ETV Bharat / state

ମା'ଙ୍କ ଆଗମନରେ ଦୁୁଲୁକୁଛି ପାରଳାଖେମୁଣ୍ଡି, ପୂଜା ଚୁଡି ପାଇ ଖୁସି ହେଲେ ଭକ୍ତ

author img

By ETV Bharat Odisha Team

Published : Nov 3, 2023, 7:26 PM IST

devotes crowded at paralakhemundi
devotes crowded at paralakhemundi

ମା'ଙ୍କ ଆଗମନରେ ଦୁୁଲିକୁଛି ପାରଳାଖେମୁଣ୍ଡି । ପୂଜା ଚୁଡି ପାଇବା ପାଇଁ ମହିଳାମାନେ ଅପେକ୍ଷା କରି ରହିଥିବା ବେଳେ ସିନ୍ଦୁର ଏବଂ ଚୁଡି ପାଇ ଭକ୍ତ ମଧ୍ୟ ଖୁସି ହୋଇଛନ୍ତି ।

devotes crowded at paralakhemundi

ଗଜପତି: ଧରାବତରଣ କରିଛନ୍ତି ମା'ଧନଦାତ୍ରୀ । ମା'ଙ୍କ ଆଗମନରେ ଉତ୍ସବ ମୁଖର ପୁରପଲ୍ଲୀ । ଏହି କ୍ରମରେ ପାରଳାଖେମୁଣ୍ଡିରେ ମଧ୍ୟ ଜମିଛି ଭିଡ । ମା'ଙ୍କ ଦର୍ଶନ କରିବା ସହ ଦୀପଦାନ କରି ଆଶୀର୍ବାଦ ଭିକ୍ଷା କରିବା ପାଇଁ ପ୍ରତିଦିନ ସନ୍ଧ୍ୟାରେ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି ପରିଲିକ୍ଷିତ ହେଉଛି । ପୂଜାକୁ ଆକର୍ଷଣୀୟ କରିବା ପାଇଁ ପୂଜା କମିଟି ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଥିବା କହିଛନ୍ତି କମିଟିର ସଦସ୍ୟ ।

ସର୍ବମୂଳ ଆଧାର ହେଉଛନ୍ତି ମା'। ଯେତେ ଦୁଃଖ କଷ୍ଟ ଥିଲେ ମଧ୍ୟ ମା'ଙ୍କ ଶରଣରେ ନିଜକୁ ସମର୍ପିତ କଲେ ଏହା ସୁଖରେ ପରିଣତ ହୋଇଥାଏ ବୋଲି ଲୋକଙ୍କ ବିଶ୍ବାସ ରହିଛି । ତେଣୁ ସାରା ଓଡିଶାରେ ମା' ଗଜଲକ୍ଷ୍ମୀଙ୍କ ପୂଜାକୁ ନେଇ ସମସ୍ତେ ଉତ୍ସାହିତ । ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ମା'ଙ୍କ ପୂଜା ଚାଲିଥିବା ବେଳେ ପାରଳାଖେମୁଣ୍ଡିରେ ହେଉଥିବା ପୂଜାର ରହିଛି ସ୍ବତନ୍ତ୍ରତା । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭଣ୍ଡାରୀ ସାହି ଛକରେ ଆୟୋଜିତ ମାଙ୍କ ପୂଜା ମଣ୍ଡପରେ ପ୍ରତିଦିନ ସନ୍ଧ୍ୟାରେ ଶ୍ରଦ୍ଧାଳୁମାନେ ଭିଡ ଜମାଇ ଦୀପଦାନ କରିବା ସହ ମା’ଙ୍କ ଆଶୀର୍ବାଦ ଭିକ୍ଷା କରୁଛନ୍ତି । ପୂଜା ଚୁଡି ଏବଂ ସିନ୍ଦୁରକୁ ପାଇ ଶ୍ରଦ୍ଧାଳୁମାନେ ମଧ୍ୟ ବେଶ ଖୁସି ପ୍ରକାଶ କରିଛନ୍ତି । ପୂଜା ଦେଖିବାକୁ ପଡୋଶୀ ଆନ୍ଧ୍ର ଓ ବିଭିନ୍ନ ସ୍ଥାନରୁ ଭକ୍ତମାନଙ୍କ ସୁଅ ଛୁଟିଥାଏ ।

ଏହା ମଧ୍ୟ ପଢନ୍ତୁ: କୁଆଁରୀ ପାଳିଲେ ଜହ୍ନିଓଷା, ଭଲ ବର ଦେବେ ମା’ ବୃନ୍ଦାବତୀ !

ଚଳିତ ବର୍ଷ ଐତିହ୍ୟ ପୂଜା 39 ବର୍ଷରେ ପଦାର୍ପଣ କରିଛି । ପ୍ରତିବର୍ଷ କିଛି ନା କିଛି ସ୍ବତନ୍ତ୍ର ସାଜସଜା ସହ କାର୍ଯ୍ୟକ୍ରମ ଆୟୋଜନ କରୁଛି ପୂଜା କମିଟି। ଚଳିତ ପୂଜା କମିଟି ପକ୍ଷରୁ ଆକର୍ଷଣୀୟ ମେଢ ଏବଂ ସାଜସଜ୍ଜା କରାଯାଇ ପୂଜାର ଆୟୋଜନ କରାଯିବା ସହ ପ୍ରତିଦିନ ସନ୍ଧ୍ୟାରେ ସ୍ଥାନୀୟ ଏବଂ ବାହାରର କଳାକାରମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ମା’ଙ୍କୁ ପୂଜା ଦୀପଟିଏ ଦେଇ ମନଭରି ଡାକିଲେ ମନସ୍କାମନା ପୂରଣ ହେଉଥିବାରୁ ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ ଜମୁଥିବା କହିଛନ୍ତି ପୂଜକ । ଧନଦାତ୍ରୀଙ୍କ ନିକଟରେ ଦୀପଦାନ କରି ଯାହା ମନାସିଲେ ତାହା ପୂରଣ ହେଉଥିବାରୁ ଏହି ପୂଜା ମଣ୍ଡପରେ ପ୍ରତ୍ୟେକଦିନ ଶ୍ରଦ୍ଧାଳୁଙ୍କ ଅସମ୍ଭବ ଭିଡ ପରିଲିକ୍ଷିତ ହେଉଛି ।

ଏନେଇ ଜଣେ ଭକ୍ତ କହିଛନ୍ତି, "ସମସ୍ତେ ସାହାଯ୍ୟ ଏବଂ ସହଯୋଗ କରି ଏହି ପୂଜା କରିଥାଆନ୍ତି । ମହିଳାମାନେ ଏହି ପୂଜାକୁ ଉତ୍ସାହର ସହ ଅପେକ୍ଷା କରିଥାଆନ୍ତି । ଗୁରୁବାର ଦିମ ମା'ଙ୍କର ଚୁଡି ଦାନ କରାଯାଏ । ଚୁଡି ପାଇବା ପାଇଁ ଭକ୍ତମାନେ କାଇଁ କେଉଁ ସମୟରୁ ଅପେକ୍ଷା କରି ରହିଥାଆନ୍ତି । ସବୁ ମହିଳାମାନଙ୍କୁ ଚୁଡି ଦିଆଯାଇଥାଏ ।"

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.