ପ୍ରସ୍ତାବିତ ମହୀପୁର ଇଥାନଲ ପ୍ରକଳ୍ପକୁ ବିରୋଧ, ବନ୍ଦ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର - Ethanol project Nayagarh

By ETV Bharat Odisha Team

Published : May 14, 2024, 10:38 AM IST

thumbnail
Mahipur Ethanol project (ETV Bharat Odisha)

Mahipur Ethanol project :ନୟାଗଡ଼: ଜିଲ୍ଲାରେ ପ୍ରସ୍ତାବିତ ମହୀପୁର ଇଥାନଲ ପ୍ରକଳ୍ପକୁ ବିରୋଧ l ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ମହୀପୁର ନିକଟସ୍ତ ହରିଡ଼ାବନ୍ଧ ମୌଜାରେ ଥିବା ଗୋଚର ଜମିରେ ପ୍ରସ୍ତାବିତ ଇଥାନଲ ପ୍ରୋଜେକ୍ଟକୁ ସ୍ଥାନୀୟ ବାସିନ୍ଦା ଜୋରଦାର ବିରୋଧ କରିଛନ୍ତି  l ଏଥିସହ ଏହାକୁ ତୁରନ୍ତ ବନ୍ଦ କରିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପଦ୍ର ପ୍ରଦାନ କରାଯାଇଛି  । ଯଦି ପ୍ରକଳ୍ପ ବନ୍ଦ ନହୁଏ ତେବେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବା ନେଇ ଚେତାବନୀ ଦେଇଛନ୍ତି ସ୍ଥାନୀୟ ବାସିନ୍ଦା  ।

ଏହି ଇଥାନଲ ପ୍ରୋଜେକ୍ଟ ବିରୋଧରେ ସ୍ଥାନୀୟ ଲୋକଙ୍କ ସହ ଆଞ୍ଚଳିକ ବିକାଶ ମଞ୍ଚ ମଧ୍ୟ ଏକାଠି ହୋଇଛି  । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ହରିଡାବନ୍ଧ ଅଞ୍ଚଳରେ ପ୍ରାୟ 60 ଏକର ଜମିରେ ହାଇଦ୍ରାବାଦର ଏକ କମ୍ପାନୀ ଇଥାନଲ ପ୍ରସ୍ତୁତ କରିବାକୁ କାର୍ଯ୍ୟ ଆରମ୍ଭ କରିଛି l ଏହି ପ୍ରକଳ୍ପ ହେଲେ ସ୍ଥାନୀୟ ଅଞ୍ଚଳରେ ଚାଷଠୁ ନେଇ ବିଭିନ୍ନ କ୍ଷେତ୍ରରେ ସମସ୍ୟା ଉପୁଜିବ l ଇଥାନଲରୁ ନିର୍ଗତ ଧୂଆଁ ଦ୍ୱାରା ସ୍ଥାନୀୟ ବାସିନ୍ଦାଙ୍କ ସ୍ୱାସ୍ଥ୍ୟ ବିଗିଡ଼ିବା ଆଶଙ୍କା ଦେଖା ଦେଇଛି l ଏହା ସହ ଚାଷ ଜମି ମଧ୍ୟ କ୍ଷତିଗ୍ରସ୍ତ ହେବ l"

ଏହାମଧ୍ୟ ପଢନ୍ତୁ.. ଏନଏଚ ବାଇପାସ ନିର୍ମାଣ ବିବାଦ, ଜମି ଅଧିଗ୍ରହଣକୁ ମିଳିତ ମଞ୍ଚର ବିରୋଧ

ଆଉମଧ୍ୟ ଏହି ସ୍ଥାନରେ ଆଦର୍ଶ ବିଦ୍ୟାଳୟ ଓ ମହାବିଦ୍ୟାଳୟ ପ୍ରତିଷ୍ଠା କରିବା ନେଇ ଗ୍ରାମବାସୀମାନେ ଯୋଜନା କରିଥିବା କହିଛନ୍ତି l ତେଣୁ ପ୍ରସ୍ତାବିତ ଏହି ପ୍ରକଳ୍ପକୁ ବନ୍ଦ କରିବାକୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ସ୍ଥାନୀୟଲୋକେ l ପ୍ରକଳ୍ପ ବନ୍ଦ ନହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବା ନେଇ ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି  । 


ଇଟିଭି ଭାରତ, ନୟାଗଡ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.