ETV Bharat / sports

World Cup 2023: ବିଶ୍ବକପ ପାଇଁ ଭାରତୀୟ ଦଳ ଚୟନ କଲେ ଗାଙ୍ଗୁଲି, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ ?

author img

By ETV Bharat Odisha Team

Published : Aug 26, 2023, 1:02 PM IST

ସୌରଭ ଗାଙ୍ଗୁଲି ବିଶ୍ବକପ ପାଇଁ 15 ଜଣିଆ ସ୍ବାର୍ଡ ଘୋଷଣା କରିଛନ୍ତି । ଯେଉଁଥିରେ କେଏଲ ରାହୁଲ ଓ ଶ୍ରେୟସ ଆୟରଙ୍କ ନାମ ମଧ୍ୟ ରହିଛି । ଅଧିକ ପଢନ୍ତୁ

Ganguly picks his ODI sqaud for World Cup 2023
Ganguly picks his ODI sqaud for World Cup 2023

ନୂଆଦିଲ୍ଲୀ: ଅକ୍ଟୋବର 5 ତାରିଖରୁ ଆରମ୍ଭ ହେବ ଦିନିକିଆ ବିଶ୍ବକପ । ଏହା ପୂର୍ବରୁ ସେପ୍ଟେମ୍ବର 29 ତାରିଖରୁ ଅକ୍ଟୋବର 3 ତାରିଖ ମଧ୍ୟରେ ଖେଳାଯିବ ଅଭ୍ୟାସ ମ୍ୟାଚ । ବର୍ତ୍ତମାନ ସୁଦ୍ଧା ବିଶ୍ବକପ ପାଇଁ ବିସିସିଆଇ ଭାରତୀୟ ଦଳ ଘୋଷାଣା କରିନାହିଁ । କେଉଁ ଖେଳାଳିଙ୍କୁ ଦିନିକିଆ ବିଶ୍ବକପ ଖେଳିବାକୁ ସୁଯୋଗ ମିଳିବ ତାହା ସ୍ପଷ୍ଟ ହୋଇନି । କିନ୍ତୁ ଏହା ପୂର୍ବରୁ ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବିଶ୍ବକପ ପାଇଁ 15 ଜଣିଆ ସ୍ବାର୍ଡ ଘୋଷଣା କରିଛନ୍ତି । ଯେଉଁଥିରେ କି କେଏଲ ରାହୁଲ ଓ ଶ୍ରେୟସ ଆୟରଙ୍କ ନାମ ମଧ୍ୟ ରହିଛି ।

ସୌରଭ ଗାଙ୍ଗୁଲି ତାଙ୍କ ଦଳରେ ଓପନର ଭାବେ ରୋହିତ ଶର୍ମା ଓ ଶୁବମନ ଗିଲଙ୍କୁ ଚୟନ କରିଥିବା ବେଳେ ତୃତୀୟ ସ୍ଥାନ ପାଇଁ ଇଶାନ କିଶାନଙ୍କୁ ଚୟନ କରିଛନ୍ତି । ସେହିପରି ବିରାଟ କୋହଲିଙ୍କୁ ଚାରି ନମ୍ବର ବ୍ୟାଟ୍ସମ୍ୟାନ ଭାବେ ଚୟନ କରିଛନ୍ତି । ଏହାପରେ ଶ୍ରେୟାସ ଆୟରଙ୍କୁ 5 ନମ୍ବର ବ୍ୟାଟିଂ ଅର୍ଡରରେ ରଖିଛନ୍ତି । ଷଷ୍ଠ ସ୍ଥାନରେ କେଏଲ ରାହୁଙ୍କୁ ସ୍ଥାନ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-Asia Cup 2023: ଅନଫିଟ୍‌ ରାହୁଲଙ୍କୁ ଦଳରେ ମିଳିଲା ସ୍ଥାନ, ଷ୍ଟାଣ୍ଡ୍‌ବାଇରେ ସାମ୍‌ସନ୍‌

ଓ୍ବିକେଟ କିପର ଭାବେ ସେ ଇଶାନ କିଶାନ ଓ ରାହୁଲଙ୍କୁ ଚୟନ କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପ ଅଧିନାୟକ ଭାବେ ଚୟନ କରିଛନ୍ତି । ରବୀନ୍ଦ୍ର ଜାଡେଜା ଓ ଅକ୍ଷର ପଟେଲଙ୍କୁ ଅଲରାଉଣ୍ଡର ଭାବେ ଚୟନ କରିଥିବା ବେଳେ ସ୍ପିନର ଭାବରେ କୁଲଦୀପ ଯାଦବଙ୍କ ଉପରେ ଭରସା କରିଛନ୍ତି । ସେହିପରି ଦ୍ରୁତ ବୋଲର ଭାବରେ ମହମ୍ମଦ ସିରାଜ, ଜସପ୍ରୀତ ବୁମରା, ମହମ୍ମଦ ଶାମି ଓ ଶାର୍ଦ୍ଦୁଲ ଠାକୁରଙ୍କୁ ନିଜ ଦଳରେ ସ୍ଥାନ ଦେଇଛନ୍ତି ।

15 ଜଣିଆ ସ୍କ୍ବାଡରେ ତିଳକ ବର୍ମା ଓ ଚହଲଙ୍କ ନାମ ଥିଲେ ମଧ୍ୟ ସେମାନଙ୍କୁ ଏକାଦଶରେ ସ୍ଥାନ ଦେଇନାହାନ୍ତି । ଯଦି କୌଣସି ଖେଳାଳି ଆହତ ହୁଅନ୍ତି ସେମାନଙ୍କୁ ସୁଯୋଗ ଦିଆଯିବ ବୋଲି କହିଛନ୍ତି ସୌରଭ ଗାଙ୍ଗୁଲି । ଏକ ସାକ୍ଷାତକାରରେ ଗାଙ୍ଗୁଲି କହିଛନ୍ତି ଯେ, ଯଦି ମିଡିଲ ଅର୍ଡରରେ କେହି ବ୍ୟାଟ୍ସମ୍ୟାନ ଆହତ ହୁଅନ୍ତି ତେବେ ତିଳକ ବର୍ମାଙ୍କୁ ସୁଯୋଗ ମିଳିବ । ଯଦି ଦ୍ରୁତ ବୋଲର ଆହତ ହୁଅନ୍ତି ତେବେ ତାଙ୍କ ସ୍ଥାନରେ ପ୍ରସିଦ୍ଧ କ୍ରିଷ୍ଣ ଓ ସ୍ପିନର ଯଦି ଆହତ ହୁଅନ୍ତି ତାଙ୍କ ସ୍ଥାନରେ ଚହଲଙ୍କୁ ସୁଯୋଗ ଦିଆଯିବ ।

ବିଶ୍ବକପ ପାଇଁ ସୌରଭ ଗାଙ୍ଗୁଲିଙ୍କ 15 ଜଣିଆ ଭାରତୀୟ ସ୍କ୍ବାଡ: ରୋହିତ ଶର୍ମା (କ୍ୟାପଟେନ), ଶୁବମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, ସୂର୍ଯ୍ୟ କୁମାର ଯାଦବ, ଇଶାନ କିଶାନ, କେଏଲ ରାହୁଲ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ହାର୍ଦ୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ, ମହମ୍ମଦ ଶାମୀ, ସାର୍ଦ୍ଦୁଲ ଠାକୁର, ଜସପ୍ରୀତ ବୁମ୍ରା ଓ ମହମ୍ମଦ ସିରାଜ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.