ETV Bharat / state

ସାଂସଦ ଅନୁଭବଙ୍କୁ ଝଟକା, ବିବାହ ବିଚ୍ଛେଦ ଆବେଦନକୁ ଖାରଜ କଲେ କୋର୍ଟ

author img

By ETV Bharat Odisha Team

Published : Sep 22, 2023, 8:25 PM IST

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଓ ସାଂସଦ ଅନୁଭବ ମହାନ୍ତିଙ୍କ ପାରିବାରିକ ବିବାଦ ମାମଲା । ବିବାହ ବିଚ୍ଛେଦକୁ ଅଗ୍ରାହ୍ୟ କଲେ କଟକ ପରିବାର ଅଦାଲତ । ଅଧିକ ପଢନ୍ତୁ

ଅଲଗା ହେବେନି ବର୍ଷା ଅନୁଭବ
ଅଲଗା ହେବେନି ବର୍ଷା ଅନୁଭବ

ଅଲଗା ହେବେନି ବର୍ଷା ଅନୁଭବ

କଟକ: ବହୁ ଚର୍ଚ୍ଚିତ ଅନୁଭବ ବର୍ଷା ପାରିବାରିକ ବିବାଦ ମାମଲା । ପାରିବାରିକ ଅଦାଲତରେ ଶେଷ ହେଲା ମାମଲା । ବିବାହ ବିଚ୍ଛେଦକୁ ଅଗ୍ରାହ୍ୟ କଲେ କଟକ ପରିବାର ଅଦାଲତ । ବିଚ୍ଛେଦକୁ ନେଇ ଅନୁଭବ ଆବେଦନ କରିଥିବା ବେଳେ ଏକାଠି ରହିବାକୁ ବର୍ଷା ଅଦାଲତରେ ଆବେଦନ କରିଥିଲେ । ହେଲେ କୋର୍ଟ ଉଭୟଙ୍କ ଆବେଦନକୁ ଅଗ୍ରାହ୍ୟ କରିଥିବା ଅନୁଭବଙ୍କ ଓକିଲ ଲଳିତ ମିଶ୍ରଙ୍କ ସୂଚନା ଦେଇଛନ୍ତି ।

ବହୁଚର୍ଚ୍ଚିତ ସାଂସଦ ସୁପରଷ୍ଟାର ଅନୁଭବ ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲାରେ ପରିବାର ଅଦାଲତରେ ମାମଲା ଶେଷ ହୋଇଛି । ଅକ୍ଟୋବର ୩୦ ସୁଦ୍ଧା ମାମଲା ଶେଷ କରି ରାୟ ଦେବାକୁ ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଥିଲା । ହାଇକୋର୍ଟର ତତ୍କାଳୀନ ମୁଖ୍ୟ ବିଚାରପତି ଡ଼କ୍ଟର ଜଷ୍ଟିସ ଏସ ମୁରଲୀଧର ସୁପରଷ୍ଟାର ଅନୁଭଵ ମହାନ୍ତିଙ୍କ ଦ୍ଵାରା ଆଗତ ଏକ ଟ୍ରାନ୍ସଫର ପିଟିସନର ଶୁଣାଣି କରିଥିଲେ । ଏହି ଶୁଣାଣିରେ ତିନି ମାସ ମଧ୍ୟରେ କଟକ ପରିବାର ଅଦାଲତ ଏହି ମାମଲାର ଶୁଣାଣି ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଜୁଲାଇ 31 ତାରିଖ ସୁଦ୍ଧା ବର୍ଷାଙ୍କ ଜେରା ପ୍ରକ୍ରିୟା ମଧ୍ୟ ଶେଷ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ...Anubhav Varsha Family dispute Case: ପରିବାର ଅଦାଲତରେ ହାଜର ହେଲେ ଉଭୟ, ବର୍ଷାଙ୍କୁ ଜେରା

ସୂଚନା ଅନୁଯାୟୀ, ପାରିବାରିକ ବିବାଦର ମୂଳ ମାମଲା ଅନୁଭଵ ମହାନ୍ତିଙ୍କ ଦ୍ଵାରା ଦିଲ୍ଲୀର ପଟିଆଲା ହାଉସ ପରିବାର ଅଦାଲତରେ ୨୦୨୦ ଜୁଲାଇ ୬ ତାରିଖରେ ରୁଜ୍ଜୁ ହୋଇଥିଲା । ଏହାପରେ ଏହି ମାମଲାକୁ କଟକ ପରିବାର ଅଦାଲତକୁ ସ୍ଥାନାନ୍ତରିତ କରିବା ପାଇଁ ବର୍ଷା ପ୍ରିୟଦର୍ଶିନୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ୨୦୨୧ ମାର୍ଚ୍ଚ ୫ ତାରିଖରେ ଏହି ମାମଲାକୁ କଟକ ପରିବାର ଅଦାଲତକୁ ସ୍ଥାନାନ୍ତରିତ କରିଥିଲେ ସୁପ୍ରିମକୋର୍ଟ। କଟକ ପରିବାର ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ୨୦୨୧ ଏପ୍ରିଲ ୫ ତାରିଖରେ ପ୍ରଥମ ଥର ପାଇଁ ଉଭୟ କଟକ ପରିବାର ଅଦାଲତରେ ହାଜର ହୋଇଥିଲେ। ସେବେଠାରୁ ଉଭୟ ଉଭୟଙ୍କ ନାମରେ ଅନେକ ମକଦ୍ଦମା ବିଭିନ୍ନ କୋର୍ଟରେ ରୁଜ୍ଜୁ କରିଛନ୍ତି । ଅନ୍ୟପଟରେ କଟକ ପରିବାର ଅଦାଲତରେ ମାମଲାର ତ୍ୱରିତ ଶୁଣାଣି ହେଉ ନଥିବା ଦର୍ଶାଇ ମାମଲାକୁ ଭୁବନେଶ୍ୱର ପରିବାର ଅଦାଲତକୁ ସ୍ଥାନାନ୍ତର କରିବା ପାଇଁ ଅନୁଭବ ମହାନ୍ତି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ୩ ମାସ ମଧ୍ୟରେ ଏହି ବିବାଦର ଶୁଣାଣି ଶେଷ କରି ରାୟ ପ୍ରକାଶ କରିବାକୁ ପରିବାର ଆଦାଲତକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.