ETV Bharat / state

ଥମୁନି ହାତୀ ଉପଦ୍ରବ, ଦନ୍ତା ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

author img

By

Published : Oct 26, 2022, 1:59 PM IST

old man killed by elephant attack in dhenkanal
ଥମୁନି ହାତୀ ଉପଦ୍ରବ, ଦନ୍ତା ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଗୁଳେହୀ ପଞ୍ଚାୟତର ଯତନ ନଗର ଗ୍ରାମରେ ହାତୀ ଆତଙ୍କ । ଶୌଚବେଳେ ବୃଦ୍ଧଙ୍କୁ ଦଳିଦେଲା ଦନ୍ତା । ଅଧିକ ପଢ଼ନ୍ତୁ

ଢେଙ୍କାନାଳ: ବୃଦ୍ଧଙ୍କୁ କଚାଡି ମାରିଦେଲା ଦନ୍ତା । ଶୌଚ କରି ଯାଇଥିବା ସମୟରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଗୁଳେହୀ ପଞ୍ଚାୟତର ଯତନ ନଗର ଗ୍ରାମରେ ଏଭଳି ଦୁଃଖଦ ଘଟଣା ଘଟିଛି । ମୃତକ ଜଣକ ଯତନ ନଗର ଭୋଇ ସାହିର ଟଙ୍କଧର ଭୋଇ ବୋଲି ଜଣାପଡ଼ିଛି ।

ମୃତକ ଜଣଙ୍କ ଆଜି ଭୋରରେ ନିଜ ଘର ନିଟକସ୍ଥ କୂଅ ପାଖକୁ ଶୌଚ ପାଇଁ ଯାଇଥିଲା ବେଳେ ଗାଁକୁ ପଳାଇ ଆସିଥିବା ଏକ ଦନ୍ତାହାତୀ ହାବୁଡ଼ରେ ପଡ଼ିଥିଲେ । ଏହି ସମୟରେ ହାତୀ ତାଙ୍କୁ ଟେକି କଚାଡି ଦେଇଥିବାରୁ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି । ହାତୀଟି ପାଖ ଜଙ୍ଗଲରେ ଥିବା ସୂଚନା ରହିଛି । ଫଳରେ ହାତୀ ଭୟରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି । ତେବେ ଘଟଣାସ୍ଥଳରେ ବହୁ ବିଳମ୍ବରେ ବନ ବିଭାଗ କର୍ମଚାରୀ ପହଞ୍ଚିଥିଲେ । ଏହାପରେ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ନିକଟରେ ଢେଙ୍କାନାଳ ବନଖଣ୍ଡ ପଶ୍ଚିମାଞ୍ଚଳ ରେଞ୍ଜ ମହୁଲପାଳ ଗ୍ରାମରେ ହାତୀ ଆତଙ୍କ ଦେଖିବାକୁ ମିଳିଥିଲା । ଭୁବନ ରେଞ୍ଜ ଜିରାଳ ବିଟ ଅଞ୍ଚଳରୁ ଦୁଇଟି ଦନ୍ତା ହାତୀ ଖାଦ୍ୟ ଅନ୍ୱେଷଣରେ ଆସିଥିବା ବେଳେ ଜଙ୍ଗଲକୁ ଆଉ ଫେରି ପାରିନଥିଲେ । କାମାକ୍ଷାନଗର ସହର ନିକଟରେ ହାତୀ ଥିବା ଦେଖି ଲୋକେ ଭୟଭୀତ ଅଛନ୍ତି । ହାତୀ ଦେଖିବାକୁ ଲୋକଙ୍କ ଭିଡ଼ କାରଣରୁ ସେମାନେ ରାସ୍ତାରେ ଠିଆ ହୋଇ ରହିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ଢେଙ୍କାନାଳରେ ଦନ୍ତା ଆତଙ୍କ, ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହାତୀ

ସେହିପରି ଗତ ମାସରେ ଢେଙ୍କାନାଳ ବନଖଣ୍ଡ ମହାବୀର ରୋଡ଼ ରେଞ୍ଜ ଦଦରାଘାଟି ସେକ୍ସନ ଚାନ୍ଦପୁର ଗ୍ରାମରେ ହାତୀ ଆକ୍ରମଣରେ ସ୍ବାମୀଙ୍କ ମୃତ୍ୟୁ ଘଟିଥିବାବେଳେ ସ୍ତ୍ରୀ ଗୁରୁତର ହୋଇଥିଲେ । ଶୌଚ ପାଇଁ ଯାଇଥିବା ବେଳେ ହାତୀ ହାବୁଡରେ ପଡି ଯାଇଥିଲେ ସ୍ବାମୀ, ସ୍ତ୍ରୀ । କିଛି ଦିନର ବ୍ୟବଧାନ ପରେ ପୁଣି ଜିଲ୍ଲାରେ ହାତୀ ଉପଦ୍ରବ ଦେଖାଦେଇଛି । ଜିଲ୍ଲାରେ ଆତଙ୍କ ଖେଳାଇଛନ୍ତି ହାତୀପଲ । କେତେବେଳେ ଗାଁ ଭିତରକୁ ପଶି ଆସୁଛନ୍ତି ତ ଆଉ କେତେବେଳେ କାହାକୁ ଦଳି ଦେଉଛନ୍ତି । ଜନବସତି ଅଞ୍ଚଳରେ ହାତୀକୁ ଦେଖି ଆତଙ୍କିତ ହୋଇ ପଡିଛନ୍ତି ଲୋକେ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.