ETV Bharat / state

ଟ୍ରକ ଧକ୍କାରେ ସ୍କୁଟି ଚାଳକ ମୃତ, ଦୁର୍ଘଟଣା ଘଟାଇଥିବା ଗାଡ଼ି ଜାଳିଦେଲେ ଉତ୍ୟକ୍ତ ଲୋକେ

author img

By

Published : Jul 26, 2023, 10:10 PM IST

severe road accident in balangir
ବଲାଙ୍ଗୀରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ବଲାଙ୍ଗୀର ଜିଲ୍ଲା ମଧ୍ୟାପାଲି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ ଚପାରେ ଚାଲିଗଲା ସ୍କୁଟି ଚାଳକଙ୍କ ଜୀବନ । ଉତ୍ୟକ୍ତ ଲୋକ ଦୁର୍ଘଟଣା ଘଟାଇ ଥିବା ଟ୍ରକକୁ ଜାଲିଦେଲେ । ଅଧିକ ପଢ଼ନ୍ତୁ

ବଲାଙ୍ଗୀରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ବଲାଙ୍ଗୀର: ମଧ୍ୟାପାଲି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ୍‌ ଚପାରେ ସ୍କୁଟି ଚାଳକଙ୍କ ମୃତ୍ୟୁ । ମୃତକ ଜଣକ ବଲାଙ୍ଗୀର ସହର ପାଖ ଖମାର ମୁଣ୍ଡା ଗ୍ରାମର ରବି ନାରାୟଣ ନନ୍ଦ ବୋଲି ପରିଚୟ ମିଳିଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜାଳି ଦେଇଛନ୍ତି । ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ 26 ନମ୍ୱର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି ।

ସୂଚନା ଅନୁଯାୟୀ, ରବି ନାରାୟଣ ନନ୍ଦ ବଲାଙ୍ଗୀର ସୁଦପଡାର ଏକ ପ୍ରିଣ୍ଟିଂ ପ୍ରେସରେ କାର୍ଯ୍ୟ କରୁଥିଲେ । ସବୁଦିନ ପରି ସେ କାମ ସାରି ସ୍କୁଟି ଯୋଗେ ତାଙ୍କ ଗାଁକୁ ଫେରୁଥିଲେ । ହେଲେ 26 ନମ୍ୱର ଜାତୀୟ ରାଜପଥ ମଧ୍ୟାପାଳିଠାରେ ପଛ ପଟୁ ଏକ ଟ୍ରକ ଆସି ଧକ୍କା ଦେବା ସହ ତାଙ୍କ ଉପରେ ଚଢ଼ି ଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ସେପଟେ ଦୁର୍ଘଟଣା ନେଇ ସ୍ଥାନୀୟ ଲୋକେ ଓ ତାଙ୍କ ସମ୍ପର୍କୀୟ 26 ନମ୍ୱର ବରଗଡ଼ ବୋରିଗୁମ୍ମା ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ସେହିପରି ଦୁର୍ଘଟଣା ଘଟାଇଥିବା ଟ୍ରକକୁ ବଲାଙ୍ଗୀର ସହର ବାହାରେ 5 କିମି ଦୂରରେ ଲୋକେ ଧରିଥିବା ବେଳେ ଗାଡ଼ିକୁ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି । ସେପଟେ ରାସ୍ତା ଉପରେ ମୃତଦେହ ରଖି 50 ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରି ଜାତୀୟ ରାଜପଥ ଅବରୋଧ କରିଛନ୍ତି ପରିବାର ବର୍ଗ ଓ ସ୍ଥାନୀୟ ଲୋକ । ଫଳରେ ରାସ୍ତାର ଦୁଇ ପଟରେ ଶହଶହ ଗାଡ଼ି ଅଟକି ରହିଛି ।

ଏହା ମଧ୍ୟ ପଢ଼ନ୍ତୁ: Sambalpur Accident: କୋଇଲା ବୋଝଇ ଟ୍ରକ ଓ 407 ମଧ୍ୟରେ ଧକ୍କା, ଜୀବନ୍ତ ଜଳିଗଲେ ଡ୍ରାଇଭର

ସେପଟେ ଦୁର୍ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଛି । ଅଗ୍ନିଶମ ବିଭାଗ ପହଞ୍ଚି ଟ୍ରକରେ ଲାଗିଥିବା ନିଆଁକୁ ଆୟତ୍ତ କରିିଛି । ଏଯାଏଁ ଲୋକଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହୋଇ ନଥିବା ବେଳେ ପ୍ରଶାସନର ଅଧିକାରୀ ଓ ପୋଲିସ ସେମାନଙ୍କୁ ବୁଝାସୁଝା କରୁଛି । ବଲାଙ୍ଗୀର ଦେଇ ଦୁଇ ଦୁଇଟି ଜାତୀୟ ରାଜପଥ ଯାଇଥିବା ବେଳେ ବର୍ତ୍ତମାନ ବଢ଼ିଥିବା ଟ୍ରାଫିକ ଯୋଗୁଁ ମରଣାଯନ୍ତା ପାଲଟିଛି । ଏହାର ସମାଧାନ ପାଇଁ ଦୀର୍ଘ ବର୍ଷ ହେବ ଲୋକେ ବାଇପାସ ଦାବି କରି ଆସୁଛନ୍ତି । ଏବେ ଏହାର କାମ ଚାଲିଛି ହେଲେ ଏହାରି ମଧ୍ୟରେ ବଡ଼ବଡ଼ ଦୁର୍ଘଟଣା ଘଟି ଅନେକଙ୍କ ଧନ ଜୀବନ ନଷ୍ଟ ହୋଇଛି । ତେଣୁ ବାଇପାସ କାମକୁ ଶୀଘ୍ର ତ୍ୱରାନ୍ୱିତ କରି କାମ ସାରିବାକୁ ଦାବି ହୋଇଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.