ETV Bharat / state

ଦୁଇ ବାଇକ ମୁହାଁମୁହିଁ ଧକ୍କା: ଯୁବକ ମୃତ, 3 ଗୁରୁତର

author img

By

Published : Mar 5, 2023, 8:09 AM IST

ଢେଙ୍କାନାଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 3 ଜଣ ଗୁରୁତର । ଅଧିକ ପଢନ୍ତୁ

young man died bike accident in dhenkanal
young man died bike accident in dhenkanal

ଦୁଇ ବାଇକ ମୁହାଁମୁହିଁ ଧକ୍କା

ଢେଙ୍କାନାଳ: କମଗରା ବ୍ରାହ୍ମଣୀ ପୋଲ ଉପରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନିଜଣ ଗୁରୁତର ହୋଇଛନ୍ତି । ଗୁରୁତର ମାନଙ୍କୁ କଟକ ଏସସିବିକୁ ସ୍ଥାନାନ୍ତରିତ କରାଯାଇଛି । ମୃତକ ଜଣଙ୍କ ହେଉଛନ୍ତି କାମାକ୍ଷାନଗର ବୁଢ଼ୀବିଲି ଗ୍ରାମର ସୁଶାନ୍ତ ବେହେରା । ତିନି ଗୁରୁତର ହେଉଛନ୍ତି ବୁଢ଼ୀବିଲି ଗ୍ରାମର ବିଜୟ ବେହେରା, ସଦର ଥାନା ଆତିଣ୍ଡା ଗ୍ରାମର ଅମର ପ୍ରଧାନ ଓ ଉଦୟ ପ୍ରଧାନ ।

ମିଳିଥିବା ସୂଚନା ଅନୁଯାୟୀ, ମୃତ ସୁଶାନ୍ତ ଓ ତାଙ୍କ ସାଥୀ ବିଜୟ ରଙ୍ଗ ମିସ୍ତ୍ରୀ ଭାବେ କାମ କରନ୍ତି । ଶନିବାର ଦିନ ଉଭୟ କାମ ସାରି ଏକ ବାଇକ ଯୋଗେ ତାଳଚେରରୁ ଘରକୁ ଫେରୁଥିଲେ । ଏହି ସମୟରେ ଅମର ଓ ଉଦୟ ବିପରିତ ଦିଗରୁ ଏକ ବାଇକ ଯୋଗେ କାମାକ୍ଷାନଗର ଯାଉଥିବା ବେଳେ କମଗରା ବ୍ରାହ୍ମଣୀ ପୋଲ ଉପରେ ସୁଶାନ୍ତଙ୍କ ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ଚାରି ଜଣ ଯୁବକ ଗୁରୁତର ହୋଇ ପଡିଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ଏକ ଆମ୍ବୁଲାନ୍ସ ଯୋଗେ ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । କିନ୍ତୁ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ତିନି ଜଣ ଗୁରୁତର ଅବସ୍ଥାରେ ବର୍ତ୍ତମାନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।


ଗତ 1 ତାରିଖ ଦିନ ଯାଜପୁର ରୋଡ ଥାନା ଗଣେଷ ବଜାର ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଥିଲା । ଟ୍ରକ ଧକ୍କା ଦେବାରୁ ଜଣେ ମାଛ ବିକାଳୀଙ୍କର ମୃତ୍ୟୁ ହୋଇଥିଲା । ମୃତକ ଜଣକ ସ୍ଥାନୀୟ ନେଳିବରୀ ଗ୍ରାମର ଅନାଦି ମଳିକ । ସାଇକେଲରେ ମାଛ ବିକ୍ରି କରିବାକୁ ଯାଉଥବା ବେଳେ ଏକ ଦଶ ଚକିଆ ଟ୍ରକ ତାଙ୍କ ଉପରେ ମାଡିଯିବାରୁ ଘଟଣାସ୍ଥଳରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା । ଏନେଇ ଖବର ପାଇଁ ଯାଜପୁର ରୋଡ ପୋଲିସ ଗଣେଶ ବଜାର ଛକରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

ଏହା ମଧ୍ୟ ପଢନ୍ତୁ-VSSUT Student death Case: ପୋଲିସ ବିରୋଧରେ ବର୍ଷିଲେ ବିଧାୟକ ନାଉରୀ ନାଏକ

ତେବେ ଅନାଦି ମଳିକଙ୍କ ମୃତ୍ୟୁ ପରେ ଦାନିଆବର, ନେଲିଵାରୀ ଗାଁର, ରାଛିପୁର ଓ ଯାଜପୁର ରୋଡ ଅଞ୍ଚଳ ଶତାଧିକ ଲୋକେ କ୍ଷତିପୂରଣ ଦେବା ପାଇଁ ଦାବି କରିଥିଲେ । ଲୋକଙ୍କ ଦାବିକୁ ଦୃଷ୍ଟିରେ ପୋଲିସ ସ୍ଥାନୀୟ ଲୋକ ଗ୍ୟାସ କମ୍ପାନୀ ସହିତ କ୍ଷତିପୂରଣ ଦେବା ଉପରେ ଆଲୋଚନା କରୁଥିଲା ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.