ETV Bharat / state

କୁଆଁରୀ ପାଳିଲେ ଜହ୍ନିଓଷା, ଭଲ ବର ଦେବେ ମା’ ବୃନ୍ଦାବତୀ !

author img

By ETV Bharat Odisha Team

Published : Oct 27, 2023, 5:46 PM IST

ମା' ବୃନ୍ଦାବତୀଙ୍କ ନିକଟରେ ହେଉଥିବା ଜହ୍ନି ଓଷାକୁ କୁଆଁରୀ ଝିଅମାନେ ବେଶ ଧୁମଧାମରେ ପାଳନ କରିଥାନ୍ତି। ଏହି ପୂଜା କଲେ ଭଲ ବର ମିଳିଥାଏ ବୋଲି ବିଶ୍ବାସ ରହିଛି । ଅଧିକ ପଢନ୍ତୁ...

ଭଲ ବର ପାଇଁ ଜହ୍ନି ଓଷା
ଭଲ ବର ପାଇଁ ଜହ୍ନି ଓଷା

ଭଲ ବର ପାଇଁ ଜହ୍ନି ଓଷା

ଗଜପତି: "ଜହ୍ନି ଫୁଲ ଠୋ ଠା କାକୁଡି ଫୁଲ ଠୋ ଠା । ଯେ ନ ଦେବ ତା ପିଲା ର ନାକ ଟା ଖଣ୍ଡିଆ ଟା" । ଜହ୍ନି ଲୋ ଜହ୍ନି, ଜହ୍ନି ଆଞ୍ଜୁଳି ନିତି ପୂଜା କଲେ ତିନି ଆଞ୍ଜୁଳି । କୁଆଁରୀମାନଙ୍କ ପୂଜା ଜହ୍ନିଓଷା । ଭାଦ୍ରବ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଥିବା ଏହି ପୂଜା କୁମାର ପୁର୍ଣ୍ଣିମାରେ ଶେଷ ହୋଇଥାଏ । ପରିବାରରେ ସୁଖ, ଭାଇର ମଙ୍ଗଳ କାମନା ସହ ଭଲ ବର ପାଇବା ପାଇଁ ଗଜପତି ଜିଲ୍ଲାର କୁଆଁରୀ ଝିଅମାନେ ପାଳନ କରିଥାନ୍ତି ଜହ୍ନି ଓଷା । ସନ୍ଧ୍ୟା ହେଲେ ଗୀତ ଘଣ୍ଟି, ହୁଳହୁଳି ଶବ୍ଦରେ ପ୍ରକମ୍ପିତ ହୋଇଉଠେ ପୁରପଲ୍ଲୀ ।

ଜହ୍ନିଓଷାର ବିଧି: ଭାଦ୍ରବ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଥିବା ଏହି ଓଷା । ଏକ ମାସ ଧରି ପାଳନ କରାଯାଉଥିବା ଏହି ଓଷା ସମୟରେ ବ୍ରତଧାରୀ କୁଆଁରୀମାନେ ମା’ ବୃନ୍ଦାବତୀଙ୍କ ନିକଟରେ ପୂଜା କରିବା କରିଥାନ୍ତି । ଏହି ସମୟରେ ବ୍ରତଧାରୀ କୁଆଁରୀ ମାନେ ମା' ବୃନ୍ଦାବତୀଙ୍କ ନିକଟରେ ପୂଜା କରିବା ସହ ଗୋଟିଏ ଓଳି ସାତ୍ତ୍ବିକ ଭୋଜନ କରିଥାନ୍ତି । ଏହି ବ୍ରତ ସମୟରେ ଜହ୍ନି ଖାଇବା କିମ୍ବା ଜହ୍ନି ଫୁଲ ତୋଳିବା ମନା ହୋଇଥାଏ । ଯଦିଓ ମାଁଙ୍କୁ ଜହ୍ନି ଫୁଲ ଦେଇ ପୂଜା କରାଯାଇଥାଏ ତଥାପି ଅନ୍ୟ କେହି ଏହାକୁ ତୋଳି ଆଣିଥାନ୍ତି । ପ୍ରତିଦିନ ସକାଳେ ଉଠି ନିତ୍ୟକର୍ମ ସାରି ବୃନ୍ଦାବତୀଙ୍କ ନିକଟରେ ଜଳ ପ୍ରଦାନ କରିବା ପରେ ହିଁ ଅନ୍ୟ କିଛି କାର୍ଯ୍ୟ କରିଥାନ୍ତି ବ୍ରତଧାରିମାନେ । ତେବେ ଦଶହରା ଠାରୁ ନୂଆଁ ଚାଙ୍ଗୁଡିରେ ନଦୀବାଲି ରଖି 7ପ୍ରକାର ଡାଲି ଜାତୀୟ ପଦାର୍ଥ ବୁଣିଥାନ୍ତି ଏବଂ ମାନସିକ କରି ନଡିଆ ଓ କଦଳି ବାନ୍ଧିଥାନ୍ତି । ଶେଷରେ କୁମାର ପୁର୍ଣ୍ଣିମା ଦିନ ଚନ୍ଦ୍ର ପୂଜା ସହ ଓଷା ଉଦଯାପନ ହୋଇଥାଏ । ପୌରାଣିକ କଥା ଅନୁଯାୟୀ ଶିବଙ୍କୁ ପାଇବା ପାଇଁ ପାର୍ବତୀ ଏହି ଓଷା କରିଥିଲେ । ଏହି ଓଷା କରିବା ପାରେ ମା’ଙ୍କୁ ଶିବ ପ୍ରାପ୍ତ ହୋଇଥିଲେ ।

ଏହା ମଧ୍ଯ ପଢନ୍ତୁ...ଗଜଲକ୍ଷ୍ମୀ ପୂଜା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର, କୁମାର ଉତ୍ସାବ ପ୍ରସ୍ତୁତି ଶେଷ

ପଣ୍ଡିତ ଜଗନ୍ନାଥ ରଥଶର୍ମା କହିଛନ୍ତି, ‘‘ଏହି ଓଷା କାହିଁ କେଉଁ କାଳରୁ କରାଯାଉଥଲେ ମଧ୍ୟ ଓଡିଶାର ବିଭିନ୍ନ ପ୍ରାନ୍ତରେ ଏହାକୁ ବେଶ ଆଡମ୍ବର ସହ ପାଳନ କରାଯାଏ । ଦକ୍ଷିଣ ଓଡିଶାରେ ବିଶେଷ କରି ଗଜପତି ଏବଂ ଗଞ୍ଜାମ ଜିଲ୍ଲାର କୁଆଁରୀ ମାନେ ଏହାକୁ ପାଳନ କରିଥାନ୍ତି । ତେବେ ବର୍ତମାନ ଆଧୁନିକତାର ଛାପରେ କୁଆଁରୀ ମାନେ ପ୍ରକୃତ ନିୟମ ଠାରୁ କିଛିଟା ବିଚ୍ୟୁତ ହୋଇଥିବା ପରିଲିକ୍ଷିତ ହେଉଛି । ତତ୍ ସଙ୍ଗେ ଚଳିତ ବର୍ଷ ଚନ୍ଦ୍ର ଗ୍ରହଣ ଯୋଗୁଁ କୁମାର ପୂର୍ଣ୍ଣିମାରେ ଏହି ଜହ୍ନି ଓଷାର ଉଦଯାପନରେ କିଛି ପରିବର୍ତ୍ତନ ଘଟିବ ।’’

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.