ETV Bharat / state

ଦୁର୍ଘଟଣାରେ ୨ ଯୁବକ ମୃତ, କ୍ଷତିପୂରଣ ଦାବିରେ ଥାନା ଘେରାଉ

author img

By

Published : Jul 20, 2023, 1:39 PM IST

ଦୁର୍ଘଟଣାରେ ୨ ଯୁବକ ମୃତ
ଦୁର୍ଘଟଣାରେ ୨ ଯୁବକ ମୃତ

ରାୟଗଡାର ରାଫକଣା ନିକଟରେ କାର ଧକ୍କାରେ ମଟର ସାଇକେଲରେ ଫେରୁଥିବା ୨ ଯୁବକ ମୃତ । କ୍ଷତିପୂରଣ ଦାବିରେ ରାୟଗଡା ଥାନା ଘେରାଉ । ଅଧିକ ପଢନ୍ତୁ

ଦୁର୍ଘଟଣାରେ ୨ ଯୁବକ ମୃତ

ରାୟଗଡା: ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୨ ଯୁବକଙ୍କୁ କ୍ଷତିପୂରଣ ଦାବିରେ ଥାନା ଘେରାଉ । ଗତ ମଙ୍ଗଳବାର ଦିନ ରାୟଗଡ ବ୍ଲକ କୁଟୁଳି ଗ୍ରାମର ଆନନ୍ଦ ମାଣ୍ଡାଙ୍ଗି ଏବଂ ଜନସେବା କେନ୍ଦ୍ର ମାଲିକ ହେମନ୍ତ ମିଣିଆକା ମଧ୍ୟାହ୍ନ ସମୟରେ ମଟର ସାଇକଲ ଯୋଗେ ରାୟଗଡାରୁ ନିଜ ଘରକୁ ଫେରୁଥିଲେ । ହେଲେ ରାଫକଣା ନିକଟରେ ପଛପଟୁ ଏକ କାର ଆସି ଧକ୍କା ଦେଇଥିଲା । ଫଳରେ ଦୁହେଁ ଘଟଣା ସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ କ୍ଷତିପୂରଣ ନେଇ ଗତକାଲି ରାୟଗଡା ଥାନା ଘେରାଉ କରିଥିଲେ ।

ସେହିପରି ଦୁର୍ଘଟଣା ଦୁଇଦିନ ସମୟ ବିତି ଯାଇଥିଲେ ସୁଦ୍ଧା ପୋଲିସ ବର୍ତ୍ତମାନ ପର୍ଯ୍ୟନ୍ତ ଦୁର୍ଘଟଣା ଘଟାଇଥିବା ଗାଡି ମାଲିକର ପରିଚୟ ବାହାର କରିପାରିନାହିଁ କିମ୍ବା ଡ୍ରାଇଭରକୁ ଗିରଫ କରିନାହିଁ ବୋଲି ଅଭିଯୋଗ କରିଥିଲେ ଆନ୍ଦୋଳନକାରୀ । ଅପରପକ୍ଷେ ମୃତ ଆନନ୍ଦ ମାଣ୍ଡାଙ୍ଗି କଲେଜ ଛାତ୍ର ହୋଇଥିବାରୁ ରାୟଗଡ ଅଟୋନୋମସ୍‌ କଲେଜର ଛାତ୍ରମାନେ କଲେଜ ବନ୍ଦ କରିଛନ୍ତି । ଏଥି ସହ ଡ୍ରାଇଭରକୁ ଗିରଫ ଏବଂ ଗାଡି ମାଲିକର ପରିଚୟ ତୁରନ୍ତ ବାହାର କରି କ୍ଷତିପୂରଣ ଦାବିରେ ଥାନା ଘେରାଉ କରିଥିଲେ ।

ଏହା ମଧ୍ୟ ପଢନ୍ତୁ - ବସ ଧକ୍କାରେ ଯୁବକ ମୃତ, ଘଟଣା ସ୍ଥଳରେ ଉତ୍ତେଜନା

ଅନ୍ୟପଟେ କଲେଜ ଛାତ୍ରଙ୍କ ସହିତ ଅନ୍ୟ ମୃତକଙ୍କ ବନ୍ଧୁ ଏବଂ ସମ୍ପର୍କୀୟ ମାନେ ମଧ୍ୟ ଶତାଧିକ ସଂଖ୍ୟାରେ ଥାନା ଘେରାଉ କରିଥିଲେ । ଏଥିସହ ତୁରନ୍ତ ସମାଧାନ କରନ୍ତୁ ନଚେତ ରାସ୍ତା ରୋକ କରିବାକୁ ବାଧ୍ୟ ହେବୁ ବୋଲି ରାୟଗଡ ବ୍ଲକ ଉପାଧକ୍ଷ ହର ପ୍ରସାଦ ହେପୃକା ପ୍ରକାଶ କରିବା ପରେ ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ସେପଟେ କ୍ଷତିପୂରଣ ଦାବିରେ ଅଡି ବସିଥିବା ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ରାୟଗଡା ଥାନାରୁ ଏକ ସ୍ଵତନ୍ତ୍ର ପୋଲିସ ଟିମ ରାଫକଣା ନିକଟରେ ଘଟିଥିବା ଦୁର୍ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଥିବା ଜଣାପଡିଛି । ସେପଟେ କୁମ୍ଭୀକୋଟା ଫାଣ୍ଡି ପୋଲିସ ମୃତକ ଆନନ୍ଦ ମାଣ୍ଡାଙ୍ଗି ଏବଂ ହେମନ୍ତ ମିଣିଆକାଙ୍କ ମୃତଦେହକୁ ଜବତ କରି ରାୟଗଡା ଜିଲ୍ଲା ସଦର ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା । ବ୍ୟବଚ୍ଛେଦ ପରେ ରାୟଗଡା ଥାନା ପୋଲିସ ଉପସ୍ଥିତିରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.