ETV Bharat / state

BCCI ଘରୋଇ ସିଜିନ ପାଇଁ ଅଣ୍ଡର-19 ମହିଳା କ୍ରିକେଟ ଦଳ ଘୋଷିଣା କଲା OCA

author img

By ETV Bharat Odisha Team

Published : Aug 29, 2023, 5:10 PM IST

ଅଣ୍ଡର 19 ମହିଳା କ୍ରିକେଟ ଦଳ
ଅଣ୍ଡର 19 ମହିଳା କ୍ରିକେଟ ଦଳ

ବିସିସିଆଇର ଘରୋଇ ସିଜିନ ପାଇଁ ଦଳ ଘୋଷଣା କଲା ଓଡିଶା କ୍ରିକେଟ ସଂଘ । ଅଣ୍ଡର-19 କ୍ରିକେଟ ମ୍ୟାଚ ପାଇଁ 20 ଜଣଙ୍କୁ ଚୟନ କରିଛି ସଂଘ। ଅଧିକ ପଢ଼ନ୍ତୁ

ଅଣ୍ଡର 19 ମହିଳା କ୍ରିକେଟ ଦଳ

କଟକ: ଆସାମରେ ହେବାକୁ ଥିବା ବିସିସିଆଇର ଘରୋଇ ସିଜିନ ପାଇଁ ଦଳ ଘୋଷଣା କଲା ଓଡିଶା କ୍ରିକେଟ ସଂଘ (ଓସିଏ)। ଅଣ୍ଡର19 କ୍ରିକେଟ ମ୍ୟାଚ ପାଇଁ 20 ଜଣଙ୍କୁ ଚୟନ କରିଛି ସଂଘ। ଏହି 20 ଜଣିଆ ଟିମରେ 8 ଜଣ 15 ବର୍ଷରୁ କମ ଖେଳାଳିଙ୍କୁ ସ୍ଥାନ ଦେଇଛି ଚୟନ କମିଟି । ତେବେ ସିଜିନ ଆରମ୍ଭ ହେବା ପୂର୍ବରୁ ଟିମକୁ ମଜଭୁତ କରିବା ପାଇଁ ଏପରି ନିଷ୍ପତ୍ତି ନେଇଛି ଓସିଏ । ଏହି ସମ୍ଭାବ୍ୟ ଦଳ ଅଭ୍ୟାସ ପାଇଁ ଛତିଶଗଡ଼କୁ ଭେଟିବ । ମୋଟ 5 ଟି ମ୍ୟାଚ ଓଡିଶା ଓ ଛତିଶଗଡ଼ ମଧ୍ୟରେ ଖେଳାଯିବାକୁ ଥିବା ବେଳେ ସମସ୍ତ ମ୍ୟାଚ ଓଡି଼ଶାରେ ଖେଳାଯିବ।

ତେବେ ଏହି ମ୍ୟାଚରୁ 20 ଜଣଙ୍କ ମଧ୍ୟରୁ 15 ଜଣିଆ ଟିମ ଚୟନ କରାଯିବ। ଏହାସହ ଆସନ୍ତା ଅକ୍ଟୋବର 5 ରେ ଆସାମରେ ଖେଳାଯିବାକୁ ଥିବା 19 ବର୍ଷରୁ କମ ଘରୋଇ ଟୁର୍ଣ୍ଣାମେଣ୍ଟ ପାଇଁ ଦଳ ଚୟନ କରାଯିବ ବୋଲି କହିଛନ୍ତି ଓସିଏ ମହିଳା ଚୟନ କମିଟି ଅଧକ୍ଷ ରଶ୍ମିତା ମହାନ୍ତି। ତେବେ ଉଭୟ ପୁରୁଷ ଓ ମହିଳା ଜୁନିୟର କ୍ରିକେଟରଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ବିଭିନ୍ନ ଯୋଜନା ଆରମ୍ଭ କରିଛି ଓସିଏ । ଏହି ଯୋଜନା ଆଧାରରେ ଭିଜନ 2024କୁ ନଜରରେ ରଖି ଓସିଏ ବର୍ତ୍ତମାନ ଜିଲ୍ଲା ସ୍ତରରେ 20ଟି କ୍ରିକେଟ ଏକାଡେମୀ ନିର୍ମାଣ କରିଛି । ତେବେ ଆଗମୀ ଦିନରେ ଏହା ରାଜ୍ୟର ସମସ୍ତ ଜିଲ୍ଲାରେ ରହିବ ।

ଏହା ମଧ୍ୟ ପଢ଼ନ୍ତୁ...IBSA World Games: ସ୍ବର୍ଣ୍ଣ ଜିତିଲା ଭାରତୀୟ ମହିଳା ଦଳ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ତେବେ ପୂର୍ବରୁ ଯେଉଁ ସୁଯୋଗ ସୁବିଧା ଖେଳାଳିମାନଙ୍କ ପାଇଁ ନଥିଲା ତାହା ବର୍ତ୍ତମାନ ଉପଲବ୍ଧ ରହିଛି। ଅତରିକ୍ତ ଜ୍ଞାନ କୌଶଳ ଓ ନୂଆନୂଆ ଯୋଜନା ମଧ୍ୟ ଗ୍ରହଣ କରାଯାଇଛି। । ଏହି ଯୋଜନା ଆଗମୀ ଦିନରେ ଓସିଏକୁ ଏକ ନୂଆ ପରିଚୟ ଦେବ ବୋଲି ଆଶା ରଖିଛି ଓଡିଶା କ୍ରିକେଟ ସଂଘ। ବିଗତ ଅନେକ ବର୍ଷ ଧରି ବିସିସିଆଇର ଘରୋଇ ସିଜିନରେ ଓଡି଼ଶା ଜୁନିୟର ଓ ସିନିୟର ପ୍ରତିଯୋଗୀତାରେ ନିରାଶ କରି ଆସୁଛି । କିଛି ଆଖି ଦୃଷ୍ଟିଆ ଖେଳାଳି ଭଲ ପ୍ରଦର୍ଶନ କରୁଥିବା ସତ୍ତ୍ୱେ ମଧ୍ୟ ଓଡି଼ଶାର ପ୍ରଦର୍ଶନ ବେଶ ନୈରାଶ୍ୟଜନକ ରହିଛି । ତେଣୁ ଓସିଏର ଭିଜନ 2024କୁ ଆଖି ଆଗରେ ରଖି ଜୁନିୟର ଓ ସିନିୟର କ୍ରିକେଟକୁ ଏକ ନୂତନ ସ୍ତରରେ ଫହଞ୍ଚାଇବା ପାଇଁ ପ୍ରୟାସ ଆରମ୍ଭ କରିଛି ଓସିଏ ।

ଓସିଏର ନୂଆ କମିଟିର ରହିଥିବା ଭିଜନକୁ ସଫଳ କରେଇବା ପାଇଁ ଓସିଏ ସବୁ ଦିଗରୁ ପ୍ରୟାସ ଜାରି ରଖିଛି । ଅଭିଜ୍ଞ ହିସାବରେ ପ୍ରଥମେ ହେଡ କୋଚ ଦିନେସ ମୋଙ୍ଗିଆ , ଟେକ୍ନିକାଲ ନିର୍ଦ୍ଦେଶକ ଭେଙ୍କଟରାମଙ୍କ ଭଳି ଦକ୍ଷ ଚେହେରା ଓସିଏ ସହ ଜଡିତ ହୋଇଛନ୍ତି। ସେପଟେ ଆଗକୁ ବିସିସିଆଇର ଘରୋଇ ସିଜିନ ଆରମ୍ଭ ହେବାକୁ ଥିବାରୁ ଏହାକୁ ନଜରରେ ରଖି କୋଚ ଓ ଚୟନ କମିଟି ନୂଆ ନୂଆ ଖେଳାଳିଙ୍କୁ ଦଳରେ ସାମିଲ କରାଉଛନ୍ତି। ଯାହାଦ୍ଵାରା ଓଡିଶା ଘରୋଇ ସିଜିନରେ ଭଲ ପ୍ରଦର୍ଶନ କରିବ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.