ETV Bharat / state

International Indigenous Day: ଗଜପତିରେ ବିଶାଳ ସମାବେଶ, ଆଦିବାସୀଙ୍କ ବିକାଶକୁ ପ୍ରାଧାନ୍ୟ

author img

By

Published : Aug 9, 2023, 8:17 PM IST

ପାରଳାଖେମୁଣ୍ଡିଠାରେ ବିଶ୍ୱ ଆଦିବାସୀ ଦିବସ ପାଳିତ
ପାରଳାଖେମୁଣ୍ଡିଠାରେ ବିଶ୍ୱ ଆଦିବାସୀ ଦିବସ ପାଳିତ

ଜାତିସଂଘ ତରଫରୁ ପ୍ରତିବର୍ଷ ଅଗଷ୍ଟ ୯ ତାରିଖକୁ ଅନ୍ତର୍ଜାତୀୟ ଆଦିବାସୀ ଦିବସ ରୂପେ ପାଳନ କରାଯାଏ । ବିଶ୍ବରେ ବିଭିନ୍ନ ଦେଶରେ ବସବାସ କରୁଥିବା ଆଦିବାସୀ ଲୋକଙ୍କ ଅଧିକାର ଓ ସୁରକ୍ଷା ଦିଗରେ ସଚେତନ ସୃଷ୍ଟି କରିବା ଏହି ଦିନର ମୁଖ୍ୟ ଲକ୍ଷ୍ୟ । ଅଧିକ ପଢନ୍ତୁ

ପାରଳାଖେମୁଣ୍ଡିଠାରେ ବିଶ୍ୱ ଆଦିବାସୀ ଦିବସ ପାଳିତ

ଗଜପତି: ପାରଳାଖେମୁଣ୍ଡିଠାରେ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ଗଜପତି ଜିଲ୍ଲା ଆଦିବାସୀ ମହାସଂଘ ପକ୍ଷରୁ ପାରଳାଖେମୁଣ୍ଡି ବସଷ୍ଟାଣ୍ଡଠାରୁ ଏକ ବିରାଟ ପାରମ୍ପରିକ ଶୋଭାଯାତ୍ରା ବାହାର କରାଯାଇଥିଲା । ଏହି ଶୋଭାଯାତ୍ରା ଫରେଷ୍ଟ୍ ଗେଟ୍ ନିକଟ ମ୍ୟୁଜିୟମ୍ ପଡିଆଠାରେ ଏକାଠି ହେବା ପରେ ଏକ ମହାସଭା ଆୟୋଜନ ହୋଇଥିଲା । ଏଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ମୋହନା ବିଧାୟକ ଦାଶରଥି ଗମାଙ୍ଗଙ୍କ ସମେତ ଗଜପତି ଜିଲ୍ଲାପାଳ ଓ ଅନ୍ୟାନ୍ୟ ଆଦିବାସୀ ନେତା ଯୋଗଦେଇଥିଲେ । ଆଦିବାସୀ ଭାଷା, ସଂସ୍କୃତି, ପରମ୍ପରାକୁ ସୁରକ୍ଷା ସହ ଉଜ୍ଜୀବିତ କରିବା ଏହି କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ ବୋଲି କହିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ । ଏହି କାର୍ଯ୍ୟକ୍ରମରେ ଗଜପତି ସମେତ ରାୟଗଡ଼ା ଜିଲ୍ଲାରୁ ହଜାର ହଜାର ଆଦିବାସୀ ଯୋଗ ଦେଇଥିଲେ ।

ଆନ୍ତର୍ଜାତିକ ଆଦିବାସୀ ଦିବସ ଇତିହାସ: ୯ ଅଗଷ୍ଟ ବିଶ୍ବ ଆଦିବାସୀମାନଙ୍କର ଏକ ସ୍ମରଣୀୟ ଦିବସ ଅଟେ । ମିଳିତ ଜାତିସଂଘର ଆଦିବାସୀ ଜନସଂଖ୍ୟା ଶାଖାର କାର୍ଯ୍ୟକାରୀ ସଦସ୍ୟ ବୈଠକରେ ୧୯୮୨ ମସିହାରେ ପ୍ରଥମେ ଅନ୍ତର୍ଜାତିକ ବିଶ୍ବ ଆଦିବାସୀ ଦିବସ ପାଳନର ପ୍ରସ୍ତାବ ଉପସ୍ଥାପନା କରାଯାଇଥିଲା । ପରବର୍ତ୍ତୀ ମିଳିତ ଜାତିସଂଘର ସାଧାରଣ ଅଧିବେଶନରେ ୨୩ ଡିସେମ୍ବର ୧୯୯୪ ମସିହାରେ, ୯ ଅଗଷ୍ଟକୁ ପ୍ରତି ବର୍ଷ ‘ଅନ୍ତର୍ଜାତୀୟ ଆଦିବାସୀ ଦିବସ’ ରୂପେ ମାନ୍ୟତା ଦେଇ ପାଳନ କରିବାପାଇଁ ଗୃହୀତ ହେଲା । ସେହିଦିନଠାରୁ ବିଶ୍ବର ବିଭିନ୍ନ ଦେଶରେ ଆଦିବାସୀମାନଙ୍କ ଅଧିକାରର ସୁରକ୍ଷା ବାର୍ତ୍ତାକୁ ଆଦିବାସୀମାନେ ଆଗ୍ରହର ସହିତ ସମଗ୍ର ବିଶ୍ବରେ ପାଳନ କରି ଅସୁଆଛନ୍ତି ।

ଏହା ବି ପଢନ୍ତୁ: ପ୍ରାକୃତିକ ରଙ୍ଗ ଭରା ହସ୍ତତନ୍ତ ବସ୍ତ୍ର ହବ୍‌ ସାଜିବ କୋରାପୁଟ, ସ୍ବାବଲମ୍ବୀ ହେବେ ଆଦିବାସୀ ଯୁବତୀ

ଏହି ବର୍ଷ ମୁଖ୍ୟତଃ "ଆଦିବାସୀ ଯୁବପୀଢି ହିଁ ଆତ୍ମ ପ୍ରତିଷ୍ଠାର ବାର୍ତ୍ତା ବହ ଅଟନ୍ତି "ଶୀର୍ଷକ ଉପରେ ବିଭିନ୍ନ ରାଜ୍ୟରୁ ଆସିଥିବା ଆଦିବାସୀ ବିଶାରଦମାନଙ୍କ ଦ୍ବାରା ଆଲୋଚନା ଅନୁଷ୍ଠିତ ହେଇଥିଲା । ମୁଖ୍ୟତଃ ଲୁପ୍ତ ପ୍ରାୟ ଆଦିବାସୀ ଭାଷାଗୁଡିକର ପୁନରୁଦ୍ଧାର କରି ସୁରକ୍ଷିତ ଓ ସୃଜନଶୀଳ କେମିତି କରାଯାଇପାରିବ ତାହାକୁ ନେଇ ଏକ ଆଲୋଚନା ଚକ୍ର ହୋଇଥିଲା । ଆଦିବାସୀଙ୍କ ସ୍ବାଭିମାନ ଓ ସଭ୍ୟତାକୁ କିପରି ବଜାୟ ରଖାଯିବ, ଅଧିକରୁ ଅଧିକ ପ୍ରଚାରପ୍ରସାର କରାଯିବା ସେନେଇ ସମସ୍ତ ଆଦିବାସୀ ମୁଖିଆଙ୍କ ପରାମର୍ଶ ଗ୍ରହଣ କରାଯାଇଥିଲା । ଏହା ସହିତ ଆଦିବାସୀଙ୍କ ସାମର୍ଥ୍ୟ, ନମନୀୟତା, ଆତ୍ମାଭିମାନ ଶାସ୍ତ୍ର ଓ ନିଶାଦଙ୍କର ଜୀବନଶୈଳୀକୁ ସ୍ବୀକୃତି ଓ ସମ୍ମାନକୁ ସୁନିଶ୍ଚିତ କରିବା ପାଇଁ ଆହ୍ୱାନ ଦିଆଯାଇଛି ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.