ETV Bharat / state

VSSUT Student death Case: ପୋଲିସ ବିରୋଧରେ ବର୍ଷିଲେ ବିଧାୟକ ନାଉରୀ ନାଏକ

author img

By

Published : Mar 4, 2023, 10:59 PM IST

VSSUT student death case:  ପୋଲିସ ବିରୋଧରେ ବର୍ଷିଲେ ବିଧାୟକ ନାଉରୀ ନାଏକ
VSSUT student death case: ପୋଲିସ ବିରୋଧରେ ବର୍ଷିଲେ ବିଧାୟକ ନାଉରୀ ନାଏକ

ଆଜି ସମ୍ବଲପୁରରେ ନାଉରୀ କହିଛନ୍ତି ପୂର୍ବରୁ ନବ ଦାସ ହତ୍ୟାକାଣ୍ଡ, ମମିତା ମେହେର ହତ୍ୟାକାଣ୍ଡ ପରି ଅନେକ ଘଟଣାକୁ ରାଜ୍ୟ ପୋଲିସ ବିଭାଗ ଚାପି ଦେଇଥିବା ବେଳେ ବର୍ତ୍ତମାନ ମଧ୍ୟ ଭିସୁଟ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ଘଟଣାର ତଦନ୍ତକୁ ବାଟବଣା କରାଯାଉଥିବା କହିଛନ୍ତି ରେଙ୍ଗାଲି ବିଧାୟକ। ଆଜି ଏହି ଘଟଣାର ସନ୍ଦିଗ୍ଧ ଅଭିଯୁକ୍ତ ପ୍ରୀତିମାନ ଦେ ଓ ମାନସ ଟୁଡୁଙ୍କୁ ସମ୍ବଲପୁର ପୋଲିସ ଭୁବନେଶ୍ୱରକୁ ଲାଇ ଡିଟେକ୍ସନ ଟେଷ୍ଟ ପାଇଁ ପଠାଇଛି। ସେପଟେ ପୋଲିସର ଘଟଣାର ତଦନ୍ତ ପାଇଁ 3 ଟି ଟିମ ଗଠନ କରିଛି। ଅଧିକ ପଢନ୍ତୁ

VSSUT student death case: ପୋଲିସ ବିରୋଧରେ ବର୍ଷିଲେ ବିଧାୟକ ନାଉରୀ ନାଏକ

ସମ୍ବଲପୁର: ସମ୍ବଲପୁର ଭିସୁଟ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ମୃତ୍ୟୁ ଘଟଣା । ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ରେଙ୍ଗାଲି ବିଧାୟକ ତଥା ରାଜ୍ୟ ବିଜେପି ଉପ ସଭାପତି ନାଉରୀ ନାଏକ। ନାଉରୀ କହିଛନ୍ତି ରାଜ୍ୟ ପୋଲିସ ବିଭାଗର ନିରପେକ୍ଷତା ନାହିଁ। ପୋଲିସ ବିଭାଗ ରାଜ୍ୟ ସରକାରଙ୍କ ଦଲାଲ ଭାବେ କାର୍ଯ୍ୟ କରୁଛି। ତେଣୁ ଭିସୁଟ ଛାତ୍ରୀ ଚିନ୍ମୟୀଙ୍କ ମୃତ୍ୟୁ ଘଟଣାର ସତ୍ୟକୁ ଚପାଇ ଦେବାକୁ ଚେଷ୍ଟା କରାଯାଉଛି ।

