ETV Bharat / state

JSW Project: ଗୋବିନ୍ଦପୁରରେ ୬୦ରୁ ଅଧିକ ପାନ ବରଜ ଅଧିଗ୍ରହଣ

author img

By

Published : Dec 30, 2021, 10:52 PM IST

ପ୍ରସ୍ତାବିତ JSW ପ୍ରକଳ୍ପ ଅଞ୍ଚଳରେ ପାନ ବରଜ ଅଧିଗ୍ରହଣ କାର୍ଯ୍ୟ ଜୋରଦାର ହୋଇଛି । ଗୋବିନ୍ଦପୁରରେ ପ୍ରାୟ ୬୫ଟି ପାନ ବରଜ(pan baraj)ର ମାପଚୁପ କରାଯାଇ ଅଧିଗ୍ରହଣ କରିଛି ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ

jagatsinghpur jsw project people of gobindpur voluntarily handover their pan baraj
JSW Project: ଗୋବିନ୍ଦପୁରରେ ୬୦ରୁ ଅଧିକ ପାନ ବରଜ ଅଧିଗ୍ରହଣ

ଗୋବିନ୍ଦପୁର(ଜଗତସିଂହପୁର): ଜିଲ୍ଲାର ଏରସମା ବ୍ଲକର ଗୋବିନ୍ଦପୁର ଗାଁରେ ଗୁରୁବାର ପ୍ରସ୍ତାବିତ JSW ପ୍ରକଳ୍ପ ଅଞ୍ଚଳରେ ପାନ ବରଜ ଅଧିଗ୍ରହଣ କାର୍ଯ୍ୟ ଜୋରଦାର ହୋଇଛି। ଗୋବିନ୍ଦପୁରରେ ପ୍ରାୟ ୬୫ ଟି ପାନ ବରଜର ମାପଚୁପ କରାଯାଇ ଅଧିଗ୍ରହଣ କରାଯାଇଛି । ସ୍ଥାନୀୟ ଗ୍ରାମବାସୀ ତଥା ପାନ ବରଜ ମାଲିକ ମାନେ କମ୍ପାନୀକୁ ସ୍ବଇଚ୍ଛାରେ ବରଜ ହେବାସହ କ୍ଷତି ପୂରଣ ରାଶି ନେଉଥିବା ଦେଖିବାକୁ ମିଳୁଛି। ।

JSW Project: ଗୋବିନ୍ଦପୁରରେ ୬୦ରୁ ଅଧିକ ପାନ ବରଜ ଅଧିଗ୍ରହଣ

ଆଜି(ଗୁରୁବାର) ନୂତନ ଭାବେ ୧୦ଟି ପାନ ବରଜକୁ ଭଙ୍ଗା ଯାଇଥିବା ଏରସମା ତହସିଲଦାରଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ଅନ୍ୟପଟେ ଢ଼ିଙ୍କିଆ ଅଞ୍ଚଳରେ ଶିଳ୍ପକୁ ଜୋରଦାର ବିରୋଧ ଜାରି ରହିଛି।

ଏହାମଧ୍ୟ ପଢନ୍ତୁ: ପୋଲିସ ବିରୋଧରେ ହାଇକୋର୍ଟଙ୍କୁ ଲିଖିତ ଅଭିଯୋଗ କଲେ ଢ଼ିଙ୍କିଆ ଗ୍ରାମବାସୀ

ପୋସ୍କୋ-ଜିନ୍ଦଲ ପ୍ରତିରୋଧ ସଂଗ୍ରାମ ସମିତିର ମୁଖ୍ୟ ଦେବେନ୍ଦ୍ର ସ୍ବାଇଁଙ୍କ ନେତୃତ୍ବରେ ଢ଼ିଙ୍କିଆ ଗାଁର ଲୋକେ ଗ୍ରାମ ଚାରିପାଖରେ ଜଗି ବସିଛନ୍ତି। ମରିବୁ ପଛେ ଭିଟାମାଟି ଛାଡ଼ିବୁ ନାହିଁ ବୋଲି କହୁଛନ୍ତି ଗ୍ରାମବାସୀ। ଯାହାକୁ ନେଇ ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ଛକାପଞ୍ଝା ଜାରି ରହିଛି। ଏହା ମଧ୍ୟରେ ପ୍ରଶାସନ ଗୋବିନ୍ଦପୁର ଅଞ୍ଚଳରେ ପାନ ବରଜ ଅଧିଗ୍ରହଣ କାର୍ଯ୍ୟ ଜାରି ରଖିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.