ETV Bharat / state

ପୋଲିସ ବିରୋଧରେ ହାଇକୋର୍ଟଙ୍କୁ ଲିଖିତ ଅଭିଯୋଗ କଲେ ଢ଼ିଙ୍କିଆ ଗ୍ରାମବାସୀ

author img

By

Published : Dec 30, 2021, 8:38 AM IST

ଜିଲ୍ଲାର ଏରସମା ବ୍ଲକ ଅନ୍ତର୍ଗତ ଢ଼ିଙ୍କିଆ ଗ୍ରାମବାସୀ ବିରାଟ ଶୋଭାଯାତ୍ରା କରିବା ସହ ଜଗତସିଂହପୁର ଏସପି ଅଖିଲେଶ୍ୱର ସିଂଙ୍କ ବିରୋଧରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ନିକଟକୁ ଏକ ପତ୍ର ଲେଖିଛନ୍ତି । ଅଧିକ ପଢନ୍ତୁ

ପୋଲିସ ବିରୋଧରେ ହାଇକୋର୍ଟଙ୍କୁ ଲିଖିତ ଅଭିଯୋଗ କଲେ ଢ଼ିଙ୍କିଆ ଗ୍ରାମବାସୀ
ପୋଲିସ ବିରୋଧରେ ହାଇକୋର୍ଟଙ୍କୁ ଲିଖିତ ଅଭିଯୋଗ କଲେ ଢ଼ିଙ୍କିଆ ଗ୍ରାମବାସୀ

ଜଗତସିଂହପୁର: ଜିଲ୍ଲାର ଏରସମା ବ୍ଲକ ଅନ୍ତର୍ଗତ ଢ଼ିଙ୍କିଆ ଗ୍ରାମର ଗ୍ରାମବାସୀ ବିରାଟ ଶୋଭାଯାତ୍ରା କରିବା ସହ ଜଗତସିଂହପୁର ଏସପି ଅଖିଲେଶ୍ୱର ସିଂଙ୍କ ବିରୋଧରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ନିକଟକୁ ଏକ ପତ୍ର ଲେଖିଛନ୍ତି । ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, ପ୍ରସ୍ତାବିତ JSW ପ୍ରକଳ୍ପ ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପୋଲିସ ଲଗାଇ ଜୋରଜବରଦସ୍ତ ଜମି ନେବାକୁ ପ୍ରୟାସ କରୁଛନ୍ତି ।

ପୋଲିସ ବିରୋଧରେ ହାଇକୋର୍ଟଙ୍କୁ ଲିଖିତ ଅଭିଯୋଗ କଲେ ଢ଼ିଙ୍କିଆ ଗ୍ରାମବାସୀ

ପ୍ରସ୍ତାବିତ ପ୍ରକଳ୍ପ ପରିବେଶ ମଞ୍ଜୁରୀ ପାଇନଥିବା ପିଢ଼ି ପିଢ଼ି ଧରି ବସବାସ କରୁଥିବା ଗ୍ରାମବାସୀଙ୍କୁ ପୋଲିସ ଜୋରଜବରଦସ୍ତ ବିସ୍ଥାପିତ କରିବାକୁ ପ୍ରୟାସ କରୁଥିବା ସେ ଅଭିଯୋଗ ହୋଇଛି । ଶିଳ୍ପ ପାଇଁ ଜମି ଦେବାକୁ ଚହୁଁନଥିବା ଗ୍ରାମବାସୀଙ୍କ ବିରୋଧରେ ଜଗତସିଂହପୁର ଏସପି ମିଥ୍ୟା ମାମଲା ରୁଜୁ କରି ପ୍ରସ୍ତାବିତ ଅଞ୍ଚଳରେ ଆତଙ୍କ ସୃଷ୍ଟି କରୁଥିବା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଗ୍ରାମବାସୀ ଅବଗତ କରାଇଛନ୍ତି । ବିସ୍ଥାପିତ ହେବାକୁ ଥିବା ପରିବାରଙ୍କ ଶହ ବିନା ଆଲୋଚନାରେ ସେମାନଙ୍କ ଠାରୁ ତାଙ୍କ ଭିଟାମାଟି ଛଡାଇନେବାକୁ ଉଦ୍ୟମ କରାଯାଉଛି । ଏଥିପ୍ରତି ଦୃଷ୍ଟି ଆକର୍ଷଣ କରିବା ପାଇଁ ଆଜି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଗ୍ରାମବାସୀ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.