ନୂତନ ଓଡ଼ିଶା ଗଠନରେ ସାମିଲ ହେବେ ଦଶପଲ୍ଲାବାସୀ: ରମେଶ ବେହେରା - Odisha Assembly Election 2024

By ETV Bharat Odisha Team

Published : May 17, 2024, 8:13 PM IST

thumbnail
DASAPALLA ASSEMBLY CONSTITUENCY (ETV Bharat Odisha)

ନୟାଗଡ଼: ପ୍ରଚାର ମଇଦାନରେ ଶହ ଶହ କର୍ମୀଙ୍କୁ ନେଇ ବଳ କଷୁଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ । ନୟାଗଡ଼ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୦ ତାରିଖରେ ମତଦାନ ଥିବାବେଳେ ଜୋରଦାର ଚାଲିଛି ପ୍ରଚାର । ବିଜେଡି ଏଠାରେ ବିଧାୟକ ରମେଶ ବେହେରାଙ୍କୁ ପୁନର୍ବାର ପ୍ରାର୍ଥୀ କରିଛି । ବିଜୟ ରିପିଟ୍‌ କରିବାକୁ ସେ ମଧ୍ୟ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି । ନିର୍ବାଚନ ମଣ୍ଡଳୀରେ ଥିବା ପ୍ରତି ଗାଁକୁ ଶହ ଶହ କର୍ମୀଙ୍କୁ ନେଇ ଜନସାଧାରଣଙ୍କ ନିକଟରେ ପହଞ୍ଚି ଭୋଟ ମାଗୁଛନ୍ତି ରମେଶ । ରାଜ୍ୟରେ ପୁଣିଥରେ ବିଜେଡି ସରକାର ଗଢିଲେ ଲୋକମାନଙ୍କୁ ଅଧିକରୁ ଅଧିକ କିପରି ସୁବିଧା ମିଳିବ, ରାଜ୍ୟ ସରକାରଙ୍କ ଦ୍ବାରା ଦିଆଯାଇଥିବା BSKY ଏବଂ ଘୋଷଣା ହୋଇଥିବା ମାଗଣା ବିଜୁଳି ବିଷୟରେ କହି ଭୋଟ ମାଗିଛନ୍ତି ରମେଶ । ସେ କହିଛନ୍ତି, "ଅନ୍ୟ ଦଳ କେବଳ ଭୋଟ ସମୟରେ ଆସିଥାନ୍ତି ଏବଂ ମିଛ କଥା ଆଉ ପ୍ରଲୋଭନ ଦେଖାଇ ଭୋଟ ମାଗିଥାନ୍ତି । ଭୋଟ ସରିଗଲେ ସେମାନେ ଆଉ ଦେଖା ଦେଇନଥାନ୍ତି ବା ସେମାନଙ୍କୁ ଖୋଜିଲେ ସେମାନଙ୍କୁ ଆଉ କେହି ପାଇବେନି । ଦଶପଲ୍ଲାବାସୀଙ୍କର ଆଶୀର୍ବାଦ ମୋ ପ୍ରତି ରହିଛି ।" ଆଗାମୀ ଦିନରେ ଜିତିବା ସହ ଏବଂ ଦଶପଲ୍ଲାକୁ ସୁନ୍ଦର ଭାବରେ ଗଢ଼ିତୋଳିବେ କହିଛନ୍ତି ପ୍ରାର୍ଥୀ ରମେଶ ବେହେରା ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.