ETV Bharat / state

ବିଜେପି ଯିବେ କି ପ୍ରଦୀପ ? ତାଙ୍କ ପାଇଁ ଦ୍ୱାର ଖୋଲା ଅଛି କହିଲେ ମନମୋହନ ସାମଲ

author img

By ETV Bharat Odisha Team

Published : Nov 14, 2023, 6:33 PM IST

Updated : Nov 14, 2023, 7:19 PM IST

ବିଜେପି ଯିବେ କି ପ୍ରଦୀପ ! ତାଙ୍କ ପାଇଁ ଦ୍ୱାର ଖୋଲା ଅଛି : ମନମୋହନ ସାମଲ
ବିଜେପି ଯିବେ କି ପ୍ରଦୀପ ! ତାଙ୍କ ପାଇଁ ଦ୍ୱାର ଖୋଲା ଅଛି : ମନମୋହନ ସାମଲ

ବିଜେପିରେ ମିଶିବେ କି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ? ବିଜେଡିକୁ ଟାର୍ଗେଟ ପରେ ପଦ୍ମ ଦଳ ମୁହାଁ ହେବେ କି ପ୍ରଦୀପ ? କି ସଂକେତ ଦେଉଛି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଏହି ବୟାନ? ଅଧିକ ପଢ଼ନ୍ତୁ

ବିଜେପି ଯିବେ କି ପ୍ରଦୀପ ? ତାଙ୍କ ପାଇଁ ଦ୍ୱାର ଖୋଲା ଅଛି କହିଲେ ମନମୋହନ ସାମଲ

କଟକ: ବିଜେପି ମୁହାଁ କି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ବିଜେଡିକୁ ଟାର୍ଗେଟ କରିବା ପରେ ବିଜେପିରେ ମିଶିବେ କି ଗଞ୍ଜାମ ଜିଲ୍ଲାର ଏହି ହେବିୱେଟ୍‌ ନେତା ? ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେପିରେ ମିଶିବା ପ୍ରସଙ୍ଗରେ ଶେଷରେ ମୁଁହ ଖୋଲିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି, ବିଜେପିର ଦ୍ଵାର ସବୁବେଳେ ଖୋଲା ରହିଛି । ଯିଏ ଆସିବାକୁ ଚାହିଁବେ ତାଙ୍କୁ ସ୍ବାଗତ କରାଯିବ । ସେହିଭଳି ବିଜେଡି ସାମ୍ବାଦିକ ସମ୍ମିଳନୀ କରି ପ୍ରଦୀପ ବିଜେପିରେ ମିଶିବା ପ୍ରସଙ୍ଗ ଉଠାଇବା ହାସ୍ୟାସ୍ପଦ ବୋଲି କହିଛନ୍ତି ମନମୋହନ । ସେ ଆହୁରି ମଧ୍ୟ କହିଛନ୍ତି, ପ୍ରଦୀପ ଯଦି ଦଳରେ ମିଶିବାକୁ ଚାହୁଁଛନ୍ତି, ତେବେ ଆମ କମିଟିରେ ଏନେଇ ଆଲୋଚନା କରାଯିବ । ବିଜେପି କଣ ନିଷ୍ପତ୍ତି ନେବ, ତାହା କଣ ବିଜେଡି ପ୍ରେସ୍‌ମିଟ୍ ସ୍ଥିର କରିବ କି ? ବୋଲି ଶଆସକ ଦଳକୁ ପାଲଟା ପ୍ରଶ୍ନ କରିଛନ୍ତି ମନମୋହନ ।

ଏହା ମଧ୍ୟ ପଢ଼ନ୍ତୁ:-୨୧ରେ ଉପବାଚସ୍ପତି ନିର୍ବାଚନ, ସମସ୍ତ ସଦସ୍ୟଙ୍କୁ ବିଧାନସଭା ସଚିବଙ୍କ ଚିଠି

ପୂର୍ବରୁ ବିଜେଡି ବିଧାୟକ ବିକ୍ରମ କୁମାର ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଆଣିଥିଲେ ଅନେକ ଅଭିଯୋଗ । ବାଲି ଏବଂ ଚିଟ୍ ଫଣ୍ଡ ସମେତ ବିଭିନ୍ନ ଦୁର୍ନୀତି ପରିସରକୁ ପ୍ରଦୀପଙ୍କୁ ଟାଣିଥିଲେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା । ଏହାପରେ ଏହାର ଉତ୍ତର ଦେଇ ପ୍ରଦୀପ ପାଣିଗ୍ରାହୀ ସିଧାସଳଖ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଥିଲେ । ସେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜେଡିକୁ ଟାର୍ଗେଟ କରିବା ସହ କେବଳ ବିଜେଡି ତାଙ୍କୁ ହାଇଲାଇଟ୍‌ କରୁଛି ବୋଲି ପାଲଟା ଅଭିଯୋଗ ଆଣିଥିଲେ । ପ୍ରଦୀପ କହିଥିଲେ, ବିଜେଡି କୌଣସି ପବିତ୍ର ସ୍ଥାନ ନୁହେଁ ଯେ, ଯିଏ ବି ଠକିବ ତାର ପାପ ଧୋଇଯିବ। ବର୍ତ୍ତମାନ ସମୟରେ ଅନେକ ଦୁର୍ନୀତିର ବାସ୍ନା ସରକାରଙ୍କ ନିକଟରେ ରହିଥିବା ପ୍ରଦୀପ ଅଭିଯୋଗ କରିଥିଲେ । ଏହାସହ ଏହା ଉପରେ ଶୀଘ୍ର ନଜର ଦେଲେ ଭଲ ହୁଅନ୍ତା ବୋଲି ପ୍ରଦୀପ ପ୍ରଶ୍ନ କହିଥିଲେ ।

ଅନ୍ୟପକ୍ଷରେ ଆଜି(ମଙ୍ଗଳବାର) ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା, ପ୍ରଦୀପଙ୍କ ପାଇଁ ନୂଆ ଠିକଣା ସୃଷ୍ଟି କରିବ କି, ତାହାକୁ ନେଇ ବର୍ତ୍ତମାନ ବଡ଼ ଚର୍ଚ୍ଚା ହେଉଛି । ଦୀର୍ଘ ଦିନ ଧରି ବିଜେଡି ବନାମ ପ୍ରଦୀପ, ଲଢ଼େଇ ଜାରି ରହିଛି । ତେବେ ଏହି ବିବାଦର ଅନ୍ତ ଆସନ୍ତାବର୍ଷ ନିର୍ବାଚନ ପୂର୍ବରୁ ହୋଇଯିବ କି ନା, ତାହାକୁ ନେଇ ରାଜନୈତିକ ମହଲରର ଚର୍ଚ୍ଚା ଜୋର ଧରିଛି ।

ଇଟିଭି ଭାରତ, କଟକ

Last Updated :Nov 14, 2023, 7:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.