ETV Bharat / state

ନଟଖଟା ଗାଁରେ ଅଘଟଣ, କୂଅରେ ପଡି ୨ ଭାଇ ମୃତ

author img

By ETV Bharat Odisha Team

Published : Dec 10, 2023, 4:05 PM IST

Brother duo died in Dhenkanal
Brother duo died in Dhenkanal

Brother duo died after falling in well: ଢେଙ୍କାନାଳ ନଟଖଟା ଗାଁରେ ଅଘଟଣ । କୂଅରେ ପଡ଼ି ଦୁଇ ଭାଙ୍କ ଅକାଳ ମୃତ୍ୟୁ । ଅଧିକ ପଢନ୍ତୁ

ନଟଖଟା ଗାଁରେ ଅଘଟଣ, କୂଅରେ ପଡି ୨ ଭାଇ ମୃତ

ଢେଙ୍କାନାଳ: ଜିଲ୍ଲାର ଭାପୁର ନଟଖଟା ଗାଁରେ ଅଘଟଣ । କୂଅରେ ପଡି ଅକାଳରେ ଚାଲିଗଲା ଦୁଇ ଜଣ ଶିଶୁଙ୍କ ଜୀବନ । ପୋଲିସ ପହଞ୍ଚି ଦମକଳ ବାହିନୀ ସହାୟତାରେ ଦୁଇ ଶିଶୁଙ୍କ ମୃତଦେହ କୂଅରୁ ଉଦ୍ଧାର କରିଛି । ଗୋଟିଏ ପରିବାରର ୨ ଭାଇଙ୍କ ମୃତ୍ୟୁ ଘଟିବା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି । ଦୁଇ ଭାଇ ଖେଳୁଥିବା ବେଳେ ହଠାତ୍‌ ନିଖୋଜ ହୋଇଯାଇଥିଲେ । ଆଜି (ରବିବାର) ସକାଳୁ ଉଭୟଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି ।

ଭାପୁର ଫାଣ୍ଡି ଅନ୍ତର୍ଗତ ନଟଖଟା ଗ୍ରାମର ଗରିବ ଦିନ ମଜୁରିଆ ଦମ୍ପତିଙ୍କର ୪ବର୍ଷ ଓ ୬ବର୍ଷର ଦୁଇ ଶିଶୁ କୂଅରେ ପଡିଯିବା ଫଳରେ ସେମାନଙ୍କ ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ମୃତ ଶିଶୁଙ୍କ ବାପା କମ୍ପାନୀ ପ୍ରଧାନ ଓ ମାଆ ସରସ୍ବତୀ ପ୍ରଧାନ ଗତକାଲି ଦୁଇପୁଅ ଓ ଝିଅକୁ ଘରେ ଛାଡି ଧାନ କାଟିବାକୁ ଯାଇଥିଲେ । ଫେରି ଦେଖିବା ବେଳକୁ ଦୁଇ ପୁଅ ନିଖୋଜ ଥିଲେ । ଗ୍ରାମବାସୀ ଓ ଭାପୁର ପୋଲିସ ବହୁ ଖୋଜାଖୋଜି କରି ନପାଇ ନିରାଶ ହୋଇଥିଲେ ।

ଏହା ବି ପଢନ୍ତୁ- କୂଅରେ ପଡି ନାବାଳକ ମୃତ

ଆଜି ସକାଳୁ ଘରଠାରୁ ଅଳ୍ପ ଦୂରରେ ଥିବା ଏକ କୂଅରେ ଦୁଇ ଶିଶୁ ପଡିଥିବାର ଦେଖିଥିଲେ ଗ୍ରାମବାସୀ । ପରେ କୂଅ ଭିତରୁ ଦମକଳ ବାହିନୀ ସହାୟତାରେ ଉଭୟ ମୃତ ଶିଶୁଙ୍କୁ ଉଦ୍ଧାର କରା ଯାଇଥିଲା । ଏହି ଘଟଣା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ସେପଟେ ଦୁଇ ଶିଶୁଙ୍କ ମୃତଦେହକୁ ପୋଲିସ ବ୍ୟବଚ୍ଛେଦ ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି ।

ପୂର୍ବରୁ ମଧ୍ୟ ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କୂଅରେ ପଡ଼ି ଯାଇଛି ନିରୀହ ଜୀବନ । ଦୁନିଆ କଣ ଜାଣିବା ଆଗରୁ ଲିଭିଯାଇଛି ଜୀବନ ଦୀପ । ତେବେ ଗତ ୨୦୨୦ ନଭେମ୍ବର ମାସରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଥିଲା । ଜିଲ୍ଲା ଭୁବନ ଏନଏସି ଅନ୍ତର୍ଗତ ଓ୍ବାର୍ଡ-୧୪ରେ ସାଙ୍ଗମାନଙ୍କ ସହିତ ଖେଳୁଥିବା ସମୟରେ ଘର ନିକଟରେ ଥିବା ଏକ ପରିତ୍ୟକ୍ତ କୂଅରେ ଜଣେ ନାବାଳକ ପଡିଯାଇଥିଲେ । ମୃତ ବାଳକଟି ମୋହନ ମଳିକଙ୍କ ପୁଅ ପବିତ୍ର ମଳିକ । ନାବାଳକ ଜଣକ କୂଆରେ ପଡିଥିବା ସମୟରେ କାହାର ନଜର ପଡିନଥିଲା । ବିଳମ୍ବ ହେବାରୁ ଘରଲୋକେ ବହୁ ଖୋଜାଖୋଜି କରିଥିଲେ । ବହୁତ ସମୟ ହେବା ଯାଏଁ ପିଲାଟିର କିଛି ଖବର ପାଇ ନଥିଲେ । ଶେଷରେ କୂଅ ଭିତରୁ ମିଳିଥିଲା ନାବାଳକଙ୍କ ମୃତଦେହ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.