ETV Bharat / state

କୂଅରେ ପଡି ନାବାଳକ ମୃତ

author img

By

Published : Nov 1, 2020, 1:02 PM IST

ଖେଳ ହେଲା କାଳ । ଖେଳୁଥିବା ସମୟରେ କୂଅରେ ପଡି ନାବାଳକ ମୃତ । ଦୁନିଆ କଣ ବୁଝିବା ଆଗରୁ ଦୁନିଆରୁ ଚାଲିଗଲା ଜଣେ 8 ବର୍ଷର ବାଳକ ।

The minor died after falling into a well
ଖେଳ ହେଲା କାଳ,କୂଅରେ ପଡି ନାବାଳକ ମୃତ

ଢେଙ୍କାନାଳ:ଏମିତି ବି ଆସେ ମୃତ୍ୟୁ । ଖେଳ ହେଲା କାଳ । ଦୁନିଆ କଣ ଜାଣିବା ଆଗରୁ ଚାଲିଗଲା ନାବାଳକର ଜୀବନ । ଖେଳୁଥିବା ସମୟରେ କୂଅରେ ପଡି ଆଠବର୍ଷ ନାବାଳକର ମୃତ୍ୟୁ ହୋଇଛି । ଏପରି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ଏନଏସି ଅନ୍ତର୍ଗତ ଓ୍ବାର୍ଡ-୧୪ରେ ।

ଖେଳ ହେଲା କାଳ,କୂଅରେ ପଡି ନାବାଳକ ମୃତ

ସୂଚନାଅନୁସାରେ, ଶନିବାର ଅପରାହ୍ନରେ ସାଙ୍ଗମାନଙ୍କ ସହିତ ଖେଳୁଥିବା ସମୟରେ ଘର ନିକଟରେ ଥିବା ଏକ ପରିତ୍ୟକ୍ତ କୂଅରେ ବାଳକ ଜଣକ ପଡିଯାଇଥିଲା । ମୃତ ବାଳକଟି ହେଲା ମୋହନ ମଳିକଙ୍କ ପୁଅ ପବିତ୍ର ମଳିକ । ବାଳକଟି କୂଆରେ ପଡିଥିବା ସମୟରେ କାହାର ନଜର ପଡିନଥିଲା । ବିଳମ୍ବ ହେବାରୁ ଘରଲୋକେ ବହୁ ଖୋଜାଖୋଜି କରିଥିଲେ । ବହୁତ ସମୟ ହେବା ଯାଏଁ ପିଲାଟିର କିଛି ଖବର ପାଇ ନଥିଲେ ।

ସନ୍ଦେହ ହେବାରୁ ଘର ନିକଟରେ ଥିବା ପରିତ୍ୟକ୍ତ କୂଅରେ ଘରଲୋକ ଦେଖିଥିଲେ । ସେହି କୂଅ ମଧ୍ୟରେ ପବିତ୍ରର ଚପଲ ଭାସୁଥିବା ଦେଖି ପରିବାର ଲୋକେ କୂଅରୁ ତାକୁ ଉଦ୍ଧାର କରି ଭୁବନ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଏହା ପରେ ଡାକ୍ତର ପବିତ୍ରକୁ ମୃତ ଘୋଷଣା କରିଥିଲେ।

ଘଟଣାସ୍ଥଳରେ ଭୁବନ ପୋଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଏ ସଂକ୍ରାନ୍ତରେ ଭୁବନ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଈଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.