ETV Bharat / state

ଅସଲି ପୋଲିସକୁ ଚୂନ ଲଗାଇଲା ନକଲି ପୋଲିସ, 4 ଗିରଫ

author img

By

Published : Aug 8, 2023, 5:19 PM IST

ଅସଲି ପୋଲିସ ଠାରୁ 10 ଲକ୍ଷ ଲୁଟିନେଲା ନକଲି ପୋଲିସ । ଏହି ଘଟଣାରେ କଟକ ମଙ୍ଗଳବାଗ ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତ ସମେତ 4 ଜଣଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ 4 ଭରି ସୁନା ଏବଂ 1 ଲକ୍ଷ 32 ହଜାର ଟଙ୍କା ଜବତ କରିଛି ପୋଲିସ । ଅଧିକ ପଢ଼ନ୍ତୁ

fake cop arrested in fraud case
ଅସଲି ପୋଲିସକୁ ଠକିଲା ନକଲି ପୋଲିସ

ଅସଲି ପୋଲିସକୁ ଠକିଲା ନକଲି ପୋଲିସ

କଟକ: ଅସଲି ପୋଲିସଠୁ 10 ଲକ୍ଷ ଟଙ୍କା ଠକି ନେଲେ ନକଲି ପୋଲିସ । କଟକ ଷଷ୍ଠ ବାଟାଲିୟନ ପୋଲିସ ଯବାନ ମାନସ ବାରିକ ଏହି ଠକାମୀର ଶିକାର ହେବା ପରେ ଏନେଇ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ । ପୋଲିସ ଆଜି ଏହି ଘଟଣାରେ 4 ଜଣ ଠକଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ 4 ଭରି ସୁନା ଏବଂ 1 ଲକ୍ଷ 32 ହଜାର ଟଙ୍କା ଜବତ କରିଛି । ଏହି ଗ୍ୟାଙ୍ଗ କଟକ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଠକେଇ କରିଥିବା ବେଳେ ସେମାନଙ୍କ ନାଁରେ 3ଟି ମାମଲା ଥିବା ପୋଲିସ ସୂଚନା ଦେଇଛି ।

ଏକ ଲକ୍ଷ 500 ଟଙ୍କିଆ ଦେଲେ 100 ଓ 200 ଟଙ୍କିଆ ଲକ୍ଷେ କୋଡିଏ ହଜାର ପାଇବ । ମାନେ 20 ପ୍ରତିଶତ କମିଶନ ମିିଳିବା ନେଇ ଏହି ଠକ ଲୋକଙ୍କୁ ପ୍ରଲୋଭିତ କରୁଥିଲେ । ବିଶେଷ କରି ସରକାରୀ ଚାକିରିଆ, ବ୍ୟବସାୟୀଙ୍କୁ ଏମାନେ ଟାର୍ଗେଟ କରୁଥିଲେ । କଟକ ଷଷ୍ଠ ବାଟାଲିୟନରେ କାର୍ଯ୍ୟରତ ମାନସ ବାରିକ ଏହି ବଡ଼ ଠକେଇର ଶିକାର ହେବା ପରେ ଏନେଇ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ । ଅଭିଯୋଗ ଆଧାରରେ ପୋଲିସ ଘଟଣାର ତଦନ୍ତ କରି ଏହି ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ ସରୋଜ କାନ୍ତ ଜେନା ସମେତ 4ଜଣ ଠକଙ୍କୁ ଗିରଫ କରିଛି । ଗ୍ୟାଙ୍ଗର ଅନ୍ୟ ଦୁଇଜଣ ସଦସ୍ୟ ବର୍ତ୍ତମାନ ଫେରାର ଅଛନ୍ତି । ଏମାନଙ୍କ ନାଁରେ ରାଜ୍ୟର ବିଭିନ୍ନ ଥାନାରେ ଏକାଧିକ ଠକେଇ ମାମଲା ରହିଛି । ଆବଶ୍ୟକ ପଡିଲେ ଏମାନଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଅତିରିକ୍ତ ଡିସିପି ଅନିଲ ମିଶ୍ର କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ଠିକାଦାରଙ୍କଠାରୁ 20 ଲକ୍ଷ ଟଙ୍କା ଠକେଇ, ୫ ଗିରଫ


ତେବେ ଏହି ଘଟଣାରେ ରୋଚକ କଥାଟି ହେଲା ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ସରୋଜ ନିଜକୁ ସ୍ପେଶାଲ ପୋଲିସ ପରିଚୟ ଦେଇ ଠକେଇ ପାଇଁ ଲୋକ ଯୋଗାଡ଼ କରୁଥିଲା । ଅନ୍ୟ ଅଭିଯୁକ୍ତ ଠକ ରାଜେଶ ଖୁଣ୍ଟିଆ, ସୁଶାନ୍ତ ସେଠୀ, ମନୋଜ ପଟ୍ଟନାୟକ ଓ 2 ଫେରାର ଥିବା ସଦସ୍ୟ ଏହି କାରବାରକୁ କାର୍ଯ୍ୟକାରୀ କରୁଥିଲେ । ଲୋକଙ୍କୁ ଅଧିକ ଟଙ୍କା ପାଇବାର ମାୟା ଜାଲରେ ଫସାଇବା ପରେ ପ୍ରଲୋଭିତ ଏକ ସୁରକ୍ଷିତ ସ୍ଥାନକୁ ଡକାଇ ପ୍ରଥମେ ଟଙ୍କା ନେଉଥିଲେ । ପରେ ପୋଲିସ ଆସୁଥିବା ଡର ଦେଖାଇ ଏକ କଳା ବ୍ୟାଗରେ କାଗଜ ବିଡାରେ କିଛି 100,200 ଟଙ୍କିଆ ଲଗାଇ ତାଙ୍କୁ ଦେଇ ସେଠାରୁ ଚମ୍ପଟ ମାରୁଥିଲେ । ଠିକ ଏହିପରି ଏକ କାରବାର ପାଇଁ ମସୁଧା ଚାଲିଥିବା ବେଳେ ଏମାନଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ଅନ୍ୟପଟେ ମୁଖ୍ୟ ଅଭିଯୁକ୍ତର ପ୍ରତିକ୍ରିୟା ସିଧାସଳଖ ଭାବରେ ପୋଲିସ ଉପରକୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛି । କାହିଁକି ନାଁ ଏହି ଡିଲରେ ଯିଏ ପୋଲିସ ଥାନାରେ ଏତେଲା ଦେଇଛନ୍ତି, ସିଏ ମଧ୍ୟ ଏହି ମାମଲାରେ ଅନ୍ତର୍ଭୁକ୍ତ ଥିବା ଅଭିଯୁକ୍ତ କରିଛି ।



ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.