Sambalpur Accident: କୋଇଲା ବୋଝଇ ଟ୍ରକ ଓ 407 ମଧ୍ୟରେ ଧକ୍କା, ଜୀବନ୍ତ ଜଳିଗଲେ ଡ୍ରାଇଭର

By

Published : Jul 26, 2023, 7:37 PM IST

thumbnail

ସମ୍ବଲପୁର: କୋଇଲା ବୋଝଇ ଟ୍ରକ ଓ ୪୦୭ ମିନି ଟ୍ରକ ମୁହାଁମୁହିଁ ଧକ୍କା । ଦୁର୍ଘଟଣା ଯୋଗୁଁ ଟ୍ରକରେ ଲାଗିଲା ନିଆଁ । ୪୦୭ ମିନିଟ୍ରକ ଡ୍ରାଇଭର ଜୀବନ୍ତ ଦଗ୍ଧ । ଏପରି ମର୍ମନ୍ତୁଦ ଦୁର୍ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର କୋଲକାତା ୫୩ ନମ୍ବର ଜାତୀୟ ରାଜପଥର ବଡ଼ କୁଣ୍ଡେସରା ଗାଁ ନିକଟରେ । ସୂଚନାନୁଯାୟୀ, ୫୩ ନମ୍ବର ଜାତୀୟ ରାଜପଥ ବଡକୁଣ୍ଡେସରାଠାରେ ୧୪ ଚକିଆ କୋଇଲା ବୋଝେଇ ଟ୍ରକ ଏବଂ ୪୦୭ ମିନିଟ୍ରକ ଗାଡ଼ି ମଧ୍ୟରେ ମୁହାମୁହିଁ ଧକ୍କା ହୋଇଥିଲା । ୨ ଗାଡ଼ି ମଧ୍ୟରେ ଧକ୍କା ହେବା ଫଳରେ ୪୦୭ ଗାଡ଼ିରେ ନିିଆଁ ଲାଗି ଡ୍ରାଇଭରଙ୍କ ମୃତ ଘଟିଥିବା ସୂଚନା ଦେଇଛି ପୋଲିସ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ମୃତଦେହକୁ ଉଦ୍ଧାର କରିଛି । ତେବେ ମୃତ ଡ୍ରାଇଭର ଜଣକ କାନପୁର ଅଞ୍ଚଳର ରାମଜୀ ବୋଲି ସୂଚନା ମିଳିଛି  l କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଛି ତାହା ସ୍ପଷ୍ଟ ହୋଇନାହିଁ l ଏନେଇ ତଦନ୍ତ ଜାରି ରଖିଛି ପୋଲିସ ।
 

ଇଟିଭି ଭାରତ, ସମ୍ବଲପୁର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.