ETV Bharat / sports

IBSA World Games: ଇତିହାସ ରଚିଲା ଭାରତ, ଅଷ୍ଟ୍ରେଲିଆକୁ ହରାଇ ସ୍ୱର୍ଣ୍ଣ ହାତେଇଲା ଭାରତୀୟ ମହିଳା ଦଳ

author img

By ETV Bharat Odisha Team

Published : Aug 26, 2023, 10:29 PM IST

ଅନ୍ତର୍ଜାତୀୟ ଦୃଷ୍ଟିହୀନ କ୍ରୀଡ଼ା ଫେଡେରେସନ ଟୁର୍ଣ୍ଣାମେଣ୍ଟ୍‌ ଫାଇନାଲ୍‌ରେ ସ୍ବର୍ଣ୍ଣ ପଦକ ହାସଲ କରିଛି ଭାରତ । ଫାଇନାଲ୍‌ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ହରାଇ ଏହି ଇତିହାସ ଲେଖିଛି ଭାରତ । ଅଧିକ ପଢ଼ନ୍ତୁ

ଅଷ୍ଟ୍ରେଲିଆକୁ ହରାଇ ସ୍ୱର୍ଣ୍ଣ ହାତେଇଲା ଭାରତୀୟ ମହିଳା ଦଳ
ଅଷ୍ଟ୍ରେଲିଆକୁ ହରାଇ ସ୍ୱର୍ଣ୍ଣ ହାତେଇଲା ଭାରତୀୟ ମହିଳା ଦଳ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଦୃଷ୍ଟିହୀନ କ୍ରୀଡ଼ା ଫେଡେରେସନ ଟୁର୍ଣ୍ଣାମେଣ୍ଟ୍‌ ଫାଇନାଲ୍‌ରେ ଭାରତକୁ ସ୍ବର୍ଣ୍ଣ । ପୁଣି ଇତିହାସ ରଚିଲା ଭାରତ । ଗୋଟିଏ ପଟେ ଆସନ୍ତା ନଭେମ୍ବରରେ ହେବାକୁ ଥିବା ଦିନିକିଆ ବିଶ୍ବକପ୍‌ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଏହା ମଧ୍ୟରେ ଭାରତୀୟ ଦୃଷ୍ଟିହୀନ ମହିଳା ଟି୨୦ ଟିମ୍ ଏକ ବଡ଼ ସଫଳତା ହାସଲ କରିଛି । International Blind Sports Federation (IBSA)ରେ ଫାଇନାଲରେ ବିଜୟ ହାସଲ କରି ସ୍ବର୍ଣ୍ଣପଦକ ହାସଲ କରିଛି ଭାରତ । ଏହି ମ୍ୟାଚ୍‌ରେ ସ୍ବର୍ଣ୍ଣ ପଦକ ପାଇଁ ଭାରତ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହୋଇଥିଲେ । ତେବେ ଅଷ୍ଟ୍ରେଲିଆକୁ ହରାଇ ସ୍ବର୍ଣ୍ଣ ପଦକ ନିଜ ନାଁରେ କରିଛନ୍ତି ଭାରତର ସୁନାଝିଅ । ଅନ୍ୟପଟେ ପୁରୁଷ ବର୍ଗରେ ମଧ୍ୟ ଫାଇନାଲ୍‌ରେ ପ୍ରବେଶ କରିଛି ଭାରତ । ଏଥିରେ ସ୍ବର୍ଣ୍ଣ ପାଇଁ ଫାଇନାଲ୍‌ ପାକିସ୍ତାନ ବିପକ୍ଷରେ ମ୍ୟାଚ୍‌ ଖେଳିବ ଭାରତ ।

  • History made at @Edgbaston! India are our first ever cricket winners at the IBSA World Games!

    Australia VI Women 114/8
    India VI Women 43/1 (3.3/9)

    India VI Women win by 9 wickets.

    📸 Will Cheshire pic.twitter.com/1Iqx1N1OCW

    — IBSA World Games 2023 (@IBSAGames2023) August 26, 2023 " class="align-text-top noRightClick twitterSection" data=" ">

ତେବେ ଚଳିତଥର ବିଶ୍ବ ଦୃଷ୍ଟିହୀନ କ୍ରୀଡ଼ାରେ ପ୍ରଥମ ଥର ପାଇଁ ଟି୨୦ କ୍ରିକେଟକୁ ସାମିଲ କରାଯାଇଥିଲା । ତେବେ ଖୁସିର କଥା ହେଉଛି ଭାରତର ଉଭୟ ମହିଳା ଓ ପୁରୁଷ ଦଳ ଫାଇନାଲରେ ପହଞ୍ଚିଥିଲେ । ମହିଳା ଟିମ୍ ଏବେ ଫାଇନାଲରେ ଜିତି ସ୍ବର୍ଣ୍ଣ ପଦକ ହାସଲ କରିଛି । ସେପଟେ ପୁରୁଷ ଟିମ ଫାଇନାଲରେ ପାକିସ୍ତାନକୁ ଭେଟିବ । ଆଜିର ମ୍ୟାଚ୍‌ରେ ଭାରତ ଫାଇନାଲରେ ଅଷ୍ଟ୍ରେଲିଆକୁ ୯ ୱିକେଟରେ ହରାଇ ନିଜ ନାମରେ ସ୍ବର୍ଣ୍ଣ ପଦକ ହାସଲ କରିଛି । ଏହି ବିଜୟ ଫଳରେ ଭାରତ IBSA ଗେମ୍ସର କ୍ରିକେଟରେ ପ୍ରଥମ ଚମ୍ପିଆନ୍‌ ହେବାର ଗୌରବ ଲାଭ କରିଛି ।

ଏହା ମଧ୍ୟ ପଢ଼ନ୍ତୁ...World Athletics Championships: ଫାଇନାଲ୍‌ରେ ଓଡ଼ିଆ ପୁଅ କିଶୋର ଜେନା, ନୀରଜଙ୍କ ସହ ୨ ଭାରତୀୟଙ୍କ ହେବ ଟକ୍କର

ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୯ ଓଭରରେ ୮ ୱିକେଟ ହରାଇ ୧୧୪ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ଭାରତ ୩.୩ ଓଭରରେ ୧ ୱିକେଟ ହରାଇ ୪୩ ରନ୍ ସଂଗ୍ରହ କରିଥିଲା । ଏହାପରେ ବର୍ଷା ହେବାରୁ ମ୍ୟାଚ୍‌କୁ ଅଧାରୁ ବନ୍ଦ କରିବାକୁ ପଡ଼ିଥିଲା । ତେବେ ଡିଏଲ୍‌ ନିୟମ ଅନୁଯାୟୀ ଭଲ ରନରେଟ୍ କାରଣରୁ ଭାରତକୁ ବିଜେତା ଘୋଷଣା କରାଯାଇଛି । ତେବେ IBSA ଗେମ୍ସରେ ପ୍ରଥମ ଥର ପାଇଁ କ୍ରିକେଟକୁ ସାମିଲ କରାଯାଇଥିବା ବେଳେ ଭାରତ ଏଥିରେ ଚମ୍ପିଆନ୍‌ ଆଖ୍ୟା ଅର୍ଜନ କରିଛି । ଯାହା IBSA ଫିସିଆଲ୍‌ 'X' ହ୍ୟାଣ୍ଡେଲ୍‌ରେ ମଧ୍ୟ ପୋଷ୍ଟ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.