ETV Bharat / state

ବାରିପଦା ମେଡିକାଲ କଲେଜରେ ଅଗ୍ନିକାଣ୍ଡ ଘଟଣା, ପ୍ରତିକ୍ରିୟା ରଖିଲେ ଅଗ୍ନିଶମ ଡ଼ିଆଇଜି

author img

By

Published : Aug 19, 2023, 11:22 PM IST

ବାରିପଦା ମେଡିକାଲ କଲେଜରେ ଅଗ୍ନିକାଣ୍ଡ ଘଟଣାର , ପ୍ରତିକ୍ରିୟା ରଖିଲେ ଅଗ୍ନିଶମ ଡ଼ିଆଇଜି
ବାରିପଦା ମେଡିକାଲ କଲେଜରେ ଅଗ୍ନିକାଣ୍ଡ ଘଟଣାର , ପ୍ରତିକ୍ରିୟା ରଖିଲେ ଅଗ୍ନିଶମ ଡ଼ିଆଇଜି

ପଣ୍ଡିତ ରଘୁନାଥ ମୁର୍ମୁ(ପିଆରଏମ) ମେଡିକାଲ କଲେଜ ଓ ହସ୍ପିଟାଲର ସାତ ମହଲା ବିଶିଷ୍ଟ ମାତୃ ଓ ଶିଶୁ ବିଭାଗରେ ଗତକାଲି ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଏହାର ପ୍ରତିକ୍ରିୟା ରଖିଛନ୍ତି ଅଗ୍ନିଶମ DIG ସାର୍ଥକ ଷଡଙ୍ଗୀ । ଅଧିକ ପଢନ୍ତୁ...

କଟକ: ଗତକାଲି ମୟୂରଭଞ୍ଜ ପଣ୍ଡିତ ରଘୁନାଥ ମୁର୍ମୁ(ପିଆରଏମ) ମେଡିକାଲ କଲେଜ ଓ ହସ୍ପିଟାଲର ସାତ ମହଲା ବିଶିଷ୍ଟ ମାତୃ ଓ ଶିଶୁ ବିଭାଗରେ ଗତକାଲି ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଏହାର ତୃତୀୟ ମହଲାରୁ ଧୂଆଁ ବାହାରକୁ ବ୍ୟାପିବା ପରେ ରୋଗୀ ଓ ସମ୍ପର୍କୀୟଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା

ବାରିପଦା ମେଡିକାଲ କଲେଜରେ ଅଗ୍ନିକାଣ୍ଡ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଅଗ୍ନିଶମ DIG ସାର୍ଥକ ଷଡଙ୍ଗୀ । ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅଗ୍ନିଶମ ଡିଆଜି ସୂଚନା ଦେଇଛନ୍ତି । ମେଡିକାଲରେ ଅଗ୍ନି ନିର୍ବାପନ ବ୍ୟବସ୍ଥା ଥିଲା ଯେଉଁ କାରଣରୁ ନିଆଁକୁ ସହଜରେ ଆୟତ୍ତ କରାଯାଇଥିଲା ।ତେବେ ଅଗ୍ନିକାଣ୍ଡ କାରଣରୁ କାହାର ମୃତ୍ୟୁ ଘଟିନଥିବା ଡ଼ିଆଇଜି କହିଛନ୍ତି । ତେବେ ମେଡିକାଲ ପକ୍ଷରୁ ଅଗ୍ନି ନିରାପତ୍ତା ଲାଇସେନ୍ସ ପାଇଁ ଆବେଦନ କରାଯାଇଥିବା ଅଗ୍ନିଶମ ଡିଆଇଜି କହିଛନ୍ତି । ତେବେ କେଉଁ କାରଣରୁ ସର୍ଟସର୍କିଟ ହୋଇଥିଲା ,ଏହାର କାରଣ ଖୋଜାଯିବା ପାଇଁ ଗଠିତ ହୋଇଥିବା କମିଟି ଏହାର ତଦନ୍ତ କରିବ । ବିଶେଷକରି ବିଦ୍ୟୁତ ତାର ଦୁର୍ବଳ ଥିଲା କି ନାହିଁ ଆଦି ସମସ୍ତ ଦିଗ କୁ ଦୃଷ୍ଟିରେ ରଖି ତଦନ୍ତ କରାଯିବ ବୋଲି ଡ଼ିଆଇଜି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ବାରିପଦା ମେଡ଼ିକାଲ କଲେଜରେ ଭୟଙ୍କର ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

ସୂଚନାଯୋଗ୍ୟ ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ(ପିଆରଏମ) ମେଡିକାଲ କଲେଜ ଓ ହସ୍ପିଟାଲର ସାତ ମହଲା ବିଶିଷ୍ଟ ମାତୃ ଓ ଶିଶୁ ବିଭାଗରେ ଗତକାଲି ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ତେବେ ତୃତୀୟ ମହଲାରୁ ଧୂଆଁ ବାହାରକୁ ବ୍ୟାପିବା ପରେ ରୋଗୀ ଓ ସମ୍ପର୍କୀୟଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଘଟଣା ସମ୍ପର୍କରେ ଡାକ୍ତରଖାନା କର୍ତ୍ତୃପକ୍ଷ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବାରିପଦା ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରା ଯାଉଥିଲା । ସୂଚନା ଅନୁଯାୟୀ ତୃତୀୟ ମହଲାରେ ଶିଶୁ ବିଭାଗ ଏବଂ ଅପରେସନ ଥିଏଟର ରହିଛି । ତେବେ ଆଇସିୟୁ ଓ ୱାର୍ଡ଼ ରେ ଥିବା ସମସ୍ତ ରୋଗୀଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା । ଏଥି ସହିତ ଘଟିଥିବା ଅଗ୍ନିକାଣ୍ଡରେ କାହାର ମୃତ୍ୟୁ ଘଟିନଥିଲା ।ମାତ୍ର ଏହି ଅଗ୍ନିକାଣ୍ଡରେ ଅନେକ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଜଳି ପୋଡି ପାଉଁଶ ସୂଚନା ମିଳିଛି ।

ଇଟିଭି ଭାରତ,କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.