ETV Bharat / state

ଠିକାଦାର ବାପପୁଅଙ୍କୁ ବାନ୍ଧିଲା ଭିଜିଲାନ୍ସ, ଏସ୍‌ସି ଏସ୍‌ଟି ବିଭାଗ ହଷ୍ଟେଲ ନିର୍ମାଣରେ କରିଥିଲେ ବ୍ୟାପକ ଦୁର୍ନୀତି

author img

By ETV Bharat Odisha Team

Published : Aug 28, 2023, 3:41 PM IST

ସରକାରୀ ଏସସି ଏସଟି ବିଭାଗ ଦ୍ଵାରା ନିର୍ମାଣ କରାଯାଉଥିବା ୧୦୦ ବେଡ ବିଶିଷ୍ଟ ହଷ୍ଟେଲ କାର୍ଯ୍ୟରେ ବ୍ୟାପକ ଅର୍ଥ ହେରଫେର କରିଥିବା ଅଭିଯୋଗ ହୋଇଥିଲା।

ଠିକାଦାର ବାପପୁଅ ଗିରଫ
father and son arrested by vigilance

ଏସ୍‌ସି ଏସ୍‌ଟି ବିଭାଗ ହଷ୍ଟେଲ ନିର୍ମାଣରେ କରିଥିଲେ ବ୍ୟାପକ ଦୁର୍ନୀତି

କଟକ: ନିମ୍ନମାନର ନିର୍ମାଣ କାର୍ଯ୍ୟ କରି ଓଡ଼ିଶା ଭିଜିଲାନ୍ସ ଦ୍ବାରା ଗିରଫ ହେଲେ ଠିକାଦାର ବାପପୁଅ । ହିନ୍ଦୁସ୍ତାନ ଷ୍ଟିଲ୍‌ ୱାର୍କସ କନଷ୍ଟ୍ରକ୍ସନ ଲିମିଟେଡ଼ ସଂସ୍ଥାର ଠିକାଦାର ବାପା ଓ ପୁଅ ନିମ୍ନମାନର କାମ କରି ଗିରଫ ହୋଇଛନ୍ତି । ସୂଚନା ଅନୁସାରେ, ସୋନପୁର ଜିଲ୍ଲାରେ ସରକାରୀ ଏସ୍‌ସି ଏସ୍‌ଟି ବିଭାଗ ଦ୍ଵାରା ନିର୍ମାଣ କରାଯାଉଥିବା ୧୦୦ ବେଡ୍‌ ବିଶିଷ୍ଟ ହଷ୍ଟେଲ କାର୍ଯ୍ୟରେ ବ୍ୟାପକ ଅର୍ଥ ହେରଫେର ହୋଇଥିବା ନେଇ ଅଭିଯୋଗ ଆସିଥିଲା। ପାଖାପାଖି ୩୪ ଲକ୍ଷ ଟଙ୍କା ଆତ୍ମସାତ କରିବା ଅଭିଯୋଗରେ ଠିକାଦାର ବିଜୟ କୁମାର ଅଗ୍ରୱାଲ ଓ ତାଙ୍କ ପୁଅ ଦୀପକ କୁମାର ଅଗ୍ରୱାଲଙ୍କୁ ଗିରଫ କରାଯାଇଛି ।

ଏହା ବି ପଢନ୍ତୁ...ଠକୁଛନ୍ତି ଠିକାଦାର, ସମ୍ପୂର୍ଣ୍ଣ ହେଉନି ସେତୁ ହନ୍ତସନ୍ତ ହେଉଛନ୍ତି 10 ପଞ୍ଚାୟତବାସୀ

ସେମାନେ ନିମ୍ନମାନର କାର୍ଯ୍ୟ କରିଥିବା ନେଇ ପୂର୍ବରୁ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ଓଡ଼ିଶା ଭିଜିଲାନ୍ସର ଏକ ଟେକ୍ନିକାଲ୍‌ ଟିମ୍ ଯାଞ୍ଚ କରିବା ପରେ ନିମ୍ନମାନର ନିର୍ମାଣ କାର୍ଯ୍ୟ ହୋଇଥିବା ନେଇ ପ୍ରମାଣ ପାଇଥିଲା । ଏହାପରେ ଉଭୟ ଠିକାଦାର ବାପପୁଅଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ଅଭିଯୁକ୍ତ ବାପପୁଅଙ୍କୁ ବର୍ତ୍ତମାନ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି । ଏହି ଘଟଣାରେ ସରକାରୀ ଅଧିକାରୀ କିମ୍ବା କର୍ମଚାରୀଙ୍କ ସଂପୃକ୍ତି ଥିବା ନେଇ ମଧ୍ୟ ଭିଜିଲାନ୍ସ ସନ୍ଦେହ କରୁଛି । ତେଣୁ ଏନେଇ ଭିଜିଲାନ୍ସ ପକ୍ଷରୁ ଖୋଳତାଡ଼ କରାଯାଉଛି । ଏହାସହ ଏହି ସଂସ୍ଥାର ଅନ୍ୟ କାର୍ଯ୍ୟକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି କହିଛନ୍ତି କଟକ ଭିଜିଲାନ୍ସ ସେଲ୍ ଏସ୍‌ପି ଏମ୍‌ ରାଧାକୃଷ୍ଣ ।

ଏହା ବି ପଢନ୍ତୁ...ରାସ୍ତା ଖୋଳି ଦେଇ ଭୁଲିଗଲେ ଠିକାଦାର, ହନ୍ତସସ୍ତ ଗ୍ରାମବାସୀ

ସୋନପୁର ଜିଲ୍ଲାରେ ଏସ୍‌ସି ଏସ୍‌ଟି ହଷ୍ଟେଲ ନିର୍ମାଣରେ ନିମ୍ନମାନର କାର୍ଯ୍ୟ ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ଭିଜିଲାନ୍ସ 2 ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତ ବିଜୟ ଅଗ୍ରୱାଲ ଓ ତାଙ୍କ ପୁଅ ଦୀପକ ଅଗ୍ରୱାଲ ନିମ୍ନମାନର କାମ କରି ଅର୍ଥ ଆତ୍ମସାତ କରିଥିଲେ । ଏନେଇ ଭିଜିଲାନ୍ସ କଟକ ସେଲ୍‌ ଏସ୍‌ପି ଏମ ରାଧାକୃଷ୍ଣ କହିଛନ୍ତି, "ଗିରଫ ପରେ 2 ଅଭିଯୁକ୍ତଙ୍କୁ ବଲାଙ୍ଗୀର ସ୍ପେଶାଲ ଜଜ୍ କୋର୍ଟରେ ହାଜର କରାଯିବ । ହଷ୍ଟେଲର କାନ୍ଥ, ଛାତ, କବାଟ ଝରକା ବନ୍ଧ ଆଦି ଅତି ନିମ୍ନ ମାନର କରାଯାଇଛି । ଇଲେକ୍ଟ୍ରିକାଲ ଏବଂ ସାନିଟାରୀ କାମ ମଧ୍ୟ ଅତି ନିମ୍ନମାନର କରାଯାଇଥିବା ତଦନ୍ତ ବେଳେ ଜଣାପଡିଛି ।" ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୪ ଲକ୍ଷରୁ ଟଙ୍କାରୁ ଅଧିକ ଟଙ୍କାର ଆର୍ଥିକ ଅନିୟମିତତା ସାମ୍ନାକୁ ଆସିଥିବା ଏସ୍ପି କହିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.