ETV Bharat / state

ପୋଲିସ କହି ସୁନା ବ୍ୟବସାୟୀଙ୍କଠୁ ଲୁଟିନେଲେ 2 ଲକ୍ଷ

author img

By

Published : Aug 12, 2023, 7:50 PM IST

ନିଜକୁ ଜିଏସଟି କର୍ମଚାରୀ ପରିଚୟ ଦେଇ ସୁନା ବ୍ୟବସାୟୀଙ୍କ ଠାରୁ ଲୁଟିନେଲେ ଦୁର୍ବୃତ୍ତ । ଅଧିକ ପଢ଼ନ୍ତୁ

loot case in Cuttack
ସୁନା ବ୍ୟବସାୟୀଙ୍କ ଠାରୁ ଲୁଟ

ସୁନା ବ୍ୟବସାୟୀଙ୍କ ଠାରୁ ଲୁଟ

କଟକ: ନିଜକୁ ଜିଏସଟି କର୍ମଚାରୀ ପରିଚୟ ଦେଇ ସୁନା ବ୍ୟବସାୟୀଙ୍କ ଠାରୁ 2 ଲକ୍ଷ ଟଙ୍କା ଲୁଟ କଲେ ଦୁର୍ବୃତ୍ତ । ଗତ ଶୁକ୍ରବାର ରାତିରେ କଟକର ଲାଲବାଗ ଥାନା ଅନ୍ତର୍ଗତ ନୟା ସଡ଼କ ଅଞ୍ଚଳରେ ଏହି ଘଟଣା ଘଟିଛି । ଢେଙ୍କାନାଳର ସୁନା ବ୍ୟବସାୟୀ ପଙ୍କଜ ସାହୁଙ୍କ ଠାରୁ ଲୁଟ ହୋଇଥିବା ନେଇ ଲାଲବାଗ ଥାନାରେ ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, ପଙ୍କଜ ଏକ ସୁନା ଦୋକାନ କରି ବ୍ୟବସାୟ କରନ୍ତି । ଶୁକ୍ରବାର ସେ ସୁନା କିଣିବା ପାଇଁ ନୟାସଡ଼କ ଆସିଥିଲେ । ଏତିକିବେଳେ ଦୁଇଜଣ ଲୁଟେରା ନିଜକୁ ଜିଏସଟି ଓ ପୋଲିସ କର୍ମଚାରୀ କହି ତାଙ୍କଠାରୁ ଟଙ୍କା ନେଇ ଫେରାର ମାରିଥିଲେ । ଏନେଇ କଟକ ଲାଲବାଗ ଥାନାରେ ଏତଲା ଦିଆଯିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ଏଭଳି ଏକ ଗ୍ରୁପ୍ କଟକ ସହରରେ ନିଜକୁ ନକଲି ଅଫିସର ପରିଚୟ ଦେଇ ବିଭିନ୍ନ ସମୟରେ ଲୁଟ କରୁଥିବାର ଅଭିଯୋଗ ଆସିଛି ଓ ସେମାନଙ୍କୁ ଚିହ୍ନଟ କରାଯାଇଛି । ଖୁବଶୀଘ୍ର ଏହି ଲୁଟେରାଙ୍କୁ ଗିରଫ କରାଯିବ ବୋଲି କଟକ ଡିସିପି କହିଛନ୍ତି । ଏହାସହ ଜନ ସାଧାରଣଙ୍କୁ ଏହି ଠକଙ୍କ ଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ଅସଲି ପୋଲିସକୁ ଚୂନ ଲଗାଇଲା ନକଲି ପୋଲିସ, 4 ଗିରଫ

ଏନେଇ ଡିସିପି ପିନାକ ମିଶ୍ର କହିଛନ୍ତି, "ଅଭିଯୋଗ ଅନୁସାରେ ପୋଲିସ ତାହାର କାର୍ଯ୍ୟ ଆରମ୍ଭ କରିଛି । ବର୍ତ୍ତମାନ କଟକରେ ଏମିତି ଏକ ଗ୍ୟାଙ୍ଗ ସକ୍ରିୟ ରହିଛି । କଟକରେ ପୂର୍ବରୁ ଏମିତି ଅନେକ ଘଟଣା ଘଟିଲାଣି । ସାତିର ଚୋର ଗ୍ୟାଙ୍ଗ ଏପରି କରୁଛନ୍ତି । ଆମେ ସେମାନଙ୍କୁ ଟ୍ରାକ କରିଛୁ । ସେମାନଙ୍କୁ ଶୀଘ୍ର ଗିରଫ କରାଯିବ । ପୂର୍ବରୁ ମାଲଗୋଦାମ ଓ ବାଦାମବାଡ଼ି ଥାନା ଅଧୀନରେ ଏପରି ଘଟଣା ଘଟିଛି । ସେହି ଗୋଟିଏ ଗ୍ୟାଙ୍ଗ ହିଁ ଏପରି କାର୍ଯ୍ୟ କରୁଛି ।" ଏହି ଗ୍ୟାଙ୍ଗ ଶୀଘ୍ର ଗିରଫ ହେବେ ବୋଲି କହିଛନ୍ତି ଡିସିପି । ଅନ୍ୟପଟେ କୌଣସି ପୋଲିସ କାହାର ଟଙ୍କା କିମ୍ବା ସୁନା ଗହଣାକୁ ଚେକ କରେନି । ଯଦି କୌଣସି ପରିସ୍ଥିତିରେ ଲୋକେ ଏଭଳି ସମସ୍ୟାର ପଡୁଛନ୍ତି । ତେବେ ସଙ୍ଗେସଙ୍ଗେ ପୋଲିସକୁ ସୂଚନା ଦିଅନ୍ତୁ । ଯଦି କୌଣସି ଅଜଣା ବ୍ୟକ୍ତି ଯାଞ୍ଚ କରିବା ପାଇଁ ଟଙ୍କା କିମ୍ବା ସୁନା ଗହଣା ବ୍ୟାଗ ମାଗୁଛି । ତେବେ ସେମାନଙ୍କୁ ଦିଅନ୍ତୁ ନାହିଁ ଓ ପୋଲିସକୁ ଜଣାଇବା ପାଇଁ ଡିସିପି ଅପିଲ କରିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.