ETV Bharat / state

ଶ୍ରମମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ: ପ୍ରଦୀପ ପାଇଁ ରାତାରାତି ଆକ୍ସନ, ଅନ୍ୟ ବେଳକୁ ଆଇନ ତା ବାଟରେ ଯିବ

author img

By

Published : Apr 14, 2023, 10:53 PM IST

ଶାସକ ଦଳକୁ ପୁଣି ଟାର୍ଗେଟ କଲେ ପ୍ରଦୀପ
ଶାସକ ଦଳକୁ ପୁଣି ଟାର୍ଗେଟ କଲେ ପ୍ରଦୀପ

ଶ୍ରମ ମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ପ୍ରସଙ୍ଗରେ ଶାସକ ଦଳକୁ ପୁଣି ଟାର୍ଗେଟ କଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । "ପ୍ରଦୀପ ପାଇଁ ରାତାରାତି ଆକ୍ସନ ଏବଂ ଅନ୍ୟ ବେଳକୁ Law will take it's own course" ବୋଲି କହି ସମାଲୋଚନା କଲେ । ଅଧିକ ପଢ଼ନ୍ତୁ

ଶାସକ ଦଳକୁ ପୁଣି ଟାର୍ଗେଟ କଲେ ପ୍ରଦୀପ

ବ୍ରହ୍ମପୁର: ରାଜ୍ୟ ଶ୍ରମ ମନ୍ତ୍ରୀ ତଥା ଗଞ୍ଜାମ ଜିଲ୍ଲାର ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ନାମରେ ଜଣେ ମହିଳା ଥାନାରେ ଏତଲା ଦେବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ନିଜ ନିର୍ବାଚନମଣ୍ଡଳୀ ଗୋପାଳପୁରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଦୀପ ପାଣିଗ୍ରାହୀ । ଏହି ଘଟଣାକୁ ନେଇ ପ୍ରଦୀପ ଶାସକ ଦଳକୁ କଡ଼ା ସମାଲୋଚନା କରିଛନ୍ତି । ଗଣମାଧ୍ୟମକୁ, "ପ୍ରଦୀପ ପାଇଁ ରାତାରାତି ଆକ୍ସନ ଏବଂ ଅନ୍ୟ ବେଳକୁ Law will take it's own course" ବୋଲି କହି ସମାଲୋଚନା କରିଥିଲେ ।

ପବିତ୍ର ମହାବିଷୁବ ସଂକ୍ରାନ୍ତି ଅବସରରେ ଗୋପାଳପୁର ଅନ୍ତର୍ଗତ କନିସି ଗ୍ରାମରେ ଥିବା ହନୁମାନ ମନ୍ଦିରର ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଏହି ଅବସରରେ ପ୍ରଦୀପ ଶ୍ରମ ମନ୍ତ୍ରୀଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ନେଇ ପ୍ରତିକ୍ରିୟା ରଖିଥିଲେ । ଏହା ମାମଲାରେ ଥାନାରେ ଏତଲା ରୁଜୁ ହୋଇଥିବାରୁ ସମସ୍ତ ଘଟଣା ରାଜ୍ୟ ସରକାର କେମିତି ଉପସ୍ଥାପନ କରୁଛନ୍ତି ତାଙ୍କ ଉପରେ ନିର୍ଭର ବୋଲି କହିଥିଲେ ପ୍ରଦୀପ । ଦଳରୁ ବହିଷ୍କାର ପୂର୍ବରୁ ପ୍ରଦୀପଙ୍କ ସହିତ ବର୍ତ୍ତମାନର ପୋଲସରା ବିଧାୟକଙ୍କର ଭଲ ସଂପର୍କ ରହିଥିଲା । ତେଣୁ ସେ ଏଭଳି ଘଟଣାକୁ କିପରି ଦେଖୁଛନ୍ତି ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ସେ ଏହା ଉପରେ କୌଣସି ମନ୍ତବ୍ୟ ଦେବେ ନାହିଁ ବୋଲି କହିଥିଲେ । ତେବେ "ପ୍ରଦୀପ ପାଇଁ ରାତାରାତି ଆକ୍ସନ ଏବଂ ଅନ୍ୟ ବେଳକୁ Law will take it's own course" ବୋଲି କହି ବିଜେଡି ସୁପ୍ରିମୋଙ୍କୁ ପରୋକ୍ଷରେ ଇଙ୍ଗିତ କରିଛନ୍ତି ।

ସେହିପରି ରାଜ୍ୟରେ ନକଲି ସାର୍ଟିଫିକେଟର ଚେର ସବୁ ଜିଲ୍ଲାକୁ ଲମ୍ବିଥିବା ନେଇ ସରକାରୀ କଳ ଏବଂ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଥିଲେ ପ୍ରଦୀପ । ନିଜ ନିର୍ବାଚନମଣ୍ଡଳୀରେ କନିସି ବ୍ଲକରେ ସଠିକ ଭାବରେ କାର୍ଯ୍ୟ ହେଉନଥିବା ଅଭିଯୋଗ କରିଛନ୍ତି ବିଧାୟକ । ତେବେ ଯଦି ସ୍ଥାନୀୟ ଲୋକେ ନିଷ୍ପତ୍ତି ନେବେ, ତେବେ ବ୍ଲକ ସମ୍ମୁଖରେ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି । ଏହା ସହିତ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ବ୍ଲକ ସବୁବେଳେ ଏକ ନମ୍ବର ହେଉଥିବା ନେଇ ମଧ୍ୟ ପରୋକ୍ଷରେ ସମାଲୋଚନା କରିଥିଲେ । ଗୋପାଳପୁର ନିର୍ବାଚନମଣ୍ଡଳୀର କନିସି ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଏଭଳି ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ପ୍ରଦୀପ ପାଣିଗ୍ରାହୀ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.