ETV Bharat / state

୨୧ରେ ଉପବାଚସ୍ପତି ନିର୍ବାଚନ, ସମସ୍ତ ସଦସ୍ୟଙ୍କୁ ବିଧାନସଭା ସଚିବଙ୍କ ଚିଠି

author img

By ETV Bharat Odisha Team

Published : Nov 14, 2023, 4:56 PM IST

Deputy Speaker Election: ନଭେମ୍ବର ୨୧ ତାରିଖରେ ରାଜ୍ୟ ବିଧାନସଭାର ଉପବାଚସ୍ପତି ନିର୍ବାଚନ । ଏନେଇ ସମସ୍ତ ସଦସ୍ୟଙ୍କୁ ବିଧାନସଭା ସଚିବ ଚିଠି କରିଛନ୍ତି । ୨୧ ତାରିଖ ସକାଳ ୯ଟା ୩୦ ମିନିଟରେ ଏହି ନିର୍ବାଚନ ହେବ । ଅଧିକ ପଢ଼ନ୍ତୁ

deputy speaker election
deputy speaker election

ଭୁବନେଶ୍ବର: କିଏ ହେବ ଓଡିଶା ବିଧାନସଭାର ପରବର୍ତ୍ତୀ ଉପବାଚସ୍ପତି ? ଏନେଇ ଚର୍ଚ୍ଚା ଜୋରସୋରରେ ଚାଲିଛି । ଏହାରି ଭିତରେ ହେବାକୁ ଯାଉଛି ଓଡିଶା ବିଧାନସଭାର ଡେପ୍ୟୁଟି ସ୍ପିକର ନିର୍ବାଚନ । ଆସନ୍ତା ନଭେମ୍ବର ୨୧ ତାରିଖରେ ହେବ ଉପବାଚସ୍ପତି ନିର୍ବାଚନ । ୨୧ ତାରିଖ ସକାଳ ୯ ଟା ୩୦ ମିନିଟରେ ହେବ ନିର୍ବାଚନ । ଏନେଇ ବିଧାନସଭାର ସମସ୍ତ ସଦସ୍ୟଙ୍କୁ ଚିଠି କରିଛନ୍ତି ବିଧାନସଭା ସଚିବ ଦାଶରଥି ଶତପଥୀ । ତେବେ ରଜନୀକାନ୍ତ ସିଂହଙ୍କ ଇସ୍ତଫା ପରେ ଖାଲି ପଡ଼ିଛି ପଦବୀ ।

deputy speaker election
deputy speaker election

୨୦୧୯ରୁ ବିଧାନସଭାର ଉପବାଚସ୍ପତି ଥିଲେ ରଜନୀକାନ୍ତ ସିଂ । ଗତ ନଭେମ୍ବର ୮ ତାରିଖରେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ପଦରୁ ରଜନୀକାନ୍ତ ସିଂ ଇସ୍ତଫା ଦେଇଥିଲେ । ବାଚସ୍ପତି ପଦରୁ ବିକ୍ରମ କେଶରୀ ଆରୁଖଙ୍କ ଇସ୍ତଫା ଦେବା ପରେ ଉପବାଚସ୍ପତି ପଦରୁ ଅବ୍ୟାହତି ନେଇଥିଲେ ରଜନୀକାନ୍ତ । ବିଧାନସଭାରେ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ଭେଟି ନି‌ଜ ଇସ୍ତଫାପତ୍ର ଦେଇଥିଲେ ରଜନୀକାନ୍ତ । ରଜନୀକାନ୍ତ ୩ ଜଣ ବାଚସ୍ପତିଙ୍କ ଡେପୁଟି ଭାବେ କାର୍ଯ୍ୟ କରିଥିଲେ । ସ୍ବର୍ଗତ ସୂର୍ଯ୍ୟନାରାୟଣ ପାତ୍ର, ବିକ୍ରମ କେଶରୀ ଆରୁଖ ଓ ପ୍ରମିଳା ମଲ୍ଲିକ । ବିକ୍ରମ କେଶରୀ ଆରୁଖଙ୍କ ଇସ୍ତଫା ପରେ ରଜନୀକାନ୍ତ କାର୍ଯ୍ୟନିର୍ବାହୀ ବାଚସ୍ପତି ଭାବେ ଦାୟିତ୍ୱ ତୁଲାଇଥିଲେ । ପୂର୍ବରୁ ବିକ୍ରମ କେଶରୀ ଆରୁଖ ବାଚସ୍ପତି ପଦରୁ ଇସ୍ତଫା ଦେଇ ପୁଣି ମନ୍ତ୍ରୀମଣ୍ଡଳରେ ସାମିଲ ହେବା ସହ ଜିଲ୍ଲାରେ ଦଳର ସଂଗଠନ ମଜଭୁତ କରିବା ପାଇଁ କାର୍ଯ୍ୟ କରୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ......Deputy Speaker Resign: ଇସ୍ତଫା ଦେଲେ ଉପବାଚସ୍ପତି ରଜନୀକାନ୍ତ ସିଂ

୨୦୦୪ ମସିହାରୁ ରଜନୀକାନ୍ତ କ୍ରମାଗତ ଭାବେ ଅନୁଗୋଳ ବିଧାନସଭା ଆସନରୁ ଜିତି ଆସୁଛନ୍ତି । ୨୦୧୯ ଜୁନ୍‌ ମାସରୁ ସେ ଉପବାଚସ୍ପତି ଭାବେ ସାମ୍ବିଧାନିକ କାର୍ଯ୍ୟ କରୁଛନ୍ତି । ସାମ୍ବିଧାନିକ ପଦରେ ଥିବାରୁ ସେ ଦଳୀୟ କାର୍ଯ୍ୟ ବୁଝିବା ସମ୍ଭବ ନୁହେଁ । ତେଣୁ ଉପବାଚସ୍ପତି ପଦରୁ ଇସ୍ତଫା ଦେବା ପରେ ଅନୁଗୋଳରେ ରଜନୀକାନ୍ତଙ୍କୁ ସାଂଗଠନିକ ଦାୟିତ୍ବ ଦିଆଯିବାର ସମ୍ଭାବନା ରହିଛି । ସେହିପରି ରଜନୀକାନ୍ତଙ୍କ ପରେ କିଏ ଉପବାଚସ୍ପତି ଗାଦି ସମ୍ଭାଳିବ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଆସନ୍ତା ୨୧ ତାରିଖରେ ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ସେହି ଦିନ ଉପ ବାଚସ୍ପତି ନିର୍ବାଚନ ହେବେ । ସେପଟେ ପ୍ରାର୍ଥୀ ରେସ୍‌ରେ ନର୍ଲା ବିଧାୟକ ଭୁପିନ୍ଦର ସିଂ, ଅମର ଶତପଥୀ ଓ ପ୍ରଫୁଲ୍ଲ ସାମଲଙ୍କ ନାମ ଚର୍ଚ୍ଚାରେ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.