ETV Bharat / state

ବାଲିଯାତ୍ରାରେ ରହିବ ଇନକମ ଟ୍ୟାକ୍ସ ହବ, ଆୟକର ରିଟର୍ଣ୍ଣ ସମ୍ବନ୍ଧରେ କରାଯିବ ସଚେତନ

author img

By ETV Bharat Odisha Team

Published : Nov 21, 2023, 3:40 PM IST

Income Tax Hub
Income Tax Hub

ଐତିହାସିକ ବାଲିଯାତ୍ରା ହେବ ଇନକମ ଟ୍ୟାକ୍ସ ହବ । ଆୟକର ରିଟର୍ଣ୍ଣ ସମ୍ବନ୍ଧରେ ଜନସାଧାରଣଙ୍କୁ ସରଳ ଉପାୟରେ କରାଯିବ ସଚେତନ। ଅଧିକ ପଢନ୍ତୁ

Income Tax Hub

କଟକ: କଟକ ବାଲିଯାତ୍ରାରେ ହେବ ଟିକସଦାତା ଶିବିର ବା ଇନକମ୍‌ ଟ୍ୟାକ୍ସ ହବ୍‌ । ଯେଉଁଥିରେ ଆୟକର ରିଟର୍ଣ୍ଣ ସମ୍ବନ୍ଧରେ ସରଳ ଉପାୟରେ ଜନସାଧାରଣଙ୍କୁ କରାଯିବ ସଚେତନ । ତେବେ ଅକ୍ଷୟ ମହାନ୍ତି ମଞ୍ଚ ସମ୍ମୁଖରେ ହେବ ଏହି ଇନକମ୍‌ ଟ୍ୟାକ୍ସ ହବ । ଲିଫଲେଟ, ବୋର୍ଡ ଗେମ୍, ବ୍ୟଙ୍ଗାତ୍ମକ ପୁସ୍ତକ ମାଧ୍ୟମରେ ବର୍ତ୍ତମାନ ଓ ଭବିଷ୍ୟତର ଟିକସଦାତାଙ୍କୁ ଆୟକର ରିଟର୍ଣ୍ଣ ସମ୍ବନ୍ଧରେ ସୂଚନା ପ୍ରଦାନ କରାଯିବ । ଏନେଇ ଆୟକର ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆୟକର ବିଭାଗର ପ୍ରମୁଖ ଆୟୁକ୍ତ ।

ତେବେ ଆସନ୍ତା ୨୭ ତାରିଖରେ କଟକ ଅନୁଷ୍ଠିତ ହେବାକୁ ଯାଉଛି ଐତିହାସିକ ବାଲିଯାତ୍ରା । ଆଉ ଏଥିରେ ପ୍ରଥମ ଥର ପାଇଁ ଏପରି ପ୍ରୟାସ ଆରମ୍ଭ କରିବାକୁ ଯାଉଛି ଆୟକର ବିଭାଗ । ଟ୍ୟାକ୍ସ ହବ୍‌ରେ ପ୍ରମୁଖ ତିନୋଟି କେନ୍ଦ୍ର ସ୍ଥାପନ କରାଯିବ । କେବେ ଏବଂ କେଉଁ ସମୟରେ ଆୟକର ଦାଖଲ କରିବା ଓ ଏଥିରେ ଥିବ ବିଭିନ୍ନ ନିୟମାବଳୀ ସମ୍ବନ୍ଧରେ ଏହି ହବ୍‌ରେ ଜନସାଧାରଣଙ୍କୁ ଅବଗତ କରାଯିବ। ଜନସାଧାରଣଙ୍କଠାରୁ ସଂଗୃହିତ ହେବାକୁ ଥିବା ଟ୍ୟାକ୍ସ ସଡକ, ରେଳବାଇ, ପୋଲ, ଡ୍ୟାମ, ଜନସ୍ବାସ୍ଥ୍ୟ ସେବା, ଶିକ୍ଷା, ପ୍ରତିରକ୍ଷା ଓ ଜନସେବା ଇତ୍ୟାଦି ନିର୍ମାଣ କ୍ଷେତ୍ରରେ ବିନିଯୋଗ କରାଯିବ ବୋଲି କହିଛନ୍ତି ପ୍ରମୁଖ ଆୟୁକ୍ତ ।

ଏହା ମଧ୍ୟ ପଢନ୍ତୁ- ଐତିହାସିକ ବାଲିଯାତ୍ରା ପ୍ରସ୍ତୁତି ନେଇ ସିଏମସିର ସ୍ପେଶାଲ କାଉନସିଲ ବୈଠକ

ବାଲିଯାତ୍ରା ହେଉଛି ଏପରି ଏକ ମାଧ୍ୟମ ଯାହା ଲୋକମାନଙ୍କ ପାଖରେ ଶୀଘ୍ର ପହଞ୍ଚି ପାରିବ ଇନକମ ଟ୍ୟାକ୍ସ ବାବଦରେ ତମାମ ବିବରଣୀ । କାରଣ ପ୍ରତ୍ୟକ ଦିନ ଲକ୍ଷାଧିକ ଲୋକେ ବାଲିଯାତ୍ରା ଆସନ୍ତି । ତେଣୁ ଏହି ସମୟରେ ଆୟକର ବିଷୟରେ ଲୋକମାନେ ଅଧିକରୁ ଅଧିକ ସଚେତନ ଓ ଯତ୍ନବାନ ହେଇପାରିବେ ବୋଲି କହିଛନ୍ତି ଆୟକର ବିଭାଗ ମୁଖ୍ୟ ଆୟୁକ୍ତ । ପାଖେଇ ଆସୁଛି ବିଶ୍ୱ ପ୍ରସିଦ୍ଧ କଟକ ବାଲିଯାତ୍ରା । ଐତିହାସିକ ବାଲିଯାତ୍ରା ପଡ଼ିଆ ହେବ ଚଳଚଞ୍ଚଳ । ଆସନ୍ତା ୨୭ରୁ କଟକର ଐତିହାସିକ ବାଲିଯାତ୍ରା ଆରମ୍ଭ ହେବାକୁ ଥିବା ବେଳେ ଏହା ଡିସେମ୍ବର4 ତାରିଖ ପର୍ଯ୍ୟନ୍ତ 8 ଦିନ ଧରି ଚାଲିବ । ୧୩୦ ଏକରରୁ ଊର୍ଦ୍ଧ୍ବ ଅଞ୍ଚଳରେ ବାଲିଯାତ୍ରା ଅନୁଷ୍ଠିତ ହେବ । ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ହାତରେ ଆଉ ମାତ୍ର କମ ସମୟ ଥିବାରୁ ଯୁଦ୍ଧକାଳୀନ ଭିତ୍ତିରେ ଆନୁସଙ୍ଗିକ କାର୍ଯ୍ୟଗୁଡ଼ିକୁ ଶେଷ କରିବା ପାଇଁ ଲାଗି ପଡିଛି ଜିଲ୍ଲା ପ୍ରଶାସନ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.