ETV Bharat / state

ବାଲିଯାତ୍ରା ପ୍ଲଟ ନିଲାମ ପ୍ରକ୍ରିୟାକୁ ବିଜେପିର ବିରୋଧ

author img

By

Published : Oct 19, 2022, 9:26 AM IST

ବାଲିଯାତ୍ରା ପ୍ଲଟ ପାଇଁ ଦର ବୃଦ୍ଧି ମାମଲାକୁ ପୂର୍ବରୁ ବାଲିଯାତ୍ରା ବ୍ୟବସାୟ ମିଳିତ ମଞ୍ଚ ବିରୋଧ କରିଥିବା ବେଳେ ଏହାକୁ ତୀବ୍ର ବିରୋଧ କରିଛି ଭାରତୀୟ ଜନତା ପାର୍ଟି । ଅଧିକ ପଢନ୍ତୁ

ବାଲିଯାତ୍ରା ପ୍ଲଟ ନିଲାମ ପ୍ରକ୍ରିୟାକୁ ବିଜେପିର ବିରୋଧ
ବାଲିଯାତ୍ରା ପ୍ଲଟ ନିଲାମ ପ୍ରକ୍ରିୟାକୁ ବିଜେପିର ବିରୋଧ

କଟକ: ଥମିବାର ନାଁ ଧରୁନି ବାଲିଯାତ୍ରା ପ୍ଲଟ ଆବଣ୍ଟନ ବିବାଦ । ଐତିହାସିକ ବାଲିଯାତ୍ରା ପାଇଁ ପ୍ଲଟ ପଞ୍ଜିକରଣ କରିବାର ମଙ୍ଗଳବାର ଶେଷ ଦିନ ଥିଲା । ତେବେ ବାଲିଯାତ୍ରା ପାଇଁ ପ୍ଲଟର ମୂଲ୍ୟ ବୃଦ୍ଧିକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ବାଲିଯାତ୍ରା ପ୍ଲଟ ପାଇଁ ଦର ବୃଦ୍ଧି ମାମଲାକୁ ପୂର୍ବରୁ ବାଲିଯାତ୍ରା ବ୍ୟବସାୟ ମିଳିତ ମଞ୍ଚ ବିରୋଧ କରିଥିବା ବେଳେ ଏହାକୁ ତୀବ୍ର ବିରୋଧ କରିଛି ଭାରତୀୟ ଜନତା ପାର୍ଟି ।

ଆଗକୁ ଆସୁଛି ଐତିହାସିକ ବାଲିଯାତ୍ରା । ତେବେ ବାଲିଯାତ୍ରାର ପାଇଁ ମଙ୍ଗଳବାର ପ୍ଲଟ ବୁକିଂ ପ୍ରକ୍ରିୟାର ଶେଷ ଦିନ ରହିଥିଲା । ଚଳିତ ବର୍ଷ ପ୍ଲଟର ଦର ବୃଦ୍ଧି ପାଇଛି । ୧ ହଜାର ବର୍ଗଫୁଟ ପ୍ଲଟ ପାଇଁ ୫୦ ହଜାର ଟଙ୍କା ବୃଦ୍ଧି ପାଇଛି । ରେଜିଷ୍ଟ୍ରସନ ପାଇଁ 5 ହଜାର ଟଙ୍କା ରହିଥିଲା ବେଳେ ଜଣେ ବ୍ୟବସାୟୀ ମୋଟ 3ଟି ପ୍ଲଟ କିଣି ପାରିବ ବୋଲି ଚଳିତବର୍ଷ ନିୟମ ରହିଛି । ପ୍ରଥମେ ରେଜିଷ୍ଟ୍ରେସନ ଫିକୁ ଆକାଶ ଛୁଆଁ କରିବା ଅନ୍ୟପଟେ ପଞ୍ଜିକରଣ ପ୍ରକ୍ରିୟାକୁ ସାମିଲ କରିବା ଦ୍ବାରା କ୍ଷୁଦ୍ର ବ୍ୟବସାୟୀ ଏହି ପ୍ଲଟ ବୁକିଂ ପ୍ରକ୍ରିୟାରୁ ବଞ୍ଚିତ ରହିବେ ।

ବାଲିଯାତ୍ରା ପ୍ଲଟ ନିଲାମ ପ୍ରକ୍ରିୟାକୁ ବିଜେପିର ବିରୋଧ

ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଏହି ନିଲାମ ପ୍ରକ୍ରିୟାକୁ ତୀବ୍ର ନିନ୍ଦା କରି ପ୍ଲଟ ନିଲାମ ବ୍ୟବସ୍ଥା ସମ୍ପୂର୍ଣ୍ଣ ଏକ ପାଖିଆ ବୋଲି କହିଛି ବିଜେପି । ଏହାକୁ ପ୍ରତ୍ୟାହାର କରାନଗଲେ ଆଗାମୀ ଦିନରେ ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବ ବୋଲି ବିଜେପି ପକ୍ଷରୁ ସ୍ପଷ୍ଟୋକ୍ତି ଦିଆଯାଇଛି । ପ୍ଲଟ ଆବଣ୍ଟନ ପ୍ରକିୟାରୁ ମିଡ଼ିଲ ମ୍ୟାନ ବା ଦଲାଲ ହଟିବା ଉଚିତ କିନ୍ତୁ କ୍ଷୁଦ୍ର ବ୍ୟବସାୟୀଟିଏ ପ୍ଲଟ ପାଇବାରୁ ବଞ୍ଚିତ ହେବା ଉଚିତ ନୁହେଁ ବୋଲି କହିଛି ବିଜେପି । ତେବେ ବାଲିଯାତ୍ରାରେ ପ୍ଲଟ ଦର ବୃଦ୍ଧିକୁ କମ କରିବା ପାଇଁ ଜିଲ୍ଲାପାଳଙ୍କୁ ଭେଟି ଦାବି ଜଣାଇଛନ୍ତି ଆନ୍ଦୋଳନରତ ବିଜେପିକର୍ମୀ ।

ସେପଟେ ବ୍ୟବସାୟୀଙ୍କ ପାଇଁ ଜିଲ୍ଲା ପ୍ରଶାସନ କରିଥିବା ଏଭଳି ନିୟମକୁ ତୀବ୍ର ବିରୋଧ କରିଥିଲା,ବାଲିଯାତ୍ରା ବ୍ୟବସାୟ ମିଳିତ ମଞ୍ଚ । ଚଳିତବର୍ଷ ନଭେମ୍ବର 8 ରୁ 16 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଐତିହାସିକ ବାଲିଯାତ୍ରା । ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଗ୍ରୀନ ଟ୍ରିବ୍ୟୁନାଲ ନିର୍ଦ୍ଦେଶକ୍ରମେ 34 ଏକର ଜାଗାରେ ଏଥର ବାଲିଯାତ୍ରା ଅନୁଷ୍ଠିତ ହେବ ।


ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.