ଆଜି ସମ୍ବଲପୁରରେ ନାଉରୀ କହିଛନ୍ତି ପୂର୍ବରୁ ନବ ଦାସ ହତ୍ୟାକାଣ୍ଡ, ମମିତା ମେହେର ହତ୍ୟାକାଣ୍ଡ ପରି ଅନେକ ଘଟଣାକୁ ରାଜ୍ୟ ପୋଲିସ ବିଭାଗ ଚାପି ଦେଇଥିବା ବେଳେ ବର୍ତ୍ତମାନ ମଧ୍ୟ ଭିସୁଟ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ଘଟଣାର ତଦନ୍ତକୁ ବାଟବଣା କରାଯାଉଥିବା କହିଛନ୍ତି ରେଙ୍ଗାଲି ବିଧାୟକ। ଆଜି ଏହି ଘଟଣାର ସନ୍ଦିଗ୍ଧ ଅଭିଯୁକ୍ତ ପ୍ରୀତିମାନ ଦେ ଓ ମାନସ ଟୁଡୁଙ୍କୁ ସମ୍ବଲପୁର ପୋଲିସ ଭୁବନେଶ୍ୱରକୁ ଲାଇ ଡିଟେକ୍ସନ ଟେଷ୍ଟ ପାଇଁ ପଠାଇଛି। ସେପଟେ ପୋଲିସର ଘଟଣାର ତଦନ୍ତ ପାଇଁ 3 ଟି ଟିମ ଗଠନ କରିଛି। ଏହି ଟିମ ଭୁବନେଶ୍ୱର, ବଲାଙ୍ଗୀର ଓ ସୋନପୁରରେ ତଦନ୍ତ ଜାରି ରଖିଛି।

ପୂର୍ବରୁ ଗତ ମଙ୍ଗଳବାର 28 ତାରିଖ ରେ ବୁର୍ଲା ଭିସୁଟର ସମାବର୍ତନ ଉତ୍ସବ ଉତ୍ସବ ଥିବା ବେଳେ ଚିନ୍ମୟୀ ସେହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେହି ଦିନ ରାତି 10 ଟାରେ ସେ ନିଜର ବନ୍ଧୁ ପ୍ରୀତିମାନଦେ ଙ୍କ ସହ ପାୱାର ଚେନେଲ ବ୍ରିଜକୁ ଯାଇଥିଲେ । ପାୱାର ଚ୍ୟାନେଲ ପାଣିରେ ପଡି ନିଖୋଜ ହୋଇ ଯାଇଥିଲେ। ପର ଦିନ ସକାଳେ ଅର୍ଥାତ ବୁଧବାର ଦିନ ସକାଳେ ଚିନ୍ମୟୀ ଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା। ମୃତ ଦେହର ବେକରେ ଦାଗ ଥିବାରୁ ଚିନ୍ମୟୀଙ୍କ ବାପା ମା ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଥିଲେ।

ଏହି ଘଟଣାରେ ବୁର୍ଲା ପୋଲିସ 2 ଜଣ ଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି। ଏନେଇ ସମ୍ବଲପୁର ଏସପି ବାତୁଲା ଗଙ୍ଗାଧର ଓ ଉତ୍ତରାଞ୍ଚଳ ଆଇଜି ଦୀପକ କୁମାର ପୂର୍ବରୁ ପ୍ରତିକ୍ରିୟା ରଖି ସୂଚନା ଦେଇଛନ୍ତି ଯେ ଟେକ୍ନିକାଲ ଏଭିଡ଼େନ୍ସ କୁ ଆଧାର କରି ପୋଲିସ ତଦନ୍ତ କରୁଛି ଏଥିରେ ସମୟ ଲାଗିବ।

ଅନ୍ୟପଟେ ଏହି ପ୍ରସଙ୍ଗରେ ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର ପ୍ରତିକ୍ରିୟା ରଖି ତଦନ୍ତ ନେଇ ମୃତକ ଙ୍କ ପରିବାର ଲୋକେ ଅସନ୍ତୋଷ ଜାହିର କରିଥିବା କହିଛନ୍ତି। ତେଣୁ ପୋଲିସ ନିରପେକ୍ଷ ଭାବରେ ଏହି ତଦନ୍ତ କରୁ ବୋଲି ସେ କହିଛନ୍ତି। ଯଦି ତଦନ୍ତ ସଠିକ ଦିଗରେ ନହେବ ଓ ମୃତକ ଙ୍କ ପରିବାର ନ୍ୟାୟ ନପାଇଲେ ବିଧାନସଭାରେ ଏହି ପ୍ରସଙ୍ଗ ଉଠିବ ବୋଲି ସେ କହିଛନ୍ତି।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.