ETV Bharat / state

Anubhav Varsha Family dispute Case: ପରିବାର ଅଦାଲତରେ ହାଜର ହେଲେ ଉଭୟ, ବର୍ଷାଙ୍କୁ ଜେରା

author img

By

Published : Oct 31, 2022, 6:13 PM IST

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଓ ସାଂସଦ ଅନୁଭବ ମହାନ୍ତିଙ୍କ ପାରିବାରିକ ବିବାଦ ମାମଲା । କଟକ ପାରିବାରିକ ଅଦାଲତରେ ଆଜି ଉଭୟ ହାଜର ହୋଇଥିଲେ । ତେବେ ପୂର୍ବ ନିର୍ଦ୍ଧାରିତ ନିର୍ଦ୍ଦେଶ ଅନୁଯାୟୀ କୋର୍ଟରେ ବର୍ଷାଙ୍କର ସାକ୍ଷ୍ୟଗ୍ରହଣ କରାଯାଇଥିଲା । ଅନୁଭବଙ୍କ ଓକିଲ ବର୍ଷାଙ୍କୁ ଜେରା କରିଥିଲେ । ଅଧିକ ପଢନ୍ତୁ

Anubhav Varsha Family dispute Case
ପରିବାର ଅଦାଲତରେ ହାଜର ହେଲେ ଅନୁଭବ ବର୍ଷା, ବର୍ଷାଙ୍କୁ ଜେରା

କଟକ: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଓ ସାଂସଦ ଅନୁଭବ ମହାନ୍ତିଙ୍କ ପାରିବାରିକ ବିବାଦ ମାମଲା । କଟକ ପାରିବାରିକ ଅଦାଲତରେ ଆଜି ଉଭୟ ହାଜର ହୋଇଥିଲେ । ତେବେ ପୂର୍ବ ନିର୍ଦ୍ଧାରିତ ନିର୍ଦ୍ଦେଶ ଅନୁଯାୟୀ କୋର୍ଟରେ ବର୍ଷାଙ୍କର ସାକ୍ଷ୍ୟଗ୍ରହଣ କରାଯାଇଥିଲା । ଅନୁଭବଙ୍କ ଓକିଲ ବର୍ଷାଙ୍କୁ ଜେରା କରିଥିଲେ । ବର୍ଷାଙ୍କୁ ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରିଥିଲେ ଅନୁଭବଙ୍କ ଓକିଲ । ଏପରିକି କେବେ ବିବାହ ହୋଇଥିଲା ? କଣ ପାଇଁ ଉଭୟଙ୍କ ମଧ୍ୟରେ ମାନମାଳିନ୍ୟ ହେଲା ? ଆଦି ଅନେକ ପ୍ରଶ୍ନ ପଚାରିବା ପାଇଁ ୩ ଦିନ ସମୟ ନିର୍ଧାରିତ କରାଯାଇଥିଲା ।

ପରିବାର ଅଦାଲତରେ ହାଜର ହେଲେ ଅନୁଭବ ବର୍ଷା, ବର୍ଷାଙ୍କୁ ଜେରା

ମାତ୍ର ଅନୁଭବଙ୍କ ଓକିଲ ଗତକାଲି ଅନୁପସ୍ଥିତ ରହୁଥିବାରୁ ନଭେମ୍ବର ୨ ତାରିଖରେ ପରବର୍ତ୍ତୀ ସମୟ ଧାର୍ଯ୍ୟ କରାଯାଇଛି । ତେବେ ଆଜି ଅନୁଭବଙ୍କ ଓକିଲଙ୍କ ସମସ୍ତ ପ୍ରଶ୍ନର ଉତ୍ତର ବର୍ଷା ସଠିକ ଭାବରେ ଦେଇଥିବା ପ୍ରତିପକ୍ଷ ଓକିଲ କହିଛନ୍ତି ।

ଅନ୍ୟପଟେ ବର୍ଷା, କୋର୍ଟରେ ଯେଉଁ କାଗଜପତ୍ର ଦାଖଲ କରିଛନ୍ତି ତାହା ଉପରେ ଆପତ୍ତି ଉଠାଇଛନ୍ତି ଅନୁଭବଙ୍କ ଓକିଲ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.