ETV Bharat / state

ନବମ ଶ୍ରେଣୀ ଛାତ୍ରୀଙ୍କ ଉପରେ ଚଢ଼ିଗଲା ହାଇୱ, 20 ଲକ୍ଷ କ୍ଷତି ପୂରଣ ଦାବି

author img

By ETV Bharat Odisha Team

Published : Oct 10, 2023, 10:00 PM IST

ଛାତ୍ରୀ ଉପରେ ଚଢ଼ିଗଲା ହାଇୱ। । ନବମ ଶ୍ରେଣୀ ଛାତ୍ରୀର ମୃତ୍ୟୁକୁ ନେଇ ଢେଙ୍କାନାଳ ଡେରାସିଂହରେ ଚାପା ଉତ୍ତେଜନା । ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକେ । ଅଧିକ ପଢ଼ନ୍ତୁ

ନବମ ଶ୍ରେଣୀ ଛାତ୍ରୀ ଉପରେ ଚଢ଼ିଗଲା ହାଇୱ
ନବମ ଶ୍ରେଣୀ ଛାତ୍ରୀ ଉପରେ ଚଢ଼ିଗଲା ହାଇୱ

ନବମ ଶ୍ରେଣୀ ଛାତ୍ରୀ ଉପରେ ଚଢ଼ିଗଲା ହାଇୱ

ଢେଙ୍କାନାଳ: ଟ୍ୟୁସନରୁ ପାଠ ପଢି ଫେରୁଥିବା ଜଣେ ଛାତ୍ରୀଙ୍କ ଉପରେ ଚଢ଼ିଗଲା ହାଇୱ। । ଘଟଣାସ୍ଥଳରେ ହିଁ ଚାଲିଗଲା ନବମ ଶ୍ରେଣୀ ଛାତ୍ରୀଙ୍କ ଜୀବନ । ଏମିତି ମର୍ମନ୍ତୁଦ ଦୁର୍ଘଟଣା ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଡେରା ସିଂହରେ ଦେଖିବାକୁ ମିଳିଛି । ଯାହାକୁ ନେଇ ଗାଁରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା । ଉତ୍ତ୍ୟକ୍ତ ଲୋକମାନେ ଟାୟାର ଜାଳି ଦୁର୍ଘଟଣାସ୍ଥଳରେ ରାସ୍ତା ଅବରୋଧ କରି କ୍ଷତିପୂରଣ ଦାବିରେ ଅଡ଼ି ବସିଥିଲେ । ଫଳରେ ଢେଙ୍କାନାଳ ତରଭା, ବଣସିଂହ ଯିବାଆସିବା ଠପ ହୋଇଯାଇଥିଲା । ଘଟଣାସ୍ଥଳରେ ସଦର ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ଲୋକମାନେ ଆନ୍ଦୋଳନରୁ ଓହରିଥିବା ସୂଚନା ମିଳିଛି ।

ପରିବାର ଲୋକଙ୍କ ସୂଚନା ଅନୁଯାୟୀ, ମୃତ ଛାତ୍ରୀ ଜଣଙ୍କ ସ୍ଥାନୀୟ ଡେରାସିଂହ ଗ୍ରାମର ରାଧାନାଥ ସାହୁଙ୍କ ଝିଅ ପଦ୍ମିନୀ ସାହୁ । ପଦ୍ମିନୀ ସ୍ଥାନୀୟ ଡେରାସିଂହ ହାଇସ୍କୁଲର ନବମ ଶ୍ରେଣୀ ଛାତ୍ରୀ । ପଦ୍ମିନୀ ପ୍ରତ୍ୟେକ ଦିନ ପରି ଆଜି ମଧ୍ୟ ଟ୍ୟୁସନ୍‌ ଯାଇ ଘରକୁ ଫେରୁଥିଲା । କିନ୍ତୁ ଟ୍ୟୁସନରୁ ଫେରୁଥିବା ବେଳେ ଏକ ହାଇୱ । ତାଙ୍କୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ସେ ସାଇକେଲ ସହ ଖଣ୍ଡେବାଟକୁ ଛିଟିକି ପଡ଼ିଥିଲେ । ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରୁ ପଦ୍ମିନୀଙ୍କୁ ଉଦ୍ଧାର କରି ଢେଙ୍କାନାଳ ମୁଖ୍ୟ ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ତାଙ୍କ ମୃତ୍ୟୁ ଘଟିଥିବା ଡାକ୍ତର ସୂଚନା ଦେଇଥିଲେ । ଘଟଣାକୁ ନେଇ ପରିବାର ସହ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟ ଖେଳି ଯାଇଛି । ଛାତ୍ରୀଙ୍କ ମୃତ୍ୟୁ ଖବର ଜଣାପଡ଼ିବା ପରେ ସ୍କୁଲ ଶିକ୍ଷକଶିକ୍ଷୟିତ୍ରୀ ଓ ସାଙ୍ଗସାଥୀ ସମସ୍ତେ ମର୍ମାହତ ହୋଇପଡ଼ିଛନ୍ତି ।

ଏହା ମଧ୍ୟ ପଢନ୍ତୁ...Road Mishap: ଶୋଇଥିବା ବେଳେ ଚଢିଗଲା ଟ୍ରକ, ଚାଲିଗଲା ମାଆ-ପୁଅଙ୍କ ଜୀବନ

ତେବେ ପଦ୍ମିନୀଙ୍କ ମୃତ୍ୟୁକୁ ନେଇ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିବା ସହ ନ୍ୟାୟ ଦାବି କରିଥିଲେ । ଏହାସହ ପରିବାରକୁ 20 ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ଗାଁ ଲୋକଙ୍କୁ ବୁଝାସୁଝା କରିଥିଲା । ତେବେ ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ଫେରାର ହୋଇଥିବା ବେଳେ ସ୍ଥାନୀୟ ଲୋକେ ଗାଡ଼ିକୁ ଅଟକ ରଖିଥିଲେ । ପରେ ପୋଲିସ ଗାଡ଼ିକୁ ଜବତ କରିବା ସହ ଡ୍ରାଇଭରକୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ କରିଛି ।

ଇଟିିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.