ETV Bharat / state

ଜିଲ୍ଲାପାଳ ନିଷ୍ପତ୍ତି ପରିବର୍ତ୍ତନ ନକଲେ ବାଲିଯାତ୍ରା ବର୍ଜନ କରିବାକୁ ଚେତାବନୀ

author img

By

Published : Oct 20, 2022, 2:05 PM IST

ବାଲିଯାତ୍ରା ପ୍ଲଟ ନିଲାମ ବିବାଦ :  ଜିଲ୍ଲାପାଳ ନିଷ୍ପତି ପରିବର୍ତ୍ତନ ନକଲେ ବାଲିଯାତ୍ରା ବଏକଟ
ବାଲିଯାତ୍ରା ପ୍ଲଟ ନିଲାମ ବିବାଦ : ଜିଲ୍ଲାପାଳ ନିଷ୍ପତି ପରିବର୍ତ୍ତନ ନକଲେ ବାଲିଯାତ୍ରା ବଏକଟ

ବାଲିଯାତ୍ରାକୁ ନେଇ ଥମୁନି ବିବାଦ । ଗୋଟିଏ ପଟେ ଜିଲ୍ଲା ପ୍ରଶାସନ ତ ଅନ୍ୟପଟେ ବାଲିଯାତ୍ରା ବ୍ୟବସାୟୀ ମିଳିତ ମଞ୍ଚ । ଉଭୟ ମଧ୍ୟରେ ଜାରି ରହିଛି ଛକାପଞ୍ଝା । ଅଧିକ ପଢ଼ନ୍ତୁ

କଟକ: ବାଲିଯାତ୍ରାକୁ ନେଇ ଥମୁନି ବିବାଦ । ଗୋଟିଏ ପଟେ ଜିଲ୍ଲା ପ୍ରଶାସନ ତ ଅନ୍ୟପଟେ ବାଲିଯାତ୍ରା ବ୍ୟବସାୟୀ ମିଳିତ ମଞ୍ଚ । ଉଭୟ ମଧ୍ୟରେ ଜାରି ରହିଛି ଛକାପଞ୍ଝା । ତେବେ ଏହାରି ଭିତରେ ପ୍ଲଟ ବିକ୍ରି ପାଇଁ ବୁଧବାରଠୁ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଛି । କିନ୍ତୁ ପ୍ରଥମରୁ ବିଡିଂ ସମୟରେ ହଟଗୋଳ ଦେଖାଦେଇଥିଲା । ଯାହାକୁ ନେଇ ମୁହଁ ଖୋଲିଛି ବାଲିଯାତ୍ରା ବ୍ୟବସାୟୀ ମିଳିତ ମଞ୍ଚ । ଜିଲ୍ଲାପାଳ ଯେଉଁ ନିଷ୍ପତ୍ତି ନେଉଛନ୍ତି ତାହା ସମ୍ପୂର୍ଣ୍ଣ ରୂପେ ବାଲିଯାତ୍ରାର ଇତିହାସକୁ କୁଠାରଘାତ କରୁଛି । ଗୋଟିଏ ଗୋଟିଏ ପ୍ଲଟ ପାଇଁ ଏକାଧିକ ଆଶାୟୀ ଥିବା ଯୋଗୁଁ ଏଭଳି ଅସନ୍ତୋଷ ଦେଖିବାକୁ ମିଳିଛି ।

ବାଲିଯାତ୍ରା ପ୍ଲଟ ନିଲାମ ବିବାଦ : ଜିଲ୍ଲାପାଳ ନିଷ୍ପତି ପରିବର୍ତ୍ତନ ନକଲେ ବାଲିଯାତ୍ରା ବଏକଟ

ପ୍ରଥମ କଥା ହେଲା ଯଦି ବାଲିଯାତ୍ରା ମଧ୍ୟରେ ନିଲାମ ପ୍ରକ୍ରିୟାକୁ ସାମିଲ କରାଯାଇଛି ତାହା କେଉଁ ଉଦ୍ଦେଶ୍ୟରେ କରଯାଇଛି ତାହା ସମସ୍ତଙ୍କୁ ଜଣା । କାରଣ ବାଲିଘାଟ, ମଦ ଦୋକାନ ନିଲାମ ଭଳି ବାଲିଯାତ୍ରାକୁ ମଧ୍ୟ ନିଲାମ କରୁଛନ୍ତି ପ୍ରଶାସନ । ଯାହା ସମ୍ପୂର୍ଣ୍ଣ ଦୁଃଖ ଦାୟକ । ତେବେ ବର୍ତ୍ତମାନ ସମୟରେ ଯଦି ପ୍ଲଟ ଦର ନକମେ ଓ ନିଲାମି ପ୍ରକ୍ରିୟା ଉଚ୍ଛେଦ ନହୁଏ ତେବେ ବାଲିଯାତ୍ରା ବ୍ୟବସାୟୀ ମିଳିତ ମଞ୍ଚ ସବୁ ଦିନ ପାଇଁ ବାଲିଯାତ୍ରାକୁ ବର୍ଜନ କରିବ ।

ଐତିହାସିକ ବାଲିଯାତ୍ରାକୁ ନେଇ ତେଜୁଛି ବିବାଦ । ପ୍ଲଟ ନିଲାମ ପକ୍ରିୟାକୁ କଡା ବିରୋଧ କରିଛି ବାଲିଯାତ୍ରା ବ୍ୟବସାୟୀ ମିଳିତ ମଞ୍ଚ । ପୂର୍ବ ପରି ପ୍ଲଟ ଆବଣ୍ଟନ କରିବାକୁ ମିଳିତ ମଞ୍ଚ ଦାବି କରିଛି । ନିଷ୍ପତ୍ତିର ପୁନର୍ବିଚାର ନକଲେ ଆଗକୁ କଡ଼ା ବିରୋଧ ହେବ ବୋଲି ବ୍ୟବସାୟୀ ସଂଘ ଚେତାବନୀ ଦେଇଛି । କଟକର ଐତିହାସିକ ବାଲିଯାତ୍ରା ପାଇଁ ଦିନ ପାଖେଇ ପାଖେଇ ଆସୁଥିବା ବେଳେ ଜିଲ୍ଲା ପ୍ରଶାସନ ଏବଂ ବ୍ୟବସାୟୀଙ୍କ ମଧ୍ୟରେ ବିବାଦ ଆହୁରି ବଢ଼ି ଚାଲିଛି । ଯଦିଓ ଏବେ ମେଳା ପାଇଁ ପ୍ରଶାସନ ପକ୍ଷରୁ ଷ୍ଟଲ ବୁକିଙ୍ଗ ପ୍ରକ୍ରିୟା ଚାଲିଛି ।

ଏହା ମଧ୍ୟ ପଢ଼ନ୍ତୁ. ବାଲିଯାତ୍ରା ପ୍ଲଟ ନିଲାମ ପ୍ରକ୍ରିୟାକୁ ବିଜେପିର ବିରୋଧ

୨୦୧୯ ମସିହା ତୁଳନାରେ ଷ୍ଟଲ ପାଇଁ ଜାଗା ଦର ବର୍ଗ ଫୁଟ ପିଛା ଢେର ବୃଦ୍ଧି କରାଯାଇଛି । ସେପଟେ ନିଲାମ ପ୍ରକ୍ରିୟା କରିବା ଦ୍ୱାରା ଆଗକୁ ସମସ୍ୟା ସୃଷ୍ଟି ହେବ ବୋଲି ଆଶଙ୍କା କରିଛନ୍ତି ବ୍ୟବସାୟୀ । ଏଭଳି ନିଷ୍ପତ୍ତିରେ ପରିବର୍ତ୍ତନ କରିବାକୁ ଦାବି କରିଛି ବାଲିଯାତ୍ରା ବ୍ୟବସାୟୀ ସଂଘ । ବାଲିଯାତ୍ରାକୁ ଆଉ କମ ସମୟ ବାକି ଥିବା ବେଳେ ନିର୍ଦ୍ଧାରିତ ସମୟ ପୂର୍ବରୁ ପଡ଼ିଆ ସମତୁଲ କାର୍ଯ୍ୟ ସହିତ ପଡ଼ିଆରେ ବିଦ୍ୟୁତ ସଂଯୋଗ କାର୍ଯ୍ୟକୁ ଶେଷ କରିବା ଲକ୍ଷ ରଖିଛି ପ୍ରଶାସନ । ଏଥିପାଇଁ ଯୁଦ୍ଧକାଳିନ ଭିତ୍ତିରେ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି । ତେବେ ଏହାରି ଭିତରେ ବାଲିଯାତ୍ରାରେ ବ୍ୟବସାୟୀଙ୍କୁ ପ୍ଲଟ ବଣ୍ଟାକୁ ନେଇ ବ୍ୟବସାୟୀ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ବିବାଦ ତୁଟିବାର ନା ନେଉନାହିଁ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.