ETV Bharat / state

Anubhav-Varsha Marital Discord: ଶୀଘ୍ର ଶୁଣାଣି ସାରିବାକୁ ଆଉ ଏକ ପିଟିସନ ଦାଖଲ କଲେ ଅନୁଭବ

author img

By ETV Bharat Odisha Team

Published : Oct 5, 2023, 7:58 AM IST

ଅନୁଭବ ଓ ବର୍ଷା ପାରିବାରିକ ବିବାଦ
ଅନୁଭବ ଓ ବର୍ଷା ପାରିବାରିକ ବିବାଦ

ଅନୁଭବ ଓ ବର୍ଷା ପାରିବାରିକ ବିବାଦ ମାମଲା । ଶୀଘ୍ର ଶୁଣାଣି ସାରିବାକୁ କୋର୍ଟରେ ଆଉ ଏକ ପିଟିସନ ଦାଖଲ କଲେ ଅନୁଭବ । ଅଧିକ ପଢନ୍ତୁ

କଟକ: ଅନୁଭବ ଓ ବର୍ଷା ପାରିବାରିକ ବିବାଦ ମାମଲା । କଟକ SDJM ଅଦାଲତରେ ଆଉ ଗୋଟିଏ ପିଟିସନ ଦାଖଲ କଲେ ସାଂସଦ ଅନୁଭବ ମହାନ୍ତି । ବର୍ଷାଙ୍କ ଆବେଦନ ଉପରେ ଶୀଘ୍ର ଶୁଣାଣି ସାରିବାକୁ ସେ ଅପିଲ୍ କରିଛନ୍ତି । ନିଜ ପିଟିସନରେ ପୁଣି ବର୍ଷାଙ୍କୁ ଟାର୍ଗେଟ କରିଛନ୍ତି ଅନୁଭବ । ଆଗକୁ ୨୦୨୪ ନିର୍ବାଚନ ଥିବାରୁ ତାଙ୍କ ରାଜନୈତିକ କ୍ୟାରିଅର ପ୍ରଭାବିତ ହେବା ସମ୍ଭାବନା ରହିଥିବା କଥା ସେ ଆବେଦନରେ ଉଲ୍ଲେଖ କରିଛନ୍ତି । ବର୍ଷା ଜାଣିଶୁଣି ଏହି ମାମଲାର ସମୟ ଗଡ଼ାଇ ଚାଲୁଛନ୍ତି । ବ୍ୟକ୍ତିଗତ ଭାବରେ ଜାଣିଶୁଣି ତାଙ୍କର ଭାବମୂର୍ତ୍ତି ନଷ୍ଟ କରୁଛନ୍ତି ବୋଲି ପିଟିସନରେ କହିଛନ୍ତି ସାଂସଦ ।

ବର୍ଷାଙ୍କ ରାଜନୈତିକ ଉଦ୍ଦେଶ୍ୟ ରହିଥିବାରୁ ଆଇନର ପ୍ରକ୍ରିୟାକୁ ଅପବ୍ୟବହାର କରୁଛନ୍ତି । ଜନସାଧାରଣଙ୍କ ଆଗରେ ନିଜର ଭାବମୂର୍ତ୍ତୀ ବଜାୟ ରଖିବାକୁ ବର୍ଷା ଏପରି କରୁଥିବା ସେ କହିଛନ୍ତି । ତେଣୁ ଏହି ମାମଲାର ତ୍ୱରିତ ଶୁଣାଣି ପାଇଁ କୋର୍ଟଙ୍କୁ ଅପିଲ୍ କରିଛନ୍ତି ଅନୁଭବ ମହାନ୍ତି । ୧୫ରୁ ୨୦ ଦିନ ମଧ୍ୟରେ ଶୁଣାଣି ଶେଷ କରିବାକୁ ନିବେଦନ କରିଛନ୍ତି ।
ତେବେ ଘରୋଇ ହିଂସା ପ୍ରସଙ୍ଗରେ ବର୍ଷା କଟକ SDJM କୋର୍ଟରେ ଆବେଦନ କରିଥିବା ମାମଲାରେ ବୁଧବାର ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟା ଶେଷ ହୋଇଛି । ମଧ୍ୟସ୍ଥତାରେ ବିଫଳ ହେବାରୁ ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା । ଆସନ୍ତା ୧୧ ତାରିଖରେ ତାଙ୍କୁ ଜେରା କରାଯିବ । ଅନୁଭବଙ୍କ ଓକିଲ ବର୍ଷାଙ୍କୁ ଜେରା କରିବେ । ଆସନ୍ତା ୧୧ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: ବର୍ଷା ଚାହୁଁନାହାନ୍ତି ଅଦାଲତି ମାମଲା ଶୀଘ୍ର ଶେଷ ହେଉ: ସାଂସଦ ଅନୁଭବ

ବର୍ଷା-ଅନୁଭବ ବିବାଦ ପାରିବାରିକ ମାମଲାରେ ପୂର୍ବ ଶୁଣାଣିରେ ଉଭୟ ପତିପତ୍ନୀ SDJMଙ୍କ କୋର୍ଟରେ ହାଜର ହୋଇଥିଲେ । କୋର୍ଟରେ ହାଜର ହେବା ପରେ ଉଭୟଙ୍କୁ ଦୁଇଟି ପର୍ଯାୟରେ କାଉନସେଲିଂ କରାଯାଇଥିଲା । ପ୍ରଥମେ ଏକାଠି ଓ ପରେ ଅଲଗା ଅଲଗା କରି କାଉନସେଲିଂ କରିଥିଲେ କୋର୍ଟ । ଅନୁଭବଙ୍କ ବିରୋଧରେ ବର୍ଷା ରୁଜୁ କରିଥିବା ଘରୋଇ ହିଂସା ମାମଲା କ୍ରମରେ ଏହି କାଉନସେଲିଂ କରାଯାଉଛି । ଅପରାହ୍ନ ସାଢ଼େ ୧୨ରୁ ସନ୍ଧ୍ୟା ପର୍ଯ୍ୟନ୍ତ କାଉନସେଲିଂ କରାଯାଇଥିଲେ ମଧ୍ୟ ଏହାର ନିଷ୍କର୍ଷ କ'ଣ ବାହାରିଲା ତାହା ସ୍ପଷ୍ଟ ହୋଇପାରି ନାହିଁ । ସେପଟେ ଅନୁଭବ ଓ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଚାଲିଥିବା ଅଦାଲତି ଲଢେଇରେ କଟକ ପରିବାର ଅଦାଲତଙ୍କ ସଦ୍ୟ ନିର୍ଦ୍ଦେଶନାମା କାହାରି ସପକ୍ଷରେ ଯାଇନାହିଁ ।

କୋର୍ଟ ଉଭୟଙ୍କ ପିଟିସିନକୁ ଖାରଜ କରିବା ପରେ ଉଭୟ ପତିପତ୍ନୀଙ୍କୁ ଝଟକା ଲାଗିଛି ସତ, କିନ୍ତୁ ଏହି ଝଟକାର ପ୍ରଭାବ ବର୍ଷାଙ୍କ ଅପେକ୍ଷା ଅନୁଭବ ଅଧିକ ଅନୁଭବ କରୁଛନ୍ତି । ଉଭୟଙ୍କ ମଧ୍ୟରେ ସାମାଜିକ ଗଣମାଧ୍ୟମରେ ଚାଲିଥିବା ଶୀତଳ ଯୁଦ୍ଧରୁ ଏହାର ଆଭାସ ମିଳୁଛି । ଗୋଟିଏ ପଟେ ବର୍ଷା କୋର୍ଟଙ୍କ ଏହି ନିର୍ଦ୍ଦେଶରେ ଖୁସି ପ୍ରକାଶ କରି ନିଜ ବିବାହ ବେଳର ଫଟୋ ପୋଷ୍ଟ କରୁଥିବା ବେଳେ ଡିଭୋର୍ସ ହେବାକୁ କେହି ଅଟକାଇ ପାରିବେନାହିଁ ବୋଲି ପୋଷ୍ଟ କରି ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ଅନୁଭବ । ଉଭୟ କେହି କାହା ବିରୋଧରେ ଲାଗାଇଥିବା ଅଭିଯୋଗ ଅଦାଲତରେ ପ୍ରମାଣିତ କରିପାରିଲେ ନାହିଁ । ଫଳସ୍ବରୂପ ହିନ୍ଦୁ ବିବାହ ଆଇନର ଧାରା ୨୩ ଅନୁସାରେ ଦୁଇ ପକ୍ଷ ନିଜ ନିଜ ସପକ୍ଷରେ ଅଦାଲତରୁ କୌଣସି ନିର୍ଦ୍ଦେଶ ପାଇବା ପାଇଁ ଯୋଗ୍ୟ ନୁହଁନ୍ତି ବୋଲି ନିଜ ରାୟରେ ସ୍ପଷ୍ଟ କରିଛନ୍ତି ଅଦାଲତ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.