵର ଭିଜିଲାନ୍ସ ବିଭାଗରେ ଏନେଇ ଅଭିଯୋଗ କରିବା ପରେ ଭିଜିଲାନ୍ସ ବିଭାଗର ଏକ ଟିମ ଚଢାଉ କରି ରେଭେନ୍ୟୁ ଇନ୍ସପେକ୍ଟର ରାକେଶ କୁମାର ପାତ୍ରଙ୍କୁ ଗିରଫ କରିଥିଲା।

ସେହିପରି ଅଗଷ୍ଟ 25 ତାରିଖରେ ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଚଢାଉ କରିଥିଲା ଭିଜିଲାନ୍ସ। ସେଠାରେ କାର୍ଯ୍ୟରତ ଆକାଉଣ୍ଟାଣ୍ଟ ପେନସନ ପାଇଁ ଲାଞ୍ଚ ନେବାବେଳେ ମାଡି ବସିଥିଲା ଭିଜିଲାନ୍ସ ଟିମ୍ । ଜଣେ ଶିକ୍ଷକଙ୍କ ପେନସନ ଫାଇଲ ପାଇଁ ୧୮ ହଜାର ଟଙ୍କା ଲାଞ୍ଚ ନେଉଥିଲେ ବିଇଓ ଅଫିସ ଆକାଉଣ୍ଟାଣ୍ଟ । ଏହି ସମୟରେ ପୂର୍ବରୁ ଛକି ବସିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ମାଡି ବସିଥିଲା । ଲାଞ୍ଚ ଟଙ୍କା ଜବତ କରିବା ସହ ଆକାଉଣ୍ଟାଣ୍ଟଙ୍କ ତିନୋଟି ସ୍ଥାନରେ ଏକକାଳୀନ ଚଢାଉ କରିଥିଲା ଭିଜିଲାନ୍ସ ।

ଇଟିଭି ଭାରତ, ଖୋର୍ଦ୍ଧା

Last Updated :Sep 7, 2023, 11:43 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.