ସମୁଦ୍ରରୁ ମାଛ ମାରି ଫେରୁଥିବା ବେଳେ ମତ୍ସ୍ୟଜୀବୀ ନିଖୋଜ, ମିଳୁନି ପତ୍ତା

By

Published : Aug 14, 2023, 10:14 AM IST

thumbnail

ଭଦ୍ରକ: ମାଛ ମାରିବାକୁ ଯାଇ ଫେରୁଥିବା ବେଳେ ମତ୍ସ୍ୟଜୀବୀ ନିଖୋଜ । ବୋଟରୁ ମନ୍ତେଇ ନଦୀ ମଧ୍ୟକୁ ଖସି ପଡି ନିଖୋଜ ମତ୍ସ୍ୟଜୀବୀ । ଏହିପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମରା ମାଛ ଧରା ବନ୍ଦରରେ । ନିଖୋଜ ମତ୍ସ୍ୟଜୀବୀ ହେଉଛନ୍ତି କରଣପଲି ପଞ୍ଚାୟତ କୁଆମରା ଗ୍ରାମର ବିଜୟ ନାୟକ । ବର୍ତ୍ତମାନ ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳିପାରିନି । 

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି(ରବିବାର) ଯାଜ୍ଞସେନୀ ନାମକ ଏକ ମାଛ ଧରା ବୋଟରେ କିଛି ମତ୍ସ୍ୟଜୀବୀ ନଦୀ ମୁହାଣ ଦେଇ ସମୁଦ୍ର ମଧ୍ୟକୁ ମାଛ ଧରିବାକୁ ଯାଇଥିଲା । ତେବେ ସମୁଦ୍ର ମଧ୍ୟରେ ମାଛ ଧରିବା ପରେ ବୋଟଟି ଧାମରା ମାଛ ଧରା ବନ୍ଦର ଠାରେ ଲଙ୍ଗର ପକାଇ ରହିଥିଲା । ପରେ ମତ୍ସ୍ୟଜୀବୀ ମାନେ ବୋଟରୁ ଓହ୍ଲାଉଥିବା ବେଳେ ବିଜୟ ନାୟକ ଭାରସାମ୍ୟ ହରାଇ ବୋଟରୁ ନଦୀ ମଧ୍ୟକୁ ଖସି ପଡିଥିଲେ । ଏନେଇ ଖବର ପାଇ ଧାମରା ମେରାଇନ ଥାନା ପୋଲିସ ନଦୀ ମଧ୍ୟରେ ଅପରାହ୍ନ ସମୟରେ ଖୋଜା ଖୋଜି ଆରମ୍ଭ କରିଥିଲେ । ହେଲେ ସନ୍ଧ୍ୟା ସୁଦ୍ଧା ନିଖୋଜ ମତ୍ସ୍ୟଜୀବୀ ବିଜୟଙ୍କ କୌଣସି ପତ୍ତା ମିଳିପାରିନାହିଁ । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.