ETV Bharat / state

ମଦ ଦାମ ଅଧିକ କହିବାରୁ ଚୋରା ମଦ ବ୍ୟବସାୟୀଙ୍କୁ ଧରାଇ ଦେଲା ମଦ୍ୟପ

author img

By

Published : May 12, 2021, 8:04 PM IST

ମଦ କିଣାକୁ ନେଇ ବଚସା: ବ୍ୟବସାୟୀଙ୍କୁ ଧରାଇଲା ମଦ୍ୟପ
ମଦ କିଣାକୁ ନେଇ ବଚସା: ବ୍ୟବସାୟୀଙ୍କୁ ଧରାଇଲା ମଦ୍ୟପ

ମଦ କିଣିବା ବେଳେ ଦରବୃଦ୍ଧିକୁ ନେଇ ମଦ ବ୍ୟବସାୟୀଙ୍କ ମଧ୍ୟରେ ବଚସା । ଅଧିକ ପଢନ୍ତୁ...

ଜଗତସିଂହପୁର: ମଦ ବେପାରୀଙ୍କୁ ଧରାଇଲା ମଦ୍ୟପ ବାଲିକୁଦା ଥାନା ଅନ୍ତର୍ଗତ ମାଛଗାଁ ନିକଟରେ ବାଲିକୁଦା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ବିଦେଶୀ ମଦ ଜବତ କରାଯାଇଛି। ବର୍ତ୍ତମାନ ଜିଲାରେ ଲକଡାଉନ ଜାରୀ ହୋଇଥିବା ଯୋଗୁଁ ସରକାରୀ ମଦ ଦୋକାନ ଗୁଡିକ ବନ୍ଦ ରହିଛି । ଫଳରେ ଚୋରା ମଦ ବ୍ୟବସାୟୀ ମାନେ ଏବେ ସକ୍ରିୟ ହୋଇ ଉଠିଛନ୍ତି । ଗାଁ ଗହଳିରେ କେତେକ ଚୋରା ବ୍ୟବସାୟୀ ଖୁଲମଖୁଲା ମଦ ବିକ୍ରି କରୁଛନ୍ତି ।

ମଦ କିଣାକୁ ନେଇ ବଚସା: ବ୍ୟବସାୟୀଙ୍କୁ ଧରାଇଲା ମଦ୍ୟପ

ସହରରେ ମଦ ମିଳୁନଥିବାରୁ ମଦ୍ୟପାନ କରି ଗାଁ ଗହଳିରୁ ମଦ ସଂଗ୍ରହ କରୁଛନ୍ତି । ମଦର ନିର୍ଦ୍ଧାରିତ ଦାମରୁ ଅଧିକ ଦରରେ ଚୋରାମଦ ବିକ୍ରି ହେଉଛି । ଆଜି ଜଣେ ବ୍ୟକ୍ତି ମଦ କିଣିବା ପାଇଁ ମାଛଗାଁ ଅଞ୍ଚଳକୁ ଆସିଥିଲେ । ସେଠାରେ ଚୋରା ମଦ ବ୍ୟବସାୟୀ ଜଣଙ୍କ ମଦର ନିର୍ଦ୍ଧାରିତ ଦର ଠାରୁ ଦୁଇଶହ ଟଙ୍କା ଅଧିକ କହିଥିଲେ ।

ଏଥିରେ ମଦ କିଣିବାକୁ ଯାଇଥିବା ବ୍ୟକ୍ତି ରାଜି ହୋଇ ନଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ତେବେ ମଦ କିଣିବାକୁ ଯାଇଥିବା ବ୍ୟକ୍ତି ଜଣଙ୍କ ଏହା ବାଲିକୁଦା ଅବକାରୀ ବିଭାଗକୁ ଜଣାଇ ଦେଇଥିଲେ । ବାଲିକୁଦା ଅବକାରୀ ବିଭାଗର କର୍ମଚାରୀ ମାଛ ଗାଁ ଅଞ୍ଚଳରେ ଚଢ଼ାଉ କରି ସଂପୃକ୍ତ ମଦ ବିକୁଥିବା ରାମଚନ୍ଦ୍ର ସ୍ୱାଇଁକୁ ଗିରଫ କରିବା ସହ ବିପୁଳ ପରିମାଣର ମଦ ଜବତ କରିଛନ୍ତି ।

ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ମାଛଗାଁ ନିକଟରେ ବାଲିକୁଦା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ବିଦେଶୀ ମଦ ଜବତ କରାଯାଇଛି । ବର୍ତ୍ତମାନ ଜିଲାରେ ଲକଡାଉନ୍ ଜାରୀ ହୋଇଥିବା ଯୋଗୁଁ ସରକାରୀ ମଦ ଦୋକାନ ଗୁଡିକ ବନ୍ଦ ରହିଛି । ଫଳରେ ଚୋରା ମଦ ବ୍ୟବସାୟୀ ମାନେ ଏବେ ସକ୍ରିୟ ହୋଇ ଉଠିଛନ୍ତି ।

ଗାଁ ଗହଳିରେ କେତେକ ଚୋରା ବ୍ୟବସାୟୀ ଖୁଲମଖିଲା ମଦ ବିକ୍ରି କରୁଛନ୍ତି । ସହରରେ ମଦ ମିଳୁ ନଥିବାରୁ ମଦ୍ୟପ ଗାଁ ଗହଳିରୁ ମଦ ସଂଗ୍ରହ କରିଛନ୍ତି । ମଦର ନିର୍ଦ୍ଧାରିତ ଦାମରୁ ଅଧିକ ଦରରେ ଚୋରାମଦ ବିକ୍ରି ହେଉଛି । ଆଜି ଜଣେ ବ୍ୟକ୍ତି ମଦ କିଣିବା ପାଇଁ ମାଛଗାଁ ଅଂଚଳକୁ ଆସିଥିଲେ । ସେଠାରେ ଚୋରା ମଦ ବ୍ୟବସାୟୀ ଜଣଙ୍କ ମଦ ର ନିର୍ଦ୍ଧାରିତ ଦର ଠାରୁ ଦୁଇଶହ ଟଙ୍କା ଅଧିକ କହିଥିଲେ।ଏଥିରେ ମଦ କିଣିବାକୁ ଯାଇଥିବା ବ୍ୟକ୍ତି ରାଜି ହୋଇ ନଥିଲେ ।

ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ।ତେବେ ମଦ କିଣିବାକୁ ଯାଇଥିବା ବ୍ୟକ୍ତିଜଣଙ୍କ ଏହା ବାଲିକୁଦା ଅବକାରୀ ବିଭାଗକୁ ଜଣାଇ ଦେଇଥିଲେ । ବାଲିକୁଦା ଅବକାରୀ ବିଭାଗର କର୍ମଚାରୀ ମାଛ ଗାଁ ଅଞ୍ଚଳରେ ଚଢ଼ାଉ କରି ସଂପୃକ୍ତ ମଦ ବିକୁଥିବା ରାମଚନ୍ଦ୍ର ସ୍ୱାଇଁକୁ ଗିରଫ କରିବା ସହ ବିପୁଳ ପରିମାଣର ମଦ ଜବତ କରିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.