ETV Bharat / state

ବର୍ଷା ଚାହୁଁନାହାନ୍ତି ଅଦାଲତି ମାମଲା ଶୀଘ୍ର ଶେଷ ହେଉ: ସାଂସଦ ଅନୁଭବ

author img

By ETV Bharat Odisha Team

Published : Sep 25, 2023, 9:03 PM IST

Updated : Sep 25, 2023, 9:26 PM IST

Varsha Anubhab issue
Varsha Anubhab issue

ବର୍ଷା ଅନୁଭବ ପାରିବାରିକ ବିବାଦ ମାମଲା । ଆଜି ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଅନୁଭବ କହିଛନ୍ତି ଯେ ବର୍ଷା ଚାହୁଁନାହାନ୍ତି ଅଦାଲତି ମାମଲା ଶୀଘ୍ର ଶେଷ ହେଉ । ଜାଣନ୍ତୁ ପୁରା ଘଟଣା

ବର୍ଷା ଚାହୁଁନାହାନ୍ତି ଅଦାଲତି ମାମଲା ଶୀଘ୍ର ଶେଷ ହେଉ: ସାଂସଦ ଅନୁଭବ

କଟକ: ଓଲିଉଡ ଷ୍ଟାର ବର୍ଷା-ଅନୁଭବ ବିବାଦ ପାରିବାରିକ ମାମଲାରେ ଆଜି ଉଭୟ ପତିପତ୍ନୀ ଆଜି କଟକ SDJMଙ୍କ କୋର୍ଟରେ ହାଜର ହୋଇଥିଲେ । କୋର୍ଟରେ ହାଜର ହେବା ପରେ ଉଭୟଙ୍କୁ ଦୁଇଟି ପର୍ଯ୍ୟାୟରେ କାଉନସିଲିଂ କରାଯାଇଛି । ଏହି ସମୟରେ ସାଂସଦ ଅନୁଭବ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ବର୍ଷା ଚାହୁଁନାହାନ୍ତି ଯେ ଅଦାଲତି ମାମଲା ଶୀଘ୍ର ଶେଷ ହେଉ ।

ଆଜି କୋର୍ଟରେ ପ୍ରଥମେ ଏକାଠି ଓ ପରେ ଅଲଗା ଅଲଗା ଉଭୟଙ୍କୁ କାଉନସିଲିଂ କରିଛନ୍ତି କୋର୍ଟ । ଅନୁଭବଙ୍କ ବିରୁଦ୍ଧରେ ବର୍ଷା ରୁଜୁ କରିଥିବା ଘରୋଇ ହିଂସା ମାମଲା କ୍ରମରେ ଏହି କାଉନସିଲିଂ କରାଯାଉଛି । ଅପରାହ୍ନ ସାଢ଼େ 12ରୁ ସନ୍ଧ୍ୟା ପର୍ଯ୍ୟନ୍ତ କାଉନସିଲିଂ କରାଯାଇ ଥିଲେ ମଧ୍ୟ ଏହାର ନିଷ୍କର୍ସ କଣ ବାହାରିଲା ତାହା ସ୍ପଷ୍ଟ ହୋଇପାରି ନାହିଁ । ସେପଟେ ଅନୁଭବ ଓ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଚାଲିଥିବା ଅଦାଲତି ଲଢେଇରେ କଟକ ପରିବାର ଅଦାଲତଙ୍କ ସଦ୍ୟ ନିର୍ଦ୍ଦେଶନାମା କାହାରି ସପକ୍ଷରେ ଯାଇନାହିଁ ।

ଏହା ବି ପଢନ୍ତୁ- ସାଂସଦ ଅନୁଭବଙ୍କୁ ଝଟକା, ବିବାହ ବିଚ୍ଛେଦ ଆବେଦନକୁ ଖାରଜ କଲେ କୋର୍ଟ

ତେବେ କୋର୍ଟ ଉଭୟଙ୍କ ପିଟିସିନକୁ ଖାରଜ କରିବା ପରେ ଉଭୟ ପତିପତ୍ନୀଙ୍କୁ ଝଟକା ଲାଗିଛି ସତ, କିନ୍ତୁ ଏହି ଝଟକାର ପ୍ରଭାବ ବର୍ଷାଙ୍କ ଅପେକ୍ଷା ଅନୁଭବ ଅଧିକ ଅନୁଭବ କରୁଛନ୍ତି । ଉଭୟଙ୍କ ମଧ୍ୟରେ ସାମାଜିକ ଗଣମାଧ୍ୟମରେ ଚାଲିଥିବା ଶୀତଳ ଯୁଦ୍ଧରୁ ଏହାର ଆଭାସ ମିଳୁଛି । ଗୋଟିଏ ପଟେ ବର୍ଷା କୋର୍ଟ ଏହି ନିର୍ଦ୍ଦେଶରେ ଖୁସି ପ୍ରକାଶ କରି ନିଜ ବିବାହ ବେଳର ଫଟୋ ପୋଷ୍ଟ କରୁଥିବା ବେଳେ ଡିଭର୍ସ ହେବାକୁ କେହି ଅଟକାଇ ପାରିବେ ନାହିଁ ବୋଲି ପୋଷ୍ଟ କରି ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ନା ଅନୁଭବ ନା ବର୍ଷା କେହି କାହା ବିରୁଦ୍ଧରେ ଲାଗାଇଥିବା ଅଭିଯୋଗରେ ଅଦାଲତରେ ପ୍ରମାଣିତ କରିପାରିଲେ ନାହିଁ । ଫଳସ୍ବରୂପ ହିନ୍ଦୁ ବିବାହ ଆଇନର ଧାରା ୨୩ ଅନୁସାରେ ଦୁଇ ପକ୍ଷ ନିଜ ନିଜ ସପକ୍ଷରେ ଅଦାଲତରୁ କୌଣସି ନିର୍ଦ୍ଦେଶ ପାଇବା ପାଇଁ ଯୋଗ୍ୟ ନୁହଁନ୍ତି ବୋଲି ନିଜ ରାୟରେ ସ୍ପଷ୍ଟ କରିଛନ୍ତି ଅଦାଲତ ।

ଏହା ବି ପଢନ୍ତୁ- Anubhav on Divorce: 'ଡିଭର୍ସ ପରେ ଆଗେ ବାପାମା’ଙ୍କୁ ମୁଣ୍ଡିଆ ମାରିବି'

ତେବେ ଅଦାଲତଙ୍କ ନିର୍ଦ୍ଦେଶନାମା ବର୍ଷାଙ୍କ ସପକ୍ଷରେ ଯାଇଥିବା ନେଇ ବର୍ଷାଙ୍କ ଆଇନଜୀବୀ ମତ ରଖୁଥିବା ବେଳେ ସାମାଜିକ ଗଣମାଧ୍ୟମରେ ବର୍ଷାଙ୍କ ପୋଷ୍ଟ ମଧ୍ୟ କିଛି ଏହି ଦିଗକୁ ହିଁ ଇଙ୍ଗିତ କରୁଛି । କାରଣ ଅନୁଭବ ବର୍ଷାଙ୍କ ଅଲଗା ହେବା ପାଇଁ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ସେପଟେ କଟକ ପରିବାର ଅଦାଲତଙ୍କ ଏହି ନିର୍ଦ୍ଦେଶନାମା ଅନୁଭବଙ୍କ ପାଇଁ ଏକ ବିରାଟ ସମସ୍ୟା ସୃଷ୍ଟି କରିଛି । ଅକ୍ଟୋବର 30 ତାରିଖ ସୁଦ୍ଧା ଛାଡପତ୍ର ମାମଲାର ଅନ୍ତ ଘଟାଇବା ଲାଗି ପୂର୍ବରୁ ହାଇକୋର୍ଟ ପରିବାର ଅଦାଲତଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶ ପରେ ଅନୁଭବ ବର୍ଷାଙ୍କଠାରୁ ଛାଡ଼ପତ୍ର ପାଇଯିବେ ବୋଲି ଆଶା ମଧ୍ୟ ରଖିଥିଲେ ।

ଇଟିଭି ଭାରତ, କଟକ

Last Updated :Sep 25, 2023, 9:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.