ETV Bharat / sports

IBSA World Games: ସ୍ବର୍ଣ୍ଣ ଜିତିଲା ଭାରତୀୟ ମହିଳା ଦଳ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

author img

By ETV Bharat Odisha Team

Published : Aug 27, 2023, 8:57 AM IST

Indias Blind Womens cricket team
Indias Blind Womens cricket team

ଆଇବିଏସ ବିଶ୍ବ କ୍ରୀଡାରେ ଭାରତୀୟ ଦୃଷ୍ଟିବାଧିତ ମହିଳା କ୍ରିକେଟ ଦଳକୁ ସଫଳତା । ଅଷ୍ଟ୍ରେଲିଆକୁ ହରାଇ ସ୍ବର୍ଣ୍ଣ ପଦକ ହାସଲ ପରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ। ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆଇବିଏସ ବିଶ୍ବ କ୍ରୀଡାରେ ଭାରତୀୟ ଦୃଷ୍ଟିବାଧିତ ମହିଳା କ୍ରିକେଟ ଦଳକୁ ସ୍ବର୍ଣ୍ଣ । ଫାଇନାଲରେ ଅଷ୍ଟ୍ରେଲିଆକୁ ହରାଇ ବିଜୟ ହାସଲ କରି ସ୍ବର୍ଣ୍ଣପଦକ ହାସଲ କରିଛି ଭାରତ । ପ୍ରଥମ ଥର ପାଇଁ ଟି୨୦ କ୍ରିକେଟକୁ ସାମିଲ କରାଯାଇଥିବା ବେଳେ ସଫଳତା ହାସଲ କରିଛି ଭାରତ । ଏହି ସଫଳତା ପାଇଁ ଦୃଷ୍ଟିବାଧିତ ମହିଳା କ୍ରିକେଟ ଦଳକୁ ଛୁଟୁଛି ଶୁଭେଚ୍ଛାର ସୁଅ । ସୁନା ଝିଅଙ୍କୁ ଟ୍ବିଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-BCCI ନିୟମ ଭାଙ୍ଗି ଅଡ଼ୁଆରେ କୋହଲି, ସୋସିଆଲ ମିଡିଆରେ ପୋଷ୍ଟ୍‌ କରିଥିଲେ Yo Yo ଟେଷ୍ଟ ରିପୋର୍ଟ

  • Kudos to the Indian women's blind cricket team for winning the Gold at the IBSA World Games! A monumental achievement that exemplifies the indomitable spirit and talent of our sportswomen. India beams with pride! https://t.co/4Ee7JfF3UH

    — Narendra Modi (@narendramodi) August 26, 2023 " class="align-text-top noRightClick twitterSection" data=" ">

ପ୍ରଧାନମନ୍ତ୍ରୀ ଟ୍ବିଟ କରିକହିଛନ୍ତି ଯେ, ଅନ୍ତର୍ଜାତୀୟ ଦୃଷ୍ଟିହୀନ କ୍ରୀଡ଼ା ଫେଡେରେସନ ଟୁର୍ଣ୍ଣାମେଣ୍ଟ ଫାଇନାଲ୍‌ରେ ଭାରତୀୟ ଦୃଷ୍ଟିବାଧିତ ମହିଳା ଦଳ ସ୍ବର୍ଣ୍ଣ ଜିତିଥିବାରୁ ମୁଁ ସମସ୍ତ ଖେଳାଳୀଙ୍କୁ ଶୁଭେଚ୍ଛା ଜଣାଉଛି । ଏହା ଏକ ଅବିସ୍ମରଣୀୟ ସଫଳତା । ଯାହା ଆମ ଭାରତୀୟ ମହିଳା କ୍ରିକେଟରଙ୍କ ପ୍ରତିଭାର ଉଦାହରଣ । ଏହି ସଫଳତା ପାଇଁ ଭାରତ ଆଜି ଗର୍ବିତ ।

ଏହା ମଧ୍ୟ ପଢନ୍ତୁ-IBSA World Games: ଇତିହାସ ରଚିଲା ଭାରତ, ଅଷ୍ଟ୍ରେଲିଆକୁ ହରାଇ ସ୍ୱର୍ଣ୍ଣ ହାତେଇଲା ଭାରତୀୟ ମହିଳା ଦଳ

ଶନିବାର ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯାଇଥିଲା । ଅଷ୍ଟ୍ରେଲିଆକୁ ୯ ୱିକେଟରେ ମାତ ଦେଇ ସ୍ବର୍ଣ୍ଣ ପଦକ ନିଜ ନାମରେ କରିଥିଲା ଭାରତ । ଏହି ବିଜୟ ଫଳରେ ଭାରତ IBSA ଗେମ୍ସର କ୍ରିକେଟରେ ପ୍ରଥମ ଚମ୍ପିଆନ୍‌ ହେବାର ଗୌରବ ଲାଭ କରିଛି । ପ୍ରଥମେ ଅଷ୍ଟ୍ରେଲିଆ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିଲା। 9 ଓଭରରେ 8 ୱିକେଟ ହରାଇ 114 ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ଭାରତ 3.3 ଓଭରରେ 3 ୱିକେଟ ହରାଇ 43 ରନ୍ ସଂଗ୍ରହ କରିଥିଲା । ବର୍ଷା ହେବାରୁ ମ୍ୟାଚ୍‌କୁ ଅଧାରୁ ବନ୍ଦ ରହିଥିଲା । ଡିଏଲ୍‌ ନିୟମ ଅନୁଯାୟୀ ଭାରତକୁ ବିଜେତା ଘୋଷଣା କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-World Cup 2023: ବିଶ୍ବକପ ପାଇଁ ଭାରତୀୟ ଦଳ ଚୟନ କଲେ ଗାଙ୍ଗୁଲି, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ ?

ଚଳିତଥର ବିଶ୍ବ ଦୃଷ୍ଟିହୀନ କ୍ରୀଡ଼ାରେ ପ୍ରଥମ ଥର ପାଇଁ ଟି୨୦ କ୍ରିକେଟକୁ ସାମିଲ କରାଯାଇଥିଲା । ଭାରତର ଉଭୟ ମହିଳା ଓ ପୁରୁଷ ଦଳ ଫାଇନାଲରେ ପହଞ୍ଚିଥିଲେ । ମହିଳା ଟିମ୍ ଫାଇନାଲରେ ଜିତି ସ୍ବର୍ଣ୍ଣ ପଦକ ହାସଲ କରିଛି । ସେପଟେ ପୁରୁଷ ଟିମ ଫାଇନାଲରେ ପାକିସ୍ତାନକୁ ଭେଟିଥିଲା । କିନ୍ତୁ ଭାରତୀୟ ଦୃଷ୍ଟିବାଧିତ ପୁରୁଷ କ୍ରିକେଟ ଦଳ ପାକିସ୍ତାନ ଠାରୁ ପରିଜିତ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.