ETV Bharat / state

ମାହାଙ୍ଗା ଡବଲ ମର୍ଡର ଘଟଣା, ପ୍ରତାପ ଜେନାଙ୍କ ବିରୋଧରେ କଗନିଜାନ୍ସ ଗ୍ରହଣ କଲେ କୋର୍ଟ

author img

By ETV Bharat Odisha Team

Published : Sep 28, 2023, 10:28 AM IST

ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଧାୟକ ପ୍ରତାପ ଜେନାଙ୍କ ବିରୋଧରେ କଗନିଜାନ୍ସ ଗ୍ରହଣ କରିଛନ୍ତି କୋର୍ଟ । ଖୁବଶୀଘ୍ର ତାଙ୍କୁ ସମନ ହୋଇପାରେ । ଅଧିକ ପଢ଼ନ୍ତୁ

Mahanga double murder case
ପ୍ରତାପ ଜେନାଙ୍କ ବିରୋଧରେ କଗନିଜାନ୍ସ ଗ୍ରହଣ କଲେ କୋର୍ଟ

ପ୍ରତାପ ଜେନାଙ୍କ ବିରୋଧରେ କଗନିଜାନ୍ସ ଗ୍ରହଣ କଲେ କୋର୍ଟ

କଟକ: ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଧାୟକ ପ୍ରତାପ ଜେନାଙ୍କ ଅଡୁଆ ଦିନକୁ ଦିନ ବଢିବାକୁ ଲାଗିଛି । ପ୍ରତାପ ଜେନାଙ୍କୁ ବିରୋଧରେ କଗନିଜାନ୍ସ ଗ୍ରହଣ କରିଛନ୍ତି କୋର୍ଟ । ଫଳରେ ବିଧାୟକଙ୍କ ପାଇଁ ଅଧିକ ଅଡ଼ୁଆ ସୃଷ୍ଟି କରିଛି । ସାଲେପୁର ଜେଏମଏଫସି କୋର୍ଟ ପ୍ରତାପ ଜେନାଙ୍କ ବିରୋଧରେ କଗନିଜାନ୍ସ ଗ୍ରହଣ କରିଛନ୍ତି । ଅଭିଯୋଗକାରୀ, ସାକ୍ଷୀଙ୍କ ବୟାନ ଓ ଅନ୍ୟ ରେକର୍ଡରୁ ଆଇପିସି ଦଫା ୩୦୨, ୧୨୦-ବି, ୫୦୬ରେ ଆପାତତଃ ମାମଲା ପାଇଁ ତଥ୍ୟ ରହିଛି । ପୂର୍ବରୁ ଏହି ମାମଲାରେ ପ୍ରତାପ ଜେନାଙ୍କ ବିରୋଧରେ ବିଚାରଯୋଗ୍ୟ ପ୍ରମାଣ ରହିଥିବା ଦର୍ଶାଇ ମାମଲାକୁ ସାଂସଦ ଓ ବିଧାୟକଙ୍କ ମାମଲା ବିଚାର ପାଇଁ ଗଠିତ ଭୁବନେଶ୍ବର ଅତିରିକ୍ତ ଦୌରା ଜଜ୍ ତଥା ସ୍ବତନ୍ତ୍ର ଅଦାଲତକୁ ସ୍ଥାନାନ୍ତର ପାଇଁ ସାଲେପୁର ଜେଏମଏଫସି ନିର୍ଦ୍ଦେଶ ଦେଇଥିଲେ କିନ୍ତୁ କଗନିଜାନ୍ସ ଗ୍ରହଣ କରାଯାଇ ନଥିଲା ।

ଏଭଳି ସ୍ଥିତିରେ ମାମଲାର ରେକର୍ଡ ଭୁବନେଶ୍ବର ସ୍ବତନ୍ତ୍ର ଅଦାଲତଙ୍କୁ ହସ୍ତାନ୍ତର ହୋଇ ପାରି ନଥିଲା । ସାଲେପୁର ଜେଏମଏଫସି ଅଦାଲତ ପୁଣି ମାମଲାର ଶୁଣାଣି କରି ଅଭିଯୋଗକାରୀ ଓ ସାକ୍ଷୀଙ୍କ ବୟାନ, ଅନ୍ୟ ଉପଲବ୍ଧ ରେକର୍ଡରୁ ପ୍ରତାପ ଜେନାଙ୍କ ବିରୋଧରେ ଆଇପିସିର ଦଫା ୩୦୨, ୧୨୦-ବି, ୫୦୬ରେ ଆପାତତଃ ମାମଲା ହେଉଛି ବୋଲି କହିବା ସହିତ କଗନିଜାନ୍ସ ଗ୍ରହଣ କରିଛନ୍ତି । ପ୍ରତାପ ଜେନାଙ୍କ ବିରୋଧରେ ମାମଲା ଚାଲିବା ପାାଇଁ ଆଇନ ଆପାତ ପ୍ରମାଣଯୋଗ୍ୟ ତଥ୍ୟ ରହିଛି । ତେଣୁ ପ୍ରତାପର ଜେନାଙ୍କୁ ସମନ୍ ଜାରି ପାଇଁ ଆବଶ୍ୟକ ନଥିପତ୍ର ଦାଖଲ ପାଇଁ ଅଭିଯୋଗକାରୀଙ୍କୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ଅକ୍ଟୋବର ୬କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି ।

୨୦୨୧ ମସିହା ଏତଲାକାରୀ ରମାକାନ୍ତ ବରାଳଙ୍କ ମୃତ୍ୟୁ ହୋଇ ସାରିଥିବାରୁ ତାଙ୍କ ଭାଇ ରଞ୍ଜିତଙ୍କୁ ପ୍ରୋଟେଷ୍ଟ ପିଟିସନ ଦାଖଲ କରିବାକୁ ଅନୁମତି ଲୋଡ଼ି ସାଲେପୁର ଜେଏମଏଫସି ଅଦାଲତରେ ଆବେଦନ କରାଯାଇଥିଲା । ଅଦାଲତ ଏହି ଆବେଦନକୁ ଗ୍ରହଣ କରିବା ସହିତ ଅନୁମତି ଦେଇଥିଲେ । ଏହାପରେ ରଣଜିତ ପ୍ରେଟେଷ୍ଟ ପିଟିସନ କଂପ୍ଲେନ କେସ୍ ମାଧ୍ୟମରେ ଦାଖଲ କରିଥିଲେ । ରଣଜିତଙ୍କ ବୟାନ ଅଦାଲତରେ ରେକର୍ଡ କରାଯାଇଥିଲା । ଏଥି ସହିତ ଆଉ କେତେକ ସାକ୍ଷୀଙ୍କ ବୟାନ ମଧ୍ୟ ଅଦାଲତରେ ରେକର୍ଡ କରାଯାଇଥିଲା।

ମାମଲାରେ ଥାନାରେ ଦିଆଇଥିବା ଏଫ୍‌ଆଇଆର୍‌ରେ ଆଇନ୍‌ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ରହିଥିଲା । ହେଲେ ପରବର୍ତ୍ତୀ ସମୟରେ ତାଙ୍କ ନାଁକୁ ଏଫ୍‌ଆଇଆର୍‌ରୁ କାଟି ଦିଆଯାଇଥିଲା । ଏହା ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ କୁଳମଣିଙ୍କ ପୁଅ ରମାକାନ୍ତ ବରାଳ । ଏହି ମାମଲାର ଶୁଣାଣି କରି ମାମଲାର ପୁନଃ ତଦନ୍ତ କରି ସାନି ଚାର୍ଜସିଟ୍ କରିବାକୁ ମାହାଙ୍ଗା ଥାନା ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ସାଲେପୁର ଜେଏମ୍‌ଏଫ୍‌ସି । ଅଗଷ୍ଟ ମାସରୁ ଏହି ନିର୍ଦ୍ଦେଶ ଦିଆଯାଇଥିଲେ ବି ଗତ ୩ ମାସ ହେଲା ସମୟ ଗଡ଼ାଇ ଚାଲିଥିଲା ପୋଲିସ୍‌ । ଏହାକୁ ନେଇ କୋର୍ଟ କ୍ଷୋଭ ପ୍ରକାଶ କରିଥିଲେ । ନଭେମ୍ବର ୨୫ ତାରିଖ ସୁଦ୍ଧା ଚାର୍ଜସିଟ୍ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।
ଏହା ବି ପଢନ୍ତୁ...ରାଜନୈତିକ ଉଦ୍ଦେଶ୍ୟ ରଖି ମୋ ବିରୋଧରେ ଷଡ଼ଯନ୍ତ୍ର କରୁଛି ବିଜେପି: ପ୍ରତାପ ଜେନା

ପ୍ରକାଶ ଥାଉ କି, 21 ଜାନୁଆରୀ 2021 ମସିହାରେ ମାହାଙ୍ଗା ଡବଲ ମର୍ଡର ଘଟିଥିଲା । ଏହି ଘଟଣାରେ କୁଳମଣି ଓ ଦିବ୍ୟସିଂହ ବରାଳଙ୍କ ମୃତ୍ୟୁ ହୋଇଥିଲା । ଏତଲାକାରୀ ରମାକାନ୍ତ ବରାଳ 13 ଜଣଙ୍କ ନାଁରେ ଅଭିଯୋଗ କରିଥିଲେ । ଡିସେମ୍ବର ୯ରେ ଡବଲ ମର୍ଡର ଘଟଣାର ଏତଲାକାରୀ ରମାକାନ୍ତ ବରାଳଙ୍କ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । 13 ଜଣ ଅଭିଯୁକ୍ତରୁ 9 ଜଣ ଗିରଫ ହୋଇଥିଲେ । ଏତଲା ଅନୁଯାୟୀ 13ନଂ ଅଭିଯୁକ୍ତ ଥିଲେ ପ୍ରତାପ ଜେନା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.