Anubhav on Divorce: 'ଡିଭର୍ସ ପରେ ଆଗେ ବାପାମା’ଙ୍କୁ ମୁଣ୍ଡିଆ ମାରିବି'

By

Published : Jul 31, 2023, 8:16 PM IST

thumbnail

କଟକ: ସାଂସଦ ଅନୁଭବ ପାରିବାରିକ ବିବାଦ ମାମଲା  । ଆଜି ଜେରା ଶେଷ ହୋଇଥିବା ବେଳେ ଅକ୍ଟୋବର ଶେଷ ସୁଦ୍ଧା ରାୟ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି । ତେବେ ତାଙ୍କ ସପକ୍ଷରେ ରାୟ ଯିବ ବୋଲି ବେଶ ଆଶାବାଦୀ ରହିଛନ୍ତି ସାଂସଦ ଅନୁଭବ ମହାନ୍ତି । ସତ୍ୟର ଜୟ ହେବ  । ସେ ନିଶ୍ଚିତ ଅଦାଲତରୁ ନ୍ୟାୟ ପାଇବେ ବୋଲି କହିଛନ୍ତି ଅନୁଭବ । ତେବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କଠାରୁ ବିବାହ ବିଚ୍ଛେଦ ପରେ ବ୍ୟକ୍ତିଗତ ଜୀବନରେ ଆଗାମୀ ପଦକ୍ଷେପ କଣ ହେବ ସେ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ଅନୁଭବ ଉତ୍ତର ରଖିଛନ୍ତି  । ଅନୁଭବ କହିଛନ୍ତି ଯେ ଏହି ବିଚ୍ଛେଦ ହେଲେ ସେ ପ୍ରଥମେ ନିଜ ବାପା ମାଆଙ୍କୁ ପ୍ରଣାମ କରିବେ । ଏହାପରେ ଆଖପାଖ ମନ୍ଦିର ଯିବେ । ହେଲେ ପ୍ରଥମେ ତାଙ୍କ ସପକ୍ଷରେ ରାୟଟି ଆସୁ ବୋଲି କହିଛନ୍ତି ଅନୁଭବ । ପୂର୍ବରୁ ୩ ମାସ ମଧ୍ୟରେ ଉଭୟଙ୍କ ମାମଲାର ବିଚାର ପ୍ରକ୍ରିୟା ଶେଷ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ଆଜି ଉଭୟ ପକ୍ଷଙ୍କୁ ଜେରା କରାଯାଇଛି  ।    

ଇଟିଭି ଭାରତ, କଟକ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.