ସ୍କର୍ପିଓ ଧକ୍କାରେ ବ୍ୟକ୍ତିଙ୍କ ମୃତ୍ୟୁ, ଗାଡି ଜାଳିଦେଲେ ଉତ୍ୟକ୍ତ ଲୋକେ

By

Published : Jul 23, 2023, 2:08 PM IST

thumbnail

ରାଇରଙ୍ଗପୁର: କାର ଧକ୍କାରେ ଜନୈକ ବ୍ୟକ୍ତିଙ୍କ ମୃତ୍ୟୁ । ଏନେଇ ଉତ୍ୟକ୍ତ ଗ୍ରାମବାସୀ କାରଟିକୁ ଜାଳି ପୋଡ଼ି ଦେଇଥିବା ସୂଚନା । ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ରାଢୋ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଏକ ସ୍କୋର୍ପିଓ କାର ରାଢୋ ଗ୍ରାମ ଦେଇ ଉଦଳା ଯାଉଥିଲା । ସେହି ସମୟରେ ଜନୈକ ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲା । ଧକ୍କା ଫଳରେ ବ୍ୟକ୍ତି ଜଣକ କାର ତଳେ ଚାପି ହୋଇ ମୃତ୍ୟୁବରଣ କରିଥିଲେ । 

ତେବେ ମୃତକ ଜଣକ ରାଢୋ ଗ୍ରାମର ରବୀନ୍ଦ୍ର ପାତ୍ର ବୋଲି ଜଣାପଡିଛି । ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହିତ ଉତ୍ୟକ୍ତ ଗାଁ ଲୋକେ ଦୁର୍ଘଟଣାଗ୍ରସ୍ତ ସ୍କର୍ପିଓ ଗାଡିରେ ନିଆଁ ଲଗାଇ ଜାଳି ଦେଇଛନ୍ତି । ଫଳରେ କାରଟି ସମ୍ପୂର୍ଣ୍ଣ ଭାବେ ଜଳି ପୋଡି ନଷ୍ଟ ହୋଇଯାଇଛି । ତେବେ ସ୍କର୍ପିଓ ଗାଡିଟି ସମ୍ପୂର୍ଣ୍ଣ ଜଳି ଯାଇଥିବାରୁ ଗାଡ଼ିଟିଟି କେଉଁ ଅଞ୍ଚଳର ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ଅନ୍ୟପଟେ ଦୁର୍ଘଟଣା ଘଟିବା ପରେ ସ୍କର୍ପିଓ ଗାଡ଼ିର ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.