ETV Bharat / state

ଢେଙ୍କାନାଳରେ ଦନ୍ତା ଆତଙ୍କ, ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହାତୀ

author img

By

Published : Oct 24, 2022, 2:10 PM IST

ଢେଙ୍କାନାଳ ବନଖଣ୍ଡ ପଶ୍ଚିମାଞ୍ଚଳ ରେଞ୍ଜ ମହୁଲପାଳ ଗ୍ରାମରେ ହାତୀ ଆତଙ୍କ । ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହେଉଛନ୍ତି ହାତୀ । ବନ ବିଭାଗ ପକ୍ଷରୁ ହାତୀ ଦୁଇଟିକୁ ଘଉଡ଼ାଇବାକୁ ଉଦ୍ୟମ ଜାରି ରହିଛି । ଅଧିକ ପଢ଼ନ୍ତୁ

elephant fear in dhenkanal
ଢେଙ୍କାନାଳରେ ଦନ୍ତା ଆତଙ୍କ, ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହାତୀ

ଢେଙ୍କାନାଳ: ଜିଲ୍ଲାରେ ଥମୁନି ହାତୀ ଆତଙ୍କ । ଢେଙ୍କାନାଳ ବନଖଣ୍ଡ ପଶ୍ଚିମାଞ୍ଚଳ ରେଞ୍ଜ ମହୁଲପାଳ ଗ୍ରାମରେ ହାତୀ ଆତଙ୍କ ଦେଖିବାକୁ ମିଳିଛି । ସକାଳୁ ଦୁଇଟି ଦନ୍ତା ହାତୀ ଦୀର୍ଘ ସମୟ ଧରି ଛିଡା ହୋଇ ରହିଥିବା ଦେଖିବାକୁ ମିଳିଛି । ଫଳରେ ସାଧାରଣ ଯାତାୟତ ବାଧାପ୍ରାପ୍ତ ହୋଇଛି।

ଢେଙ୍କାନାଳରେ ଦନ୍ତା ଆତଙ୍କ

ସୂଚନା ମୁତାବକ, ଗତ ରାତିରେ ଭୁବନ ରେଞ୍ଜ ଜିରାଳ ବିଟ ଅଞ୍ଚଳରୁ ଦୁଇଟି ଦନ୍ତା ହାତୀ ଖାଦ୍ୟ ଅନ୍ୱେଷଣରେ ଆସିଥିବା ବେଳେ ଜଙ୍ଗଲକୁ ଆଉ ଫେରି ପାରି ନଥିଲେ । କାମାକ୍ଷାନଗର ସହର ନିକଟରେ ହାତୀ ଥିବା ଦେଖି ଲୋକେ ଭୟଭୀତ ଅଛନ୍ତି । ହାତୀଙ୍କୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଛି । ଫଳରେ ସାଧାରଣ ଯାତାୟତ ବାଧାପ୍ରାପ୍ତ ହୋଇଛି । ସେପଟେ ବନ ବିଭାଗ ହାତୀ ଦୁଇଟିକୁ ଘଉଡ଼ାଇବାକୁ ଉଦ୍ୟମ ଜାରି ରଖିଥିବା ବେଳେ ଲୋକଙ୍କ ଭିଡ଼ କାରଣରୁ ସେମାନେ ସ୍ଥାନରେ ଛିଡା ହୋଇ ରହିଛନ୍ତି । ତେଣୁ ବନବିଭାଗ ହାତୀଙ୍କ ଉପରେ କଡା ନଜର ରଖିଛି । ସନ୍ଧ୍ୟା ହେଲେ ହାତୀଙ୍କୁ ନିକଟସ୍ଥ ଜଙ୍ଗଲକୁ ଘଉଡାଇ ଦିଆଯିବ ବୋଲି ସୂଚନା ଦେଇଛି ବନବିଭାଗ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.