ETV Bharat / state

ପାରିବାରିକ କଲହରୁ ପତ୍ନୀକୁ ଅତି ନିର୍ମମ ଭାବେ ହତ୍ୟା କଲା ସ୍ୱାମୀ

author img

By ETV Bharat Odisha Team

Published : Dec 5, 2023, 6:48 AM IST

ପାରିବାରିକ କଲହରୁ ପତ୍ନୀକୁ ଅତି ନିର୍ମମ ଭାବେ ହତ୍ୟା କଲା ସ୍ୱାମୀ
ପାରିବାରିକ କଲହରୁ ପତ୍ନୀକୁ ଅତି ନିର୍ମମ ଭାବେ ହତ୍ୟା କଲା ସ୍ୱାମୀ

ଢେଙ୍କାନାଳ ସରଖିଆ ଗାଁଁରେ ପତ୍ନୀକୁ ବିଭତ୍ସ ହତ୍ୟା । ପାରିବାରିକ କଲହରୁ ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି । ଅଭିଯୁକ୍ତ ସ୍ବାମୀ ଗିରଫ । ଅଧିକ ପଢ଼ନ୍ତୁ

ପାରିବାରିକ କଲହରୁ ପତ୍ନୀକୁ ଅତି ନିର୍ମମ ଭାବେ ହତ୍ୟା କଲା ସ୍ୱାମୀ

ଢେଙ୍କାନାଳ: ପତ୍ନୀକୁ ନିର୍ମମ ଭାବେ ହତ୍ୟା କଲା ସ୍ୱାମୀ । ସଦର ଥାନା ଅନ୍ତର୍ଗତ ସରଖିଆ ଗ୍ରାମରେ ଘଟିଛି ଏହି ବିଭତ୍ସ ହତ୍ୟାକାଣ୍ଡ । ପାରିବାରିକ କଲହରୁ ଅତି ନିର୍ଦ୍ଦୟ ଭାବେ ହତ୍ୟା କରିଛି ସ୍ୱାମୀ । ଘରେ ଥିବା ଏକ ଫାଉଡାରେ ପତ୍ନୀକୁ ଅତି ବିଭତ୍ସ ଭାବେ ଖୋଦ ସ୍ୱାମୀ ହାଣି ପକାଇଥିବା ଜଣାପଡ଼ିଛି । ଫଳରେ ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତା ମହିଳା ଜଣଙ୍କ ସରଖିଆ ଗ୍ରାମର କଲ୍ୟାଣୀ ସ୍ୱାଇଁ ବୋଲି ଜଣାପଡିଛି । ତେବେ ରକ୍ତ ଜୁଡୁ ବୁଡୁ ଅବସ୍ଥାରେ ଉକ୍ତ ମହିଳାଙ୍କୁ ତାଙ୍କ ସମ୍ପର୍କୀୟମାନେ ଢେଙ୍କାନାଲ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ସୋମବାର ସନ୍ଧ୍ୟା ପ୍ରାୟ ସାଢ଼େ ୫ଟା ସମୟରେ ଏହି ହତ୍ୟାକାଣ୍ଡ ଘଟିଛି । ଖବର ପାଇ ସରଖିଆ ଗ୍ରାମକୁ ଯାଇ ସଦର ଥାନା ପୁଲିସ ହତ୍ୟା ଅଭିଯୁକ୍ତ ସ୍ୱାମୀ ପ୍ରତାପ ସ୍ୱାଇଁକୁ କାବୁ କରିଛି । ଡାକ୍ତରଖାନାରୁ ମୃତଦେହ ଜବତ କରିଥିବା ବେଳେ ସରଖିଆ ଗାଁକୁ ଯାଇ ପୋଲିସ ତଦନ୍ତ ଆରମ୍ଭ କରିଛି । ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ସରଖିଆ ଗ୍ରାମରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ । ପାରିବାରିକ କଲହରୁ ଏଭଲି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ପୋଲିସ ହତ୍ୟାରେ ବ୍ୟବହୃତ ହୋଇଥିବା ହଥିଆରୁ ଜବତ କରିବା ସହ ତଦନ୍ତ ଜାରି ରଖିଛି ।

ଏହା ମଧ୍ୟ ପଢନ୍ତୁ....ରକ୍ତର ଭାଇ ସାଜିଲା ରାକ୍ଷସ; ଭଉଣୀକୁ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ଭାଇ ସମେତ ୫ ଗିରଫ

ଅନେକ ସମୟରେ ପ୍ରତାପ ଓ କଲ୍ୟାଣୀଙ୍କ ମଧ୍ୟରେ କଳହ ଲାଗି ରହୁଥିଲା । ପରିବାର ଲୋକେ ଅନେକ ଥର ଏଭଳି କଳହର ସମାଧାନ ବି କରିଥିଲେ । କିନ୍ତୁ ଗତ ସୋମବାର ଏହା ଉଗ୍ର ରୂପ ନେଇଥିଲା । ସେହି ଦିନ କୌଣସି ଏକ କଥାକୁ ନେଇ ଉଭୟଙ୍କ ମଧ୍ୟରେ ପୁଣି କଳହ ଆରମ୍ଭ ହୋଇଥିଲା । ଏହାପରେ ଉତକ୍ଷିପ୍ତ ହୋଇ ପ୍ରଦୀପ ଏକ ଧାରୁଆ ଅସ୍ତ୍ରରେ କଲ୍ୟାଣୀଙ୍କ ଉପରକୁ ଆକ୍ରମଣ କରି ଚାଲିଥିଲେ । କଲ୍ୟାଣୀଙ୍କୁ ମୂର୍ମୁଶୁ ଅବସ୍ଥାରେ ଛାଡ଼ି ଚମ୍ପଟ ମାରିଥିଲା ଅଭିଯୁକ୍ତ । କୌଣସି ମତେ ସାହି ସମ୍ପର୍କୀୟ ଏ ବିଷୟରେ ଖବର ପାଇ କଲ୍ୟାଣୀଙ୍କୁ ଉଦ୍ଧାର କରିବା ସହ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ।

ସେଠାରେ ଚିକିତ୍ସାଧୀନ ଅବସ୍ଥାରେ କଲ୍ୟାଣୀଙ୍କ ମୃତ୍ୟୁ ଘଟିଥିଲା । ଏହାପରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ହତ୍ୟାକାଣ୍ଡର ପ୍ରକୃତ କାରଣ ଜାଣିବାକୁ ତଦନ୍ତ ଆରମ୍ଭ କରିଛି ପୋଲିସ । ପ୍ରାଥମିକ ତଦନ୍ତ ପରେ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.