ETV Bharat / state

ବାରିପଦା ମେଡ଼ିକାଲ କଲେଜରେ ଭୟଙ୍କର ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

author img

By

Published : Aug 18, 2023, 4:14 PM IST

Updated : Aug 18, 2023, 7:59 PM IST

ବାରିପଦା ମେଡ଼ିକାଲ କଲେଜରେ ଭୟଙ୍କର ଅଗ୍ନିକାଣ୍ଡ । ମେଡ଼ିକାଲର ତୃତୀୟ ମହଲାର ଓଟିରେ ଅଗ୍ନିକାଣ୍ଡ ଲାଗିଥିବା ସୂଚନା । ଅଧିକ ପଢ଼ନ୍ତୁ

fire breaks out at baripada medical collage
ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଅଗ୍ନିକାଣ୍ଡ

ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଅଗ୍ନିକାଣ୍ଡ

ବାରିପଦା: ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ । ମେଡ଼ିକାଲର ଓଟିରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା । ନିଆଁ ଲାଗିବା ଯୋଗୁଁ ପୁରା ଅଞ୍ଚଳ ଧୂଆଁମୟ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ଜଣାପଡ଼ିଛି । ଓଟି ଓ ୱାର୍ଡରେ ଥିବା ସମସ୍ତ ରୋଗୀଙ୍କୁ ସ୍ଥାନାନ୍ତର କରାଯାଇଛି । ସମସ୍ତ ରୋଗୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ଏହା ମଧ୍ୟ ପଢ଼ନ୍ତୁ: ନନ୍ଦନ ବିହାରର ୩ ମହଲା କୋଠାରେ ଅଗ୍ନିକାଣ୍ଡ, ୩ ଜଣଙ୍କୁ ସୁରକ୍ଷିତ ଉଦ୍ଧାର

ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ(ପିଆରଏମ) ମେଡ଼ିକାଲ କଲେଜ ଓ ହସ୍ପିଟାଲର ମାତୃ ଓ ଶିଶୁ ବିଭାଗର ତିନି ମହଲା କୋଠାରେ ଅଗ୍ନିକାଣ୍ଡ ଘଟିଛି । ତୃତୀୟ ମହଲାରୁ ଧୂଆଁ ବାହାରକୁ ବ୍ୟାପିବା ପରେ ରୋଗୀ ଓ ସମ୍ପର୍କୀୟଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା । ଘଟଣା ସମ୍ପର୍କରେ ଡାକ୍ତରଖାନା କର୍ତ୍ତୃପକ୍ଷ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବାରିପଦା ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଥିବା ବେଳେ ଅଗ୍ନିକାଣ୍ଡର ସଠିକ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ । ତେବେ ସମସ୍ତ ରୋଗୀ ସୁରକ୍ଷିତ ଥିବା ଜଣାପଡିଛି । ଏଥି ସହିତ ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ । ଘଟଣା ସ୍ଥଳରେ ମୟୂରଭଞ୍ଜ ଏସ୍‌ପି ବି.ଗଙ୍ଗାଧର, ବାରିପଦା ଏସ୍‌ଡିପିଓ ସୁଜିତ୍‌ ପ୍ରଧାନ, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି ଓ ନଗରପାଳ କୃଷ୍ଣାନନ୍ଦ ମହାନ୍ତି ପହଞ୍ଚି ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ଜ୍ଞାନେନ୍ଦ୍ର ମହାନ୍ତିଙ୍କ ସହିତ ଆଲୋଚନା କରି ପରିସ୍ଥିତି ନିୟନ୍ତ୍ରଣ କରୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: କୁଳିଅଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭୟାବହ ଅଗ୍ନିକାଣ୍ଡ, ଅକ୍ସିଜେନ ସିଲିଣ୍ଡର ଫାଟି 3 ଆହତ

ନିକଟରେ ଜିଲ୍ଲାର କୁଳିଅଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଅକ୍ସିଜେନ ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଥିଲା । ଏହି ଅଗ୍ନିକାଣ୍ଡରେ ୨ ଜଣ ଆହତ ହୋଇଥିବା ବେଳେ ନିଆଁରେ ବହୁ ମୂଲ୍ୟବାନ ଚିକିତ୍ସା ସାମଗ୍ରୀ ପୋଡି ପାଉଁଶ ହୋଇଗଲା । ଭୟରେ ଦୌଡ଼ି ପଳାଉଥିବା ବେଳେ ଅନ୍ୟ ଜଣେ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ଆହତ ହୋଇଥିଲେ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ସର୍ଟ୍‌ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଇଥିଲା ।

ଇଟିଭି ଭାରତ, ରାଇରଙ୍ଗପୁର

Last Updated : Aug 18, 2023, 7:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.