ETV Bharat / state

ଅପହରଣ ପରେ ଆନ୍ଧ୍ରପ୍ରଦେଶରୁ ଉଦ୍ଧାର ହେଲେ ଆର୍ଯ୍ୟପଲ୍ଲୀର ମତ୍ସ୍ୟଜୀବୀ

author img

By

Published : Aug 20, 2023, 9:21 AM IST

ଆନ୍ଧ୍ରପ୍ରଦେଶର ଭାବୁନିପଡା ସମୁଦ୍ର ଅଞ୍ଚଳରୁ ଉଦ୍ଧାର ହେଲେ ଅପହରଣ ହୋଇଥିବା ଆର୍ଯ୍ୟପଲ୍ଲୀର ମତ୍ସ୍ୟଜୀବୀ । ଅଧିକ ପଢନ୍ତୁ

five odia fishermen rescued from andhra
five odia fishermen rescued from andhra

five odia fishermen rescued from andhra

ବ୍ରହ୍ମପୁର: ସମୁଦ୍ର ମଧ୍ୟରୁ ଆର୍ଯ୍ୟପଲ୍ଲୀର ପାଞ୍ଚ ଜଣ ମତ୍ସ୍ୟଜୀବୀଙ୍କୁ ଅପହରଣ ଘଟଣା । ଉଦ୍ଧାର ହେଲେ ଅପହରଣ ହୋଇଥିବା ମତ୍ସ୍ୟଜୀବୀ । ଆନ୍ଧ୍ରପ୍ରଦେଶର ଭାବୁନିପଡା ସମୁଦ୍ର ଅଞ୍ଚଳରୁ ସୁରକ୍ଷିତ ଭାବେ ପାଞ୍ଚ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛି ଗଞ୍ଜାମ ପୋଲିସ । ଶୁକ୍ରବାର ଠାରୁ ଆନ୍ଧ୍ରପ୍ରଦେଶର ମାଛ ମାଫିଆ ମାନେ ଅପହରଣ କରି ନେଇଥିବା ବେଳେ ଗୋଟିଏ ଦିନ ପରେ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଛି। ଆର୍ଯ୍ୟପଲ୍ଲୀ ମେରାଇନ୍ ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଥିଲା । ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କରିଥିଲା ।

ଏହା ମଧ୍ୟ ପଢନ୍ତୁ-ମଝି ସମୁଦ୍ରରେ 5 ମତ୍ସ୍ୟଜୀବୀଙ୍କୁ ଉଠାଇ ନେଲେ ଆନ୍ଧ୍ର ମାଫିଆ, ଥାନାରେ ଅଭିଯୋଗ

ଅନ୍ୟପଟେ ମେରାଇନ୍ ଥାନା ଅଧିକାରୀ ଓ ଛତ୍ରପୁର ଏସଡିପିଓ ଘଟଣାରେ ତଦନ୍ତ କରୁଥିବା ବେଳେ ସମୁଦ୍ରର ଗତିବିଧିକୁ ନଜର ରଖି ଉଦ୍ଧାର ହୋଇଥିବା ମତ୍ସ୍ୟଜୀବୀ ମାନଙ୍କୁ ଘରକୁ ଅଣାଯିବ ବୋଲି କୁହାଯାଇଛି । ବେଆଇନ ଭାବେ ବଡ଼ ବଡ଼ ଟ୍ରଲର ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ବେଆଇନ ମାଛ ମାରୁଥିବା ବେଳେ ଆଗାମୀ ଦିନରେ ପାଟ୍ରୋଲିଂ ବୃଦ୍ଧି କରାଯିବ ବୋଲି କୁହାଯାଇଛି । ତେବେ କିଭଳି ଏବଂ କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଲା ତାହା ପୋଲିସର ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ- ସମୁଦ୍ରରୁ ମାଛ ମାରି ଫେରୁଥିବା ବେଳେ ମତ୍ସ୍ୟଜୀବୀ ନିଖୋଜ, ମିଳୁନି ପତ୍ତା

ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ଆର୍ଯ୍ୟପଲ୍ଲୀ ଅଞ୍ଚଳର ୧୯ ଜଣ ମତ୍ସ୍ୟଜୀବୀ ଦୁଇଟି ଡଙ୍ଗା ଧରି ଶୁକ୍ରବାର ମାଛ ମାରିବାକୁ ସମୁଦ୍ର ଭିତରକୁ ଯାଇଥିଲେ । ସମୁଦ୍ର ମଧ୍ୟକୁ ଆନ୍ଧ୍ରର ଟ୍ରଲରେ ମାଛ ମାରିବାକୁ କିଛି ବ୍ୟକ୍ତି ଆସିଥିଲେ । କିନ୍ତୁ ବେଆଇନ ମାଛମରାକୁ ନେଇ ଆନ୍ଧ୍ର ଟ୍ରଲରରେ ଆସିଥିବା ବ୍ୟକ୍ତି ଓ ଆର୍ଯ୍ୟପଲ୍ଲୀର ମତ୍ସ୍ୟଜୀବୀଙ୍କ ମଧ୍ୟରେ ବଚସା ହୋଇଥିଲା । ଏହା ପରେ ଆନ୍ଧ୍ରରୁ ଟ୍ରଲରେ ଆସିଥିବା କିଛି ବ୍ୟକ୍ତି ଆର୍ଯ୍ୟପଲ୍ଲୀ ଅଞ୍ଚଳର ପାଞ୍ଚ ଜଣ ମତ୍ସ୍ୟଜୀବୀଙ୍କୁ ଅପହରଣ କରିନେଇଥିବା ଅଭିଯୋଗ ହୋଇଥିଲା । ଆର୍ଯ୍ୟପଲ୍ଲୀ ମେରାଇନ୍ ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଘଟଣାକୁ ଗୁରୁତର ସହ ନିଆଯାଇ ତଦନ୍ତ କରାଯାଇଥିଲା । ଅପହରଣ ପରେ ତୁରନ୍ତ ଏହି ବ୍ୟକ୍ତି ବିଶେଷଙ୍କୁ ଫେରାଇ ଆଣିବା ପାଇଁ ଜିଲ୍ଲା ପ୍ରଶାସନ ଏବଂ ତଟରକ୍ଷୀ ବାହିନୀକୁ ଅବଗତ କରାଯାଇଥିଲା । ଘଟଣାର ଗୋଟିଏ ଦିନ ପରେ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ହସ୍ତଗତ ହୋଇଛି।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.