ETV Bharat / state

ଭାଉଜର ମୃତ୍ୟୁ ଖବର ପାଇ ବାପଘରକୁ ଆସିଥିଲା ନଣନ୍ଦ, ଦୁର୍ଘଟଣାରେ ଚାଲିଗଲା ଜୀବନ

author img

By

Published : Jul 28, 2023, 1:18 PM IST

woman died after accident in dhenkanal
woman died after accident in dhenkanal

ଢେଙ୍କାନାଳରେ ସଡକ ଦୁର୍ଘଟଣା । ବାଇକକୁ ବୋଲେରୋ ଧକ୍କା ଦେବାରୁ ମହିଳା ମୃତ । ଅଧିକ ପଢନ୍ତୁ

woman died after accident in dhenkanal

ଢେଙ୍କାନାଳ/ନୂଆପଡା: ଭାଉଜର ମୃତ୍ୟୁ ଖବର ପାଇ ବାପ ଘରକୁ ଯାଇଥିଲେ । ସେଠାରେ ସମବେଦନା ଦେଇ ଫେରୁଥିବା ବେଳେ ସଡକ ଦୁର୍ଘଟଣାରେ ଚାଲିଗଲା ନଣନ୍ଦର ଜୀବନ । ଭୁବନ ଥାନା ଅନ୍ତର୍ଗତ ବାଉଁଶକଣ ଗ୍ରାମ ନିକଟରେ ଏକ ବାଇକକୁ ବୋଲେରୋ ଧକ୍କା ଦେବାରୁ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି । ଭୁବନ ଥାନା ଅନ୍ତର୍ଗତ ବାଉଁଶକଣ ଗ୍ରାମ ନିକଟରେ ଏହି ଘଟଣା ଘଟିଛି । ତିନି ଆହତ ହେଉଛନ୍ତି ମୃତ ମହିଳାଙ୍କ ସ୍ବାମୀ, ପାଞ୍ଚ ବର୍ଷ ଶିଶୁ କନ୍ୟା ଓ ବାଇକ ଆରୋହୀ ଗଣେଶ ପୂର୍ତ୍ତୀ। ସେମାନଙ୍କ ଘର ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ କଞ୍ଚିଚୂଆ ଗ୍ରାମରେ । ମୃତ ମହିଳା ହେଉଛନ୍ତି ବାସନ୍ତି ଗାଗାରାଇ ।

ଭାଇଜର ମୃତ୍ୟୁ ଖବର ପାଇ ନଣନ୍ଦ ବାସନ୍ତି ଗାଗାରାଇ ତାଙ୍କ ସ୍ବାମୀ, ରତିଆ ଗାଗାରାଇ ଓ ପାଞ୍ଚ ବର୍ଷର ଶିଶୁ କନ୍ୟା ଦେବୀ ଗାଗାରାଇ ପଡୋଶୀ ଯୁବକ ଗଣେଶ ପୂର୍ତ୍ତୀଙ୍କ ସହ ଏକ ବାଇକ ଯୋଗେ ଗୁରୁବାର ଢେଙ୍କାନାଳ ଜିଲ୍ଲା ବରପାଳ ଗ୍ରାମକୁ ଆସିଥିଲେ । ସେଠାରେ ସମବେଦନା ଦେଇ ଫେରୁଥିବା ବେଳେ ବାଟରେ ଛକିଥିଲା ମୃତ୍ୟୁ । ସନ୍ଧ୍ୟାରେ ଚାରିଜଣ ଏକ ବାଇକ ଯୋଗେ ଘରକୁ ଫେରୁଥିବା ସମୟରେ ପଛପଟୁ ଏକ ଅଜଣା ବୋଲେରୋ ଧକ୍କା ଦେଇ ଚାଲିଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-ଟ୍ରକ ଧକ୍କାରେ ସ୍କୁଟି ଚାଳକ ମୃତ, ଦୁର୍ଘଟଣା ଘଟାଇଥିବା ଗାଡ଼ି ଜାଳିଦେଲେ ଉତ୍ୟକ୍ତ ଲୋକେ

ଏହା ଦେଖି ସ୍ଥାନୀୟ ବାସିନ୍ଦା ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ଘଟଣାସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚିବା ପରେ ସମସ୍ତଙ୍କୁ ଉଦ୍ଧାର କରାଯାଇ ଭୁବନ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ମେଡିକାଲରେ ରତିଆ ଗାଗାରାଇଙ୍କ ସ୍ତ୍ରୀ ବାସନ୍ତି ଗାଗାରାଇଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଭୁବନ ପୋଲିସ ମେଡିକାଲରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଚଳାଉଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ-ସ୍କର୍ପିଓ ଧକ୍କାରେ ବ୍ୟକ୍ତିଙ୍କ ମୃତ୍ୟୁ, ଗାଡି ଜାଳିଦେଲେ ଉତ୍ୟକ୍ତ ଲୋକେ

ଗୁରୁବାର ନୂଆପଡାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଖବର ସାମ୍ନାକୁ ଆସିଥିଲା । ଜିଲ୍ଲା ଦେଇ ଯାଇଥିବା ବିଜୁ ଏକ୍ସପ୍ରେସ ଓ୍ବେରେ ସ୍କର୍ପିଓ ଓ ଏକ ବାଇକ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକ ଜଣଙ୍କ ହେଉଛନ୍ତି ସିଲେଟପାଣି ଗାଁର ଈଶ୍ଵର ମାଝୀ । ଖବର ପାଇ କୋମନା ଥାନା ତାରବୋଡ଼ ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କୋମନା ପଠାଇଥିଲା ।

ଇଟିଭି ଭାରତ, ଢେଙ୍କାନାଳ ଓ ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.