ETV Bharat / state

ମହଙ୍ଗା ଡବଲ ମର୍ଡର ପ୍ରସଙ୍ଗ, ଅଧିକ ସମୟ ଲୋଡି ପିଟିସନ ଦାଖଲ କଲେ ମାହାଙ୍ଗା ବିଧାୟକ

author img

By ETV Bharat Odisha Team

Published : Nov 18, 2023, 11:03 PM IST

ମାହାଙ୍ଗା ଡବଲ ମର୍ଡର ଘଟଣାରେ ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ବିରୋଧରେ କଗନିଜାନ୍ସ ଗ୍ରହଣ କରିଛନ୍ତି କୋର୍ଟ । ଫଳରେ ବିଧାୟକଙ୍କ ପାଇଁ ଅଡ଼ୁଆ ସୃଷ୍ଟି ହୋଇଛି । ସାଲେପୁର ଜେଏମଏଫସି କୋର୍ଟ ବିଧାୟକଙ୍କ ବିରୋଧରେ ଆଇପିସିର ଦଫା ୩୦୨, ୧୨୦-ବି, ୫୦୬ରେ କଗନିଜାନ୍ସ ଗ୍ରହଣ କରିଛନ୍ତି । ଅଧିକ ପଢନ୍ତୁ

ମହଙ୍ଗା ଡବଲ ମର୍ଡର ପ୍ରସଙ୍ଗ, ଅଧିକ ସମୟ ଲୋଡି ପିଟିସନ ଦାଖଲ କଲେ ମାହାଙ୍ଗା ବିଧାୟକ
ମହଙ୍ଗା ଡବଲ ମର୍ଡର ପ୍ରସଙ୍ଗ, ଅଧିକ ସମୟ ଲୋଡି ପିଟିସନ ଦାଖଲ କଲେ ମାହାଙ୍ଗା ବିଧାୟକ

କଟକ: ମାହାଙ୍ଗା ଡବଲ ମର୍ଡର ପ୍ରସଙ୍ଗ । ଅଧିକ ସମୟ ଲୋଡ଼ି ଆଉ ଏକ ପିଟିସନ ଦାଖଲ କରିଛନ୍ତି ମାହାଙ୍ଗା ବିଜେଡି ବିଧାୟକ ପ୍ରତାପ ଜେନା । ସାଲେପୁର ଜେଏମଏଫସି ଅଦାଲତରେ ଏହି ପିଟିସନ ଦାଖଲ କରିଛନ୍ତି ପ୍ରତାପ । ସିଆରପିସିର ଧାରା ୨୦ ରେ ସେ ପୂର୍ବରୁ ଦାଖଲ କରିଥିବାର ଆବେଦନର ଶୁଣାଣି ପାଇଁ ସମୟ ଲୋଡି ଏହି ପିଟିସନ ଦାଖଲ କରିଛନ୍ତି । କେବଳ ସେତିକି ନୁହେଁ ଅଭିଯୋଗକାରୀ ରଞ୍ଜିତ ବରାଳଙ୍କ ପକ୍ଷରୁ ଧାରା ୨୧୦(୨)ରେ ଦାଖଲ ହୋଇଥିବା ଆବେଦନ ଉପରେ ମଧ୍ୟ ଆଉ ଏକ ପିଟିସନ ଦାଖଲ କରାଯାଇଛି । ଏହି ମାମଲାର ଶୁଣାଣି କରି କୋର୍ଟ ରାୟକୁ ସଂରକ୍ଷିତ ରଖିଛନ୍ତି । ଏହି ମାମଲାର ଆଜି ଶୁଣାଣି ସମୟରେ ହାଇକୋର୍ଟଙ୍କ ନିର୍ଦ୍ଦେଶର କପି ସାଲେପୁର ଜେଏମଏଫସିଙ୍କ ଅଦାଲତରେ ଦାଖଲ କରାଯାଇଥିଲା ।

ମାହାଙ୍ଗା ଡବଲ ମର୍ଡର ଘଟଣାରେ ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ବିରୋଧରେ କଗନିଜାନ୍ସ ଗ୍ରହଣ କରିଛନ୍ତି କୋର୍ଟ । ଫଳରେ ବିଧାୟକଙ୍କ ପାଇଁ ଅଡ଼ୁଆ ସୃଷ୍ଟି ହୋଇଛି। ସାଲେପୁର ଜେଏମଏଫସି କୋର୍ଟ ବିଧାୟକଙ୍କ ବିରୋଧରେ ଆଇପିସିର ଦଫା ୩୦୨, ୧୨୦-ବି, ୫୦୬ରେ କଗନିଜାନ୍ସ ଗ୍ରହଣ କରିଛନ୍ତି । ପୂର୍ବରୁ ଏହି ମାମଲାରେ ବିଧାୟକଙ୍କ ବିରୋଧରେ ବିରୋଧରେ ବିଚାରଯୋଗ୍ୟ ପ୍ରମାଣ ରହିଥିବା ଦର୍ଶାଇ ମାମଲାକୁ ସାଂସଦ ଓ ବିଧାୟକଙ୍କ ମାମଲା ବିଚାର ପାଇଁ ଗଠିତ ଭୁବନେଶ୍ବର ଅତିରିକ୍ତ ଦୌରା ଜଜ ତଥା ସ୍ବତନ୍ତ୍ର ଅଦାଲତକୁ ସ୍ଥାନାନ୍ତର ପାଇଁ ସାଲେପୁର ଜେଏମଏଫସି ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ମାମଲାରେ କଗନିଜାନ୍ସ ଗ୍ରହଣ କରାଯାଇ ନଥିଲା। ଏଭଳି ସ୍ଥିତିରେ ମାମଲାର ରେକର୍ଡ ଭୁବନେଶ୍ବର ସ୍ବତନ୍ତ୍ର ଅଦାଲତଙ୍କୁ ହସ୍ତାନ୍ତର ହୋଇ ପାରିନଥିଲା। ସାଲେପୁର ଜେଏମଏଫସି ଅଦାଲତ ପୁଣି ମାମଲାର ଶୁଣାଣି କରି ଅଭିଯୋଗକାରୀ ଓ ସାକ୍ଷୀଙ୍କ ବୟାନ, ଅନ୍ୟ ଉପଲବ୍ଧ ରେକର୍ଡରୁ ବିଧାୟକଙ୍କ ବିରୋଧରେ ଆଇପିସିର ଦଫା ୩୦୨, ୧୨୦-ବି, ୫୦୬ରେ ଆପାତଃ ମାମଲା ହେଉଛି ବୋଲି କହିବା ସହିତ କଗନିଜାନ୍ସ ଗ୍ରହଣ କରିଛନ୍ତି । ବିଧାୟକଙ୍କ ବିରୋଧରେ ମାମଲ ଚାଲିବା ପାାଇଁ ଆଇନ ଆପାତଃ ପ୍ରମାଣଯୋଗ୍ୟ ଉପାଦାନ ରହିଛି । ତେଣୁ ବିଧାୟକଙ୍କୁ ସମନ ଜାରି ପାଇଁ ଆବଶ୍ୟକ ନଥିପତ୍ର ଦାଖଲ ପାଇଁ ଅଭିଯୋଗକାରୀଙ୍କୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।

ଅଧିକ ପଢନ୍ତୁ- ମାହାଙ୍ଗା ଡବଲ ମର୍ଡର ଘଟଣା, ପ୍ରତାପ ଜେନାଙ୍କ ବିରୋଧରେ କଗନିଜାନ୍ସ ଗ୍ରହଣ କଲେ କୋର୍ଟ

ସୂଚନାଯୋଗ୍ୟ ୨୦୨୧ ମସିହା ଜାନୁଆରୀ ୨ ତାରିଖ ସନ୍ଧ୍ୟାରେ ମାହାଙ୍ଗାର ବରିଷ୍ଠ ବିଜେପି ନେତା କୁଳମଣି ବରାଳ ଓ ସଂପର୍କୀୟ ଦିବ୍ୟ ସିଂହ ବରାଳଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଜାନୁଆରୀ ୯ ରେ ଡବଲ ମର୍ଡର ଘଟଣାର ଏତଲାକାରୀ ରମାକାନ୍ତ ବରାଳଙ୍କ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଏହାପରେ ରମାକାନ୍ତଙ୍କ ମୃତ୍ୟୁ ହୋଇ ସାରିଥିବାରୁ ତାଙ୍କ ଭାଇ ରଞ୍ଜିତଙ୍କୁ ପ୍ରୋଟେଷ୍ଟ ପିଟିସନ ଦାଖଲ କରିବାକୁ ଅନୁମତି ଲୋଡ଼ି ସାଲେପୁର ଜେଏମଏଫସି ଅଦାଲତରେ ଆବେଦନ କରାଯାଇଥିଲା। ଅଦାଲତ ଏହି ଆବେଦନକୁ ଗ୍ରହଣ କରିବା ସହିତ ଏଥି ପାଇଁ ଅନୁମତି ଦେଇଥିଲେ। ଏହାପରେ ରଣଜିତ ପ୍ରେଟେଷ୍ଟ ପିଟିସନ ଅଭିଯୋଗ କେସ ମାଧ୍ୟମରେ ଦାଖଲ କରିଥିଲେ। ମାମଲାରେ ରଣଜିତଙ୍କ ବୟାନ ଅଦାଲତରେ ରେକର୍ଡ କରାଯାଇଥିଲା । ଏଥି ସହିତ ଆଉ କେତେକ ସାକ୍ଷୀଙ୍କ ବୟାନ ମଧ୍ୟ ଅଦାଲତରେ ରେକର୍ଡ କରାଯାଇଥିଲା।

ଏହି ମାମଲାରେ ଥାନାରେ ଦିଆଇଥିବା ଏଫଆଇଆରରେ ବିଧାୟକ ପ୍ରତାପ ଜେନାଙ୍କ ନାଁ ରହିଥିଲା । ହେଲେ ପରବର୍ତ୍ତି ସମୟରେ ତାଙ୍କ ନାଁକୁ ଏଫ୍‌ଆଇଆର୍‌ରୁ କାଟି ଦିଆଯାଇଥିଲା। ଏହା ବିରୋଧରେ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ କୁଳମଣିଙ୍କ ପୁଅ ରମାକାନ୍ତ ବରାଳ। ଏହି ମାମଲାର ଶୁଣାଣି କରି ମାମଲାର ପୁନଃ ତଦନ୍ତ କରି ସାନି ଚାର୍ଜସିଟ କରିବାକୁ ମାହାଙ୍ଗା ଥାନା ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ସାଲେପୁର ଜେଏମଏଫସି । ଅଗଷ୍ଟ ମାସରୁ ଏହି ନିର୍ଦ୍ଦେଶ ଦିଆଯାଇଥିଲେ ବି ସମୟ ଗଡ଼ାଇ ଚାଲିଥିଲା ପୋଲିସ। ଏହାକୁ ନେଇ କୋର୍ଟ ବିରକ୍ତି ପ୍ରକାଶ କରିଥିଲେ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.