ETV Bharat / sports

BCCI ନିୟମ ଭାଙ୍ଗି ଅଡ଼ୁଆରେ କୋହଲି, ସୋସିଆଲ ମିଡିଆରେ ପୋଷ୍ଟ୍‌ କରିଥିଲେ Yo Yo ଟେଷ୍ଟ ରିପୋର୍ଟ

author img

By ETV Bharat Odisha Team

Published : Aug 26, 2023, 6:39 AM IST

ଏସିଆ କପ୍‌ ଓ ବିଶ୍ବକପ୍‌ ଭଳି ବଡ଼ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଅଡ଼ୁଆରେ ବିରାଟ କୋହଲି । ବିସିସିଆଇ ନିୟମ ଭାଙ୍ଗି ସୋସିଆଲ ମିଡିଆରେ Yo Yo ଟେଷ୍ଟ ରିପୋର୍ଟ ପୋଷ୍ଟ କରିବା ପରେ କୋହଲିଙ୍କ ବିରୋଧରେ ବିସିସିଆଇ କାର୍ଯ୍ୟାନୁଷ୍ଠାନ ନେଇପାରେ ବୋଲି ଚର୍ଚ୍ଚା ହେଉଛି । ଅଧିକ ପଢ଼ନ୍ତୁ

BCCI ନିୟମ ଭାଙ୍ଗି ଅଡ଼ୁଆରେ କୋହଲି
BCCI ନିୟମ ଭାଙ୍ଗି ଅଡ଼ୁଆରେ କୋହଲି

ନୂଆଦିଲ୍ଲୀ: ଏସିଆ କପ୍‌ ଟୁର୍ଣ୍ଣାମେଣ୍ଟ ଆରମ୍ଭକୁ ଆଉ କିଛିଦିନ ବାକି ରହିଲା । ଏଥିପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି ଭାରତୀୟ କ୍ରିକେଟ ଟିମ୍ । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଚୟନ ହୋଇଥିବା ଖେଳାଳିମାନେ ଅଭ୍ୟାସ ପାଇଁ ବେଙ୍ଗାଲୁରୁସ୍ଥିତ ଏନ୍‌ସିଏ କ୍ୟାମ୍ପ୍‌ରେ ଯୋଗ ଦେଇଥାନ୍ତି । ତେବେ ଏହା ଭିତରେ ବିଶ୍ବକପ ପୂର୍ବରୁ ବୋର୍ଡ ତରଫରୁ ସମସ୍ତ ଖେଳାଳିଙ୍କ ୟୋ-ୟୋ ଟେଷ୍ଟ କରାଯାଇଥିଲା । ଯାହାକୁ ନେଇ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଏବେ ଅଡ଼ୁଆରେ ପଡ଼ି ଯାଇଛନ୍ତି । ସୋସିଆଲ ମିଡିଆରେ ବେଶ ସକ୍ରିୟ ରହୁଥିବା କୋହଲିଙ୍କର ଏକ ପୋଷ୍ଟକୁ ନେଇ କ୍ରିକେଟ ଦଳରେ ହଙ୍ଗାମା ଦେଖିବାକୁ ମିଳିଛି । ବିରାଟଙ୍କ ଏହି ପୋଷ୍ଟକୁ ନେଇ ବିସିସିଆଇ ଅସନ୍ତୁଷ୍ଟ ଥିବାବେଳେ କୋହଲିଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯାଇପାରେ ବୋଲି ଆଲୋଚନା ହେଉଛି ।

  • BCCI designed a program chart during the 2 week break for players who weren't part of the IRE series [The Indian Express]

    - 9 hours of sleep
    - Gym
    - Walking
    - Yoga
    - Swimming
    - Certain amounts of protein daily

    BCCI wants all players to be fit for the next 3 months. pic.twitter.com/doHZanVlUc

    — Johns. (@CricCrazyJohns) August 24, 2023 " class="align-text-top noRightClick twitterSection" data=" ">

ସୂଚନା ଅନୁସାରେ, ଏସିଆ କପ୍ ପୂର୍ବରୁ ଅଧିନାୟକ ରୋହିତ ଶର୍ମାଙ୍କ ସମେତ ବିରାଟ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ୟୋ-ୟୋ ଟେଷ୍ଟ୍‌ କରାଯାଇଛି । ଏହି ଟେଷ୍ଟରେ ସର୍ବାଧିକ ସ୍କୋର କରିଛନ୍ତି ବିରାଟ କୋହଲି । ତେବେ ଏହି ସ୍କୋରକୁ କୋହଲି ନିଜ ସୋସିଆଲ ମିଡିଆରେ ପୋଷ୍ଟ କରି ଦେଇଛନ୍ତି, ଯାହା ବିସିସିଆଇ ନିୟମ ବିରୁଦ୍ଧ । ବିସିସିଆଇର ନିୟମରେ ଖେଳାଳି ସୋସିଆଲ ମିଡିଆରେ କୌଣସି ଗୋପନୀୟ ତଥ୍ୟ ପୋଷ୍ଟ କରିବାକୁ ବାରଣ କରାଯାଇଛି । ହେଲେ କୋହଲି ଏହାକୁ ନମାନି ୟୋ-ୟୋ ଟେଷ୍ଟ ସମୟର ଫଟୋ ସହିତ ନିଜ ରିପୋର୍ଟକୁ ମଧ୍ୟ ଅପଲୋଡ କରି ଦେଇଛନ୍ତି । ତେବେ ଫଟୋ ପୋଷ୍ଟ କରିବାରେ ଯଦିଓ କୌଣସି ବାରଣ କରାଯାଇ ନାହିଁ, ହେଲେ ଟେଷ୍ଟର ରିପୋର୍ଟ ପ୍ରକାଶ ନକରିବା ପାଇଁ ଖେଳାଳିମାନଙ୍କୁ କୁହାଯାଇଥାଏ ।

  • Updates on Team India's Yo-Yo Test:- (PTI)

    •Mandated Yo-Yo parameter - 16.5
    •Kohli, Rohit, Hardik & others passed the Test.
    •Bumrah, Samson, Tilak, Krishna join team on Friday.
    •KL Rahul part of fitness drill but Not Yo-Yo Test.
    •Camp is scheduled to conclude on 29th Aug. pic.twitter.com/hwqP4BVWGH

    — CricketMAN2 (@ImTanujSingh) August 24, 2023 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢ଼ନ୍ତୁ...Asia Cup 2023: ରବି ଶାସ୍ତ୍ରୀଙ୍କ ପ୍ରସ୍ତାବକୁ ଖଣ୍ଡନ କଲେ ମଞ୍ଜରେକର, କହିଲେ କୋହଲିଙ୍କୁ 'ସ୍କେପ୍‌ଗୋଟ୍‌' କରାଯାଇଛି

ବର୍ତ୍ତମାନ ଦଳର ସବୁଠୁ ଅଭିଜ୍ଞ ତଥା ସିନିୟର ଖେଳାଳି ଭାବେ ବିରାଟ କୋହଲିଙ୍କର ଏଭଳି କାଣ୍ଡକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତେଣୁ କୋହଲିଙ୍କୁ ବିରୋଧରେ ବିସିସିଆଇ କାର୍ଯ୍ୟାନୁଷ୍ଠାନ ନେଇପାରେ ବୋଲି ଚର୍ଚ୍ଚା ହେଉଛି । ବିରାଟଙ୍କ ସୋସିଆଲ ମିଡିଆ ପୋଷ୍ଟରୁ ଜଣାଯାଇଛି ଯେ, ବିସିସିଆଇର ଏହି ଟେଷ୍ଟରେ ବିରାଟ କୋହଲି ୧୭.୨ ପଏଣ୍ଟ ସ୍କୋର କରିଛନ୍ତି । ବିରାଟଙ୍କ ବ୍ୟତୀତ ଅନ୍ୟ ସମସ୍ତ ଖେଳାଳି ମଧ୍ୟ ଏହି ଫିଟ୍‌ନେସ ଟେଷ୍ଟ ପାସ୍ କରିଛନ୍ତି । ହେଲେ ବିଶ୍ବକପ୍‌ ଓ ଏସିଆ କପ୍‌ ଭଳି ବଡ଼ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ବିସିସିଆଇ ଏହାର ଷ୍ଟାର ଖେଳାଳିଙ୍କ ବିରୋଧରେ କ'ଣ ଆକ୍ସନ୍‌ ନେବ, ଏବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.