ETV Bharat / state

ପତ୍ନୀକୁ ପିଟିପିଟି ମାରିଦେଲା ମଦ୍ୟପ ସ୍ବାମୀ

author img

By

Published : May 22, 2021, 10:10 PM IST

drunken husband beat his wife to death in dhenkanal
ପତ୍ନୀକୁ ପିଟିପିଟି ମାରିଦେଲା ମଦ୍ୟପ ସ୍ବାମୀ

କାଠ ପଟାରେ ପତ୍ନୀକୁ ପିଟିପିଟି ମାରିଦେଲା ମଦ୍ୟପ ସ୍ବାମୀ । ଏପରି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବାଙ୍ଗୁରା ଗ୍ରାମରେ । ଅଧିକ ପଢନ୍ତୁ...

ଢେଙ୍କାନାଳ: ମଦ୍ୟପ ସ୍ବାମୀ ଘଟାଇଛି ନୃଶଂସ କାଣ୍ଡ । ଏପରିକି ସାମାନ୍ୟ ବିବାଦକୁ ନେଇ ଏକ କାଠ ପଟ୍ଟାରେ ପତ୍ନୀକୁ ପିଟି ପିଟି ମାରିଦେଇଥିବା ଅଭିଯୋଗ ହୋଇଛି । ଏପରି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ବାଙ୍ଗୁରା ବଡ଼ଭୁଇଁ ସାହିରେ l ମୃତା ମହିଳା ଜଣଙ୍କ ହେଲେ କାମାକ୍ଷାନଗର ଥାନା ବାଙ୍ଗୁରା ଗ୍ରାମ ବଡଭୂଇଁ ସାହିର ବର୍ଷା ନାଏକ l

ପତ୍ନୀକୁ ପିଟିପିଟି ମାରିଦେଲା ମଦ୍ୟପ ସ୍ବାମୀ

ସୂଚନା ଅନୁସାରେ ଶନିବାର ଅପରାହ୍ନରେ ବର୍ଷାଙ୍କ ସ୍ବାମୀ ବିକ୍ରମ ନାଏକ ମଦ ପିଇ ଘରକୁ ଫେରିବାପରେ ବର୍ଷାଙ୍କ ସହିତ ସାମାନ୍ୟ ବଚସା ହୋଇଥିଲା l ପରେ ବଚସା ଉଗ୍ର ରୂପ ଧାରଣ କରିଥିଲା। ଉତକ୍ଷିପ୍ତ ବିକ୍ରମ ଘରେ ଥିବା ଏକ କାଠପଟ୍ଟାରେ ପତ୍ନୀ ବର୍ଷାକୁ ଅତି ନୃଶଂସ ଭାବେ ପିଟି ଚାଲିଥିଲା । ଫଳରେ ବର୍ଷାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ଜଣାପଡିଛି । ବର୍ଷାଙ୍କ ଚିତ୍କାର ଶୁଣି ପଡ଼ାେଶୀ ଲୋକ ପୋଲିସକୁ ଖବର ଦେଇଥିଲେ l ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ସ୍ବାମୀ ବିକ୍ରମକୁ କାବୁ କରି ଗିରଫ କରିଛି । ସେପଟେ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇ କାମାକ୍ଷାନଗର ପୋଲିସ ଅଧିକ ତଦନ୍ତ ଚଳାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.