ETV Bharat / state

ବାଲିଯାତ୍ରାରେ ୧୦୦ କୋଟି ବେପାର; ଓରମାସ କରିଛି ୩୭ କୋଟି !

author img

By ETV Bharat Odisha Team

Published : Dec 7, 2023, 7:49 AM IST

Updated : Dec 7, 2023, 9:26 AM IST

ବାଲିଯାତ୍ରାରେ ୧୦୦ କୋଟି ବେପାର
ବାଲିଯାତ୍ରାରେ ୧୦୦ କୋଟି ବେପାର

ଐତିହାସିକ କଟକ ବାଲିଯାତ୍ରା ଶେଷ ହୋଇଛି । ଏଥର ବାଲିଯାତ୍ରାରେ ୧୦୦ କୋଟି ବେପାର ହୋଇଥିବା ବେଳେ ଓରମାସ ୩୭ କୋଟି ବ୍ୟବସାୟ କରିଛି । ଅଧିକ ପଢନ୍ତୁ

ବାଲିଯାତ୍ରାରେ ୧୦୦ କୋଟି ବେପାର

କଟକ: ଶେଷ ହୋଇଛି ଚଳିତ ବର୍ଷର ଐତିହାସିକ ବାଲିଯାତ୍ରା । ୮ ଦିନ ବଦଳରେ ଏଥର ୯ ଦିନ ଏହି ବାଲିଯାତ୍ରା ଆୟୋଜନ କରାଯାଇଥିଲା । ଚଳିତ ବର୍ଷ ବାଲିଯାତ୍ରାରେ ପ୍ରାୟ ୧୦୦ କୋଟି ଟଙ୍କାର ବ୍ୟବସାୟ ହୋଇଛି । ଓରମାସ ଏଥର ରେକର୍ଡ ୩୭ କୋଟି ଟଙ୍କାର ବ୍ୟବସାୟ କରିଛି । ଯାହାକି ପୂର୍ବର ସବୁ ରେକର୍ଡକୁ ଟପିଯାଇଛି । ସବୁଠାରୁ ବଡ଼ କଥା ହେଉଛି, ବାଲିଯାତ୍ରାର ଶେଷ ଦିନରେ ପ୍ରାୟ ୩ କୋଟି ଟଙ୍କାର ବ୍ୟବସାୟ ହୋଇଥିବା ଓରମାସ ପରିଚାଳନା ମୁଖ୍ୟ ବିପିନ ରାଉତ କହିଛନ୍ତି ।

ଚଳିତ ବାଲିଯାତ୍ରାରେ ଓରମାସର ୪୫୦ଟି ଷ୍ଟଲ୍‌ ପଡିଥିଲା । ପୂର୍ବରୁ ୩୫୦ଟି ପଡିଥାଏ । ମାତ୍ର ଏହି ବର୍ଷ ଆଉ ୧୦୦ ଟି ଅଧିକ ଷ୍ଟଲ ଓରମାସ ପକାଇଥିଲା । ତେବେ ଏଥର ହାତ ତିଆରି ସାମଗ୍ରୀର ଅଧିକ ଚାହିଦା ରହିଥିବା ଓରମାସ ପରିଚାଳନା ମୁଖ୍ୟ କହିଛନ୍ତି । ହାତ ତିଆରି ସାମଗ୍ରୀ ଯେଉଁମାନେ ବିକ୍ରୟ କରୁଥିଲେ, ସେମାନେ ବହୁତ ଭଲ ବ୍ୟବସାୟ ହୋଇଛି । ଆସନ୍ତା ବର୍ଷ ଆହୁରି ନୂଆ ନୂଆ ଆକର୍ଷଣୀୟ ସାମଗ୍ରୀ ବାଲିଯାତ୍ରାରେ ସାମିଲ କରାଯିବ ବୋଲି ସେ ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଜମୁଛି ବାଲିଯାତ୍ରା, ଅଣ୍ଡର ୱାଟର ଟନେଲ ଆକ୍ୱାରିୟମର ମଜା ନେଉଛନ୍ତି ଦର୍ଶକ

ଚଳିତ ବର୍ଷ ବାଲିଯାତ୍ରା ବୁଲାବୁଲି ଓ କିଣାକିଣି ଭିତରେ ତନ୍ତରେ ପ୍ରସ୍ତୁତ ପୋଷାକ ଗ୍ରାହକଙ୍କୁ ବେଶ ଆକୃଷ୍ଟ କରିଥିଲା । ତେବେ ତନ୍ତ ନାଁକୁ ହୁଏତ ଅନେକ ଯୁବପିଢ଼ି ଠିକ୍‌ସେ ଜାଣିନଥିବେ । କ'ଣ ଏହି ତନ୍ତ ! ଏହା ଦେଖିବାକୁ କେମିତିକା ? ଏହା କେଉଁଥିରେ ନିର୍ମିତ ? ଏହାର କାର୍ଯ୍ୟ କ'ଣ ? ଏହି ପ୍ରସଙ୍ଗ ଉଠାଇଲେ ଅନେକ ଯୁବପିଢ଼ି ଏଭଳି ପ୍ରଶ୍ନ କରିଥାଆନ୍ତି । କହିବାକୁ ଗଲେ ଆମେ ଧୀରେଧୀରେ ପରମ୍ପରାକୁ ପାସୋରି ଗଲେଣି । ହଁ, ଯୁଗ ବଦଳୁଛି ଆଉ ଆମେ ଯୁଗର ତାଳେ ତାଳେ ବି ବଦଳୁଛେ । ଆମେ ପ୍ରତ୍ୟେକ ଦିନ ଯେଉଁ ପୋଷାକ ପିନ୍ଧୁଛେ, ତାହା ମେସିନରେ ତିଆରି ବୋଲି ସମସ୍ତେ ଜାଣନ୍ତି । ମାତ୍ର ତନ୍ତରେ ତିଆରି ପୋଷାକ କଥା କହିଲେ ଅନେକ ଯୁବପିଢି ଏଥିପ୍ରତି ଆଗ୍ରହ କରିଥାନ୍ତି । ଏହା ଆମର ପରମ୍ପରା ଅର୍ଥାତ ଆମେ ପୂର୍ବରୁ ଯେଉଁ ପୋଷାକ ପିନ୍ଧୁଥିଲୁ ତାହା ତନ୍ତରେ ପ୍ରସ୍ତୁତ କରାଯାଉଥିଲା । ଆଉ ଏବେ ବି ସେହି ପରମ୍ପରା ବଜାୟ ରହିଛି ।

ସେହିପରି ଏଥର ବାଲିଯାତ୍ରାରେ ଅଣ୍ଡର ୱାଟର ଟନେଲ ଆକ୍ବାରିୟମ ପ୍ରମୁଖ ଆକର୍ଷଣ ସାଜିଥିଲା । ରଙ୍ଗ ବେରଙ୍ଗ ଓ ବିଭିନ୍ନ ପ୍ରଜାତିର ମାଛକୁ ପାଖରୁ ଦେଖି ଭରପୁର ଉପଭୋଗ କରିଥିଲେ ଦର୍ଶକ । ଚେନ୍ନାଇର ଏକ ସଂସ୍ଥା ଜରିଆରେ କଟକ ବାଲିଯାତ୍ରାରେ ପ୍ରଥମ ଥର ଏହି ଆକ୍ବାରିୟମ ଅଣାଯାଇଥିଲା । ସେହିପରି କଟକ ଇନ କଟକ ପାଭିଲିୟନ ଭିତରେ ଗାଁ ପରିବେଶ ମଧ୍ୟ ଏଥର ଅନ୍ୟତମ ଆକର୍ଷଣ ସାଜିଥିଲା ।

ଇଟିଭି ଭାରତ, କଟକ

Last Updated :Dec 7, 2023, 9:26 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.