ETV Bharat / state

ଐତିହାସିକ ବାଲିଯାତ୍ରା ପ୍ରସ୍ତୁତି ନେଇ ସିଏମସିର ସ୍ପେଶାଲ କାଉନସିଲ ବୈଠକ

author img

By ETV Bharat Odisha Team

Published : Nov 20, 2023, 9:17 PM IST

ଆସନ୍ତା ୨୭ ରୁ କଟକର ଐତିହାସିକ ବାଲିଯାତ୍ରା ଆରମ୍ଭ ହେବାକୁ ଥିବା ବେଳେ ଏହା ଡିସେମ୍ବର 4 ତାରିଖ ପର୍ଯ୍ୟନ୍ତ 8 ଦିନ ଧରି ଚାଲିବ । ବାଲିଯାତ୍ରାରେ ସିଏମସିର କେଉଁ ପ୍ରକାର ଭୂମିକା ଏବଂ ଦାୟିତ୍ବ ରହିବ ତାକୁ ନେଇ ଏକ ବୈଠକରେ ଆଲୋଚନା କରାଯାଇଛି । ଅଧିକ ପଢ଼ନ୍ତୁ

ବାଲିଯାତ୍ରା ପ୍ରସ୍ତୁତି
ବାଲିଯାତ୍ରା ପ୍ରସ୍ତୁତି

ବାଲିଯାତ୍ରା ପ୍ରସ୍ତୁତି

କଟକ: ଆଉ ଦିନ କେଇଟା ପରେ ଆରମ୍ଭ ହେବାକୁ ଯାଉଛି ଐତିହାସିକ ବାଲିଯାତ୍ରା । ଶାନ୍ତିଶୃଙ୍ଖଳାର ସହ ଯାତ୍ରା ସାରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି କଟକ ମହାନଗର ନିଗମ । ଏନେଇ ବସିଛି ଏକ ସ୍ୱତନ୍ତ୍ର ଅଧିବେଶନ ବୈଠକ । ବାଲିଯାତ୍ରାରେ ସିଏମସିର କେଉଁ ପ୍ରକାର ଭୂମିକା ଏବଂ ଦାୟିତ୍ବ ରହିବ ତାକୁ ନେଇ ଏହି ବୈଠକରେ ଆଲୋଚନା କରାଯାଇଛି ।

ଆସନ୍ତା ୨୭ରୁ କଟକର ଐତିହାସିକ ବାଲିଯାତ୍ରା ଆରମ୍ଭ ହେବାକୁ ଥିବା ବେଳେ ଏହା ଡିସେମ୍ବର4 ତାରିଖ ପର୍ଯ୍ୟନ୍ତ 8 ଦିନ ଧରି ଚାଲିବ । ବାଲିଯାତ୍ରାରେ ସିଏମସିର କେଉଁ ପ୍ରକାର ଭୂମିକା ଏବଂ ଦାୟିତ୍ବ ରହିବ ତାକୁ ନେଇ ଆଲୋଚନା କରାଯାଇଥିଲା । ଚଳିତ ବର୍ଷ ବାଲିଯାତ୍ରା ନୂଆ ରୂପରେଖରେ ଦେଖଣାହାରୀଙ୍କ ସାମ୍ନାକୁ ଆସିବ । ପୂର୍ବ ବର୍ଷ ଅପେକ୍ଷା ଭଲ ହେବ ବୋଲି ପ୍ରତିକ୍ରିୟା ରଖିଛନ୍ତି ସିଏମସି ମେୟର । ୧୩୦ ଏକରରୁ ଊର୍ଦ୍ଧ୍ବ ଅଞ୍ଚଳରେ ବାଲିଯାତ୍ରା ଅନୁଷ୍ଠିତ ହେବ ଏବଂ ପୂର୍ବ ବର୍ଷ ଅପେକ୍ଷା ଷ୍ଟଲ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ ବୋଲି ସୂଚନା ମିଳିଛି । ଏଥର "କଟକ ଇନ କଟକ"ରେ ଏକ ବଡ଼ ଧରଣର ଗ୍ରାମୀଣ ମେଳାର ଆୟୋଜନ କରାଯାଉଥିବା ମେୟର ସୂଚନା ଦେଇଛନ୍ତି । ଏହା ସାଙ୍ଗକୁ ଚଳିତ ବର୍ଷ ଏକ ଡିଜିଟାଲ ଥିଏଟରର ବ୍ୟବସ୍ଥା ମଧ୍ୟ କରାଯାଉଥିବା ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ......ବାଲିଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର: ମୁଖ୍ୟ ଆକର୍ଷଣ ହେବ ଟନେଲ ଆକ୍ବାରିୟମ, ଦର୍ଶକଙ୍କୁ ମିଳିବ ବ୍ୟାଙ୍କକ ଅନୁଭବ

ଏହାସହ ବଲିଉଡ଼ର ସୁନାମଧନ୍ୟ କଳାକାରମାନଙ୍କର ମଧ୍ୟ ବାଲିଯାତ୍ରା ପଡିଆକୁ ଆଗମନ ହେବ ବୋଲି ସୂଚନା ମିଳିଛି । ଉଭୟ ଉପର ଏବଂ ତଳ ପଡିଆରେ ଧୂଳି ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରି କେମିକାଲ ସିଞ୍ଚନ କରାଯିବ ବୋଲି ମେୟର କହିଛନ୍ତି । ଅନ୍ୟପଟେ ବାଲିଯାତ୍ରାର ବିଭିନ୍ନ କାର୍ଯ୍ୟ ପାଇଁ ଉଚିତ ଢଙ୍ଗରେ ଟେଣ୍ଡର ନକରାଯାଇ ବିଭିନ୍ନ ସଂସ୍ଥାକୁ କାମ ଦିଆଯିବା ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଦଳର କର୍ପୋରେଟର । ଦୁର୍ନୀତି ମଧ୍ୟରେ ରହି ସିଏମସି ସବୁ ଚଳୁ କରୁଥିବା ଅଭିଯୋଗ ମଧ୍ୟ କରିଛନ୍ତି କର୍ପୋରେଟର । ତେବେ ଆଗାମୀ ବାଲିଯାତ୍ରାରେ ସିଏମସି ଯଦି ତାର ଭୁଲ ନସୁଧାରେ ତେବେ ଆଗମୀ ବୈଠକରେ ଏହାର ରୋକଠୋକ ଜବାବ ଦିଆଯିବ ବୋଲି କହିଛନ୍ତି କର୍ପୋରେଟର । ଏହି ବୈଠକରେ କଟକ ମେୟର ଓ କମିଶନରଙ୍କ ସମେତ ମହାନଗର ନିଗମର ସମସ୍ତ କର୍ପୋରେଟର ତଥା ଅଧିକାରୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